ବିଜେପି ବିଧାୟକ କହିଲେ ମୋଦି ଲଗାଇଛନ୍ତି ସିସିଟିଭି, କଂଗ୍ରେସକୁ ଭୋଟ୍ ଦେଲେ ଧରାପଡିବ

ଗାନ୍ଧୀନଗର ୧୬/୪: ଲୋକସଭା ନିର୍ବାଚନ ୨୦୧୯ ପାଇଁ ନେତାମାନେ ଭୋଟରଙ୍କୁ ଡରାଇବାରେ ଲାଗିଛନ୍ତି । ଗୁଜରାତ ବିଧାୟକ ରମେଶ କଟରା ପ୍ରଚାର ସମୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସ୍ଥାନରେ କ୍ୟାମେରା ଲଗାଇଛନ୍ତି । କିଏ ବିଜେପିକୁ ଭୋଟ୍ ଦେଉଛି ଏବଂ କିଏ କଂଗ୍ରେସକୁ ଭୋଟ୍ ଦେଇଛି ସବୁ ଜଣାପଡିବ ।

ଫତେପୁରା ବିଧାନସଭା ସିଟରୁ ବିଜେପି ବିଧାୟକ ରମେଶ କଟାରା ଭୋଟରଙ୍କୁ ଧମକାଇବା ପରି କହିଛନ୍ତି ଯେ ଯିଏ ବି ବିଜେପିକୁ ଭୋଟ୍ ଦେବନି ତାକୁ ସରକାରୀ ଲାଭ ମିଳିବନି । ଭାଷଣର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସେ ମତଦାତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ବିଜେପିକୁ ଭୋଟ୍ ଦେବେନି ତେବେ ପିଏମ୍ ମୋଦି କମ କାମ ଦେବେ । ପିଏମ୍ ମୋଦି ବସ୍ତିର ଟଙ୍କା ମଧ୍ୟ ଆପଣଙ୍କ ଖାତାରେ ଦେବେନି । ମୋଦି କ୍ୟାମେରାରେ ବସି ସବୁ ଦେଖୁଛନ୍ତି ଯେ କିଏ କେଉଁ ବୁଥରେରେ ବିଜେପିକୁ ଭୋଟ୍ ଦେଉଛି, ଆଉ କିଏ କଂଗ୍ରେସକୁ ଭୋଟ୍ ଦେଉଛି ।

ରମେଶ କଟାରାଙ୍କ ବିବାଦୀୟ ବୟାନ ପରେ ବିଜେପି ବରିଷ୍ଟ ନେତା ପୁରୁଷୋତ୍ତମ ଋପାଲା କହିଛନ୍ତି ଯେ ‘ମତଦାତାଙ୍କ ସହିତ ଏଭଳି ବ୍ଯବହାର ଠିକ୍ ନୁହେଁ । ଗୁଜରାତ ରାଜ୍ଯର ମତଦାତାଙ୍କୁ ଡରାଇ ଧମକାଇ ଭୋଟ୍ ଦେବାପାଇଁ କହିବା ଉଚିତ୍ ନୁହେଁ । ଗିଜରାତ ନାଗରିକ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବା ପାଇଁ ଚାହୁଁଛନ୍ତି । ଏଥିପାଇଁ ୨୬ରୁ ୨୬ ସିଟ୍ ପଠାଇବା ପାଇଁ ମନସ୍ଥ କରିସାରିଛନ୍ତି । କୌଣସି ବି ପାର୍ଟି କିମ୍ବା ବିଧାୟକ ଏଭଳି ନୀଚ ବ୍ଯବହାର କରିବା ଅନୁଚିତ୍ ।‘

ତେବେ କହିରଖୁଛୁ ନିର୍ବାଚନ ପ୍ରଚାରରେ ଭୁଲ୍ ବୟାନବାଜି ପାଇଁ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପି ପ୍ରମୁଖ ମାୟାବତୀ, ବିଜେପି ସାଂସଦ ମେନକା ଗାନ୍ଧୀ, ଏସପି ନେତା ଆଜମ ଖାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେଇ ସାରିଛନ୍ତି ।

   ସମ୍ବନ୍ଧିତ ଖବର


ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଶପଥ ଗ୍ରହଣ ସମୟରେ AIMIM ବିଧାୟକ ‘ହିନ୍ଦୁସ୍ଥାନ’ କହିବାକୁ କଲେ ଆପତ୍ତି, ବିହାର ବିଧାନସଭାରେ ହଙ୍ଗାମା

ବିହାର ପରେ ଦକ୍ଷିଣ ମୁହାଁ ବିଜେପି, ଚେନ୍ନାଇରେ ଶାହଙ୍କ ରୋଡ ଶୋ’