ପାଣି ଭିତରେ ଯାଦୁ ଦେଖାଇ ଗିନିଜ୍‌ ରେକର୍ଡ, ୩ ମିନିଟ୍‌ରେ ୨୦ଟି ଯାଦୁ ଦେଖାଇଲେ…

ବ୍ରିଟିଶ୍‌ ଯାଦୁକର ମାର୍ଟିନ୍‌ ରିସ୍‌ ପାଣି ଭିତରେ ଯାଦୁ ବିଦ୍ୟା ପ୍ରଦର୍ଶନ କରି ଗିନିଜ୍‌ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ସେ ୩ ମିନିଟ୍‌ରେ ୨୦ଟି ଯାଦୁ କୌଶଳ ଦେଖାଇଥିବା ଜଣାପଡ଼ିଛି । ତାଙ୍କର ଏହି ଅଦ୍ଭୁତ କାରନାମାର ଭିଡିଓକୁ ଗିନିଜ୍‌ ବୁକ୍‌ ନିଜ ଫେସବୁକ୍‌ ପେଜ୍‌ରେ ସେୟାର କରିଛି । ମାର୍ଟିନ୍‌ ପାଣି ଭିତରେ ରହି ସବୁଠୁ କମ୍‌ ସମୟ ମଧ୍ୟରେ ସର୍ବାଧିକ ଯାଦୁକୌଶଳ ଦେଖାଇଥିବା କ୍ୟାପ୍‌ସନରେ ଲେଖାଯାଇଛି ।

ଏ ସଂପର୍କରେ ମାର୍ଟିନ୍‌ କହିଛନ୍ତି, ‘ସାନ ଥିବା ବେଳେ ଥରେ ମୁଁ ପାଣିରେ ବୁଡ଼ିଯିବା ଭଳି ସ୍ଥିତିକୁ ଆସିଯାଇଥିଲି । ତେଣୁ ପାଣି ପ୍ରତି ଥିବା ସେହି ଭୟକୁ ଦୂର କରିବା ଲାଗି ଏହି ଅଭ୍ୟାସ କଲି । ଏହା ଛଡ଼ା ମୁଁ ଏକ ଦାତବ୍ୟ ସଂସ୍ଥା ‘ସ୍ପ୍ରେଡ୍‌ ଏ ସ୍ମାଇଲ’ ସହ ଜଡ଼ିତ । ‘ସ୍ପ୍ରେଡ୍‌ ଏ ସ୍ମାଇଲ’ ହସ୍ପିଟାଲରେ ଥିବା ପିଲାଙ୍କର ମନୋରଞ୍ଜନ କରିଥାଏ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପିଲାଙ୍କ ମୁହଁରେ ଟିକେ ହସ ଦେଖିବାକୁ ମୁଁ ଏହାକୁ କରିବାକୁ ସ୍ଥିର କରିଥିଲି ।

’ଏଥିପାଇଁ ମାର୍ଟିନ୍‌ ଦୀର୍ଘ କିଛି ବର୍ଷ ହେଲା ଅଭ୍ୟାସ କରୁଥିଲେ । ପାଣି ଭିତରେ ଯାଦୁ ଖେଳ ଦେଖାଇବା ଲାଗି ସେ ‘ଡାଇଭିଂ ସର୍ଭିସେସ୍‌ ୟୁକେ’ର ସାହାଯ୍ୟ ନେଇଥିଲେ । ସେହିପରି ଆଉ ଏକ ସଂସ୍ଥା ତାଙ୍କୁତାଲିମ ପାଇଁ ଏକ ପୋଖରୀ ବନ୍ଦୋବସ୍ତ କରାଇଥିଲା । ମାର୍ଟିନ୍‌ ଏବେ ଏହି ରେକର୍ଡକୁ ‘ସ୍କ୍ରେଡ୍‌ ଏ ସ୍ମାଇଲ’ସଂସ୍ଥାର ସଦସ୍ୟମାନଙ୍କୁ ଉତ୍ସର୍ଗ କରିଛନ୍ତି । ସୂଚନାଥାଉକି, ଏହା ପୂର୍ବରୁ ସେ ସ୍କାଏଡାଇଭରେ ଯାଦୁ ବିଦ୍ୟା ପ୍ରଦର୍ଶନ କରି ବେଶ୍‌ ପ୍ରଶଂସା ଅର୍ଜନ କରିଛନ୍ତି ।