​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ଭୁବନେଶ୍ୱର –  ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗ ଗତକାଲି ଟ୍ୱିନ୍‌ ସିଟିର ସମସ୍ତ ସରକାରୀ ଅଫିସ୍‌ ପାଇଁ ଅକ୍ଟୋବର ମାସର ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ଏକ ବିଜ୍ଞପ୍ତିରେ ଦର୍ଶାଇଥିଲେ ଯେ,  କରୋନା ପାଇଁ ଯେମିତି ଅଫିସ୍‌ କାର୍ଯ୍ୟରେ କିଛି  ବ୍ୟାଘାତ ନଘଟେ, ସେଥିପାଇଁ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗରେ ରହିବେ ଶତ ପ୍ରତିଶତ କର୍ମଚାରୀ ଏବଂ କେଉଁ କର୍ମଚାରୀ ଅଫିସ ଆସିବେ ତାହା ସ୍ଥିର କରିବେ ବିଭାଗୀୟ ମୁଖ୍ୟ। ଏହାସହ ସାରା ରାଜ୍ୟରେ ପ୍ରତି ଶନିବାର ବନ୍ଦ ରହିବ ସରକାରୀ ଅଫିସ୍‌।

କିନ୍ତୁ ଏପଟେ ଆଜି ଅର୍ଥାତ୍ ଗୁରୁବାର ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରି ସମସ୍ତ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ସେଥିରେ ରହିଛି ଉଚ୍ଚ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀମାନେ ସବୁ କାର୍ଯ୍ୟ ଦିବସରେ ନିର୍ଘଣ୍ଟ ସମୟ ( ଦିନ ୧୦ଟାରୁ -୫ଟା୩୦)ରେ ଅଫିସ୍‌ରେ ଉପସ୍ଥିତ ରହିବେ । ଯଦି କୌଣସି କର୍ମଚାରୀ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ଅସୁସ୍ଥ ରୁହନ୍ତି  ସେମାନେ ସରକାରଙ୍କର ଗାଇଡ୍‌ ଲାଇନ୍‌ ଅନୁସାରେ  ହୋମ୍‌ ଆଇସୋଲେସନ ବା କ୍ୱାରାଣ୍ଟାଇନ୍ ଅଥବା ଚିକିତ୍ସା ପାଇଁ ରହିପାରିବେ ।

ବର୍ତ୍ତମାନ ଏଠାରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଯେ ଏହି କର୍ମଚାରୀମାନେ କାହା କଥା ମାନିବେ । ସେପଟେ ରାଜ୍ୟ ସରକାର କହୁଛନ୍ତି ଅକ୍ଟୋବର ମାସରେ ସବୁ ଅଫିସ୍‌ରେ ୫୦ ପ୍ରତିଶତ କର୍ମଚାରୀ ରହିବେ । ଏପଟେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ତାର ସମସ୍ତ କର୍ମଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଛି । ଏବେ ଅଡ଼ୁଆରେ ପଡ଼ିଛନ୍ତି ଏହି କର୍ମଚାରୀମାନେ ।

   ସମ୍ବନ୍ଧିତ ଖବର


ଅବସରପ୍ରାପ୍ତ ପୁଲିସ ଆଇଜି ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ପରଲୋକ

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ: ୨.୮୩ କୋଟିର ସମ୍ପତ୍ତି ଠାବ, ଘରୁ ମିଳିଲା ନଗଦ ୩୧ ଲକ୍ଷ ଟଙ୍କା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ