
ଅଷ୍ଟ୍ରେଲିଆ – ସେକ୍ସକୁ ନେଇ ଏହି ଦେଶରେ ଜାରି ହୋଇଛି ଗାଇଡ୍ ଲାଇନ୍ । ଏମିତି ଏକ ଖବର ଏବେ ସାମନାକୁ ଆସିଛି । ଅଷ୍ଟ୍ରେଲିଆର , ନ୍ୟୁ ସାଉଥ୍ ୱେଲ୍ସର ଏକ ହେଲଥ୍ ୱେବସାଇଟ୍ରେ ଏହି ଖବର ପ୍ରକାଶିତ ହୋଇଛି । ଏହି ସ୍ୱାସ୍ଥ୍ୟ ସଂପର୍କିତ ୱେବସାଇଟ୍ ବେଡ୍ରୁମ୍ର କୋଭିଡ-୧୯ ସୁରକ୍ଷା ଜନିତ ଗାଇଡ୍ ଲାଇନ୍ ଦର୍ଶାଯାଇଛି ।
ଉକ୍ତ ଗାଇଡ୍ ଲାଇନ୍ରେ ହେଲଥ୍ ୱେବସାଇଟ୍ ଲୋକଙ୍କୁ ଉପଦେଶ କହିଛି , ନିଜର ପାର୍ଟନର ସହ ସେକ୍ସ କ୍ରିୟା ବେଳେ ୧.୫ମିଟରର ସାମାଜିକ ଦୂରତା ରଖନ୍ତୁ ।

ଉଲ୍ଲେଖନୀୟ ଯେ, କୋଭିଡ-୧୯ ସ୍ପର୍ମ ବା ଭାର୍ଜିନଲ ଫ୍ଲୁଇଡ୍ ଦ୍ୱାରା ବ୍ୟାପି ପାରେ ନାହିଁ , ହେଲେ ଏହା ଡ୍ରପଲେଟ୍ ମାଧ୍ୟମରେ ବ୍ୟାପିବାର ସମ୍ଭାବନା ଅଛି । ଏହା ହେଉଛି ପ୍ରମୁଖ କାରଣ ଯେଉଁଥି ପାଇଁ ସେକ୍ସ ବେଳେ କିସିଂକୁ ଗାଇଡଲାଇନ୍ରେ ବାରଣ କରାଯାଇଛି । ଆଉମଧ୍ୟ ଏହି ଗାଇଡ୍ଲାଇନରେ ମାସ୍କ ପିନ୍ଧିବାକୁ ପ୍ରାଧ୍ୟାନ୍ୟ ଦିଆଯାଇଛି ।
ଆପ୍ ମାଧ୍ୟମରେ ସ୍ତ୍ରୀଙ୍କ ସହ କରୁଥିଲେ ଲାଇଭ୍ ସେକ୍ସ –କମାଉଥିଲେ ଲକ୍ଷ ଲକ୍ଷ ଟଙ୍କା
ସେପଟେ ଏହି ୱେବସାଇଟ୍ରେ କୋଭିଡ୍-୧୯ ସମୟରେ ବାହାରର ଓ ଅଜଣା ବ୍ୟକ୍ତିଙ୍କ ସହ ଶାରୀରିକ ସଂପର୍କକୁ ବିପଦଜ୍ଜନକ ଭାବେ ଦର୍ଶାଯାଇଛି । ଏହି ଗାଇଡ୍ ଲାଇନ୍ସ ଲୋକଙ୍କୁ ଆଉ ମଧ୍ୟ କୁହାଯାଇଛି , ଭିଡ଼ିଓ ଚାଟ୍ ବା ଫୋନ୍ରେ ପରସ୍ପର ସହ କଥା ହୁଅନ୍ତୁ ।

ଯିଏ ଆପଣଙ୍କର ସହ ରହିଛନ୍ତି , ଯଦି ତାଙ୍କ ସହ ଶାରୀରିକ ସଂପର୍କରେ ଅଛନ୍ତି , ଏଥିରେ କିଛି ବ୍ୟସ୍ତ ହୁ୍ଅନ୍ତୁ ନାହିଁ । ହେଲେ ଯେଉଁମାନଙ୍କର ଅନେକ ଗୁଡ଼ିଏ ପାର୍ଟନର ଅଛନ୍ତି ସେମାନେ ସତର୍କ ରହିବା ଉଚିତ୍ । ସାବଧାନ ! ଆପଣ ପାଖକୁ ବି ଫୋନ୍ ଆସିପାରେ – ସେକ୍ସ ପାଇଁ ଅଫର ଦେଉଛନ୍ତି ଯୁବତୀ