୨୬୦ ଟି-ସାର୍ଟ ପିନ୍ଧି ଗିନିଜ୍ ୱାର୍ଲଡ ‌ରେକର୍ଡ କଲେ ଟେଡ୍‌ ହାଷ୍ଟିଙ୍ଗ୍‌ସ, ରେକର୍ଡ ପଛରେ ରହିଛି ପ୍ରେରଣାଦାୟୀ କାହାଣୀ…

ନୂଆଦିଲ୍ଲୀ ୨୪/୦୮: ଟେଡ୍‌ ହାଷ୍ଟିଙ୍ଗ୍‌ସ ନାମକ ଜଣେ ବ୍ୟକ୍ତି ଥରକେ ୨୬୦ ଟି-ସାର୍ଟ ପିନ୍ଧି ଗିନିଜ୍‌ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏଭଳି ଅଭିନବ ଚିନ୍ତାଧାରା ତାଙ୍କ ମନକୁ କିଭଳି ଆସିଲା ସେ ବିଷୟରେ ସେ ଏକ ପ୍ରେରଣାଦାୟୀ କାହାଣୀ କହିଛନ୍ତି ।

ଟେଡ୍‌ କହନ୍ତି ‘ଥରେ ମୁଁ ମୋର ଦୁଇ ପିଲାଙ୍କ ସହ ବସି ୨୦୧୯ର ଗିନିଜ୍‌ ୱାର୍ଲଡ ରେକର୍ଡସ ବିଷୟରେ ପଢୁଥିଲି । ୧୧ ବର୍ଷୀୟ ସାନ ପୁଅ ୱିଲିୟମ୍‌ ମୋତେ ପଚାରିଲା, ତୁମେ ଏପରି ରେକର୍ଡ କରିପାରିବ କି? ତା’ କଥା ମୋ’ ମନକୁ ଛୁଇଁଲା। କଠିନ ପରିଶ୍ରମ କିପରି  ଫଳବତୀ ହୋଇଥାଏ ପିଲାଙ୍କୁ ତାହା ଶିଖାଇବାର ଏହା ଏକ ଭଲ ସୁଯୋଗ ବୋଲି ମୁଁ ମନେ କଲି । ତେଣୁ କିଛି ନିଆରା କାମ କରିବାକୁ ଚିନ୍ତା କଲି ।

ଅନେକ ବିଚାର ପରେ ଏଭଳି ଭାବେ ଥରକେ ଅନେକ ଟିସାର୍ଟ ପିନ୍ଧିବା କଥା ମୋ ମନକୁ ଆସିଲା ।’ ଗିନିଜ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂପର୍କରେ ଏକ ଭିଡିଓ ମଧ୍ୟ ଅପଲୋଡ୍‌ କରାଯାଇଛି। ସେଥିରେ ଟେଡ୍‌ ଗୋଟିଏ ପରେ ଗୋଟିଏ ଟି-ସାର୍ଟ ପିନ୍ଧୁଥିବା  ଦେଖାଯାଉଛି । କିଛି ଲୋକ ତାଙ୍କୁ ସେଥିପାଇଁ ସାହାଯ୍ୟ କରୁଛନ୍ତି । ଭିଡିଓକୁ ୩୪ ହଜାର ଲାଇକ୍‌ ମିଳିଛି । ବହୁ ସଂଖ୍ୟକ ଲୋକ ଏହାକୁ ଶେୟାର କରୁଛନ୍ତି।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…