PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ସମୁଦ୍ରବାଟ ଦେଇ ଏହି ରାଜ୍ୟରେ ଆକ୍ରମଣ ଯୋଜନାରେ ପାକ୍ କମାଣ୍ଡୋ ଓ ଆତଙ୍କବାଦୀ, ସମସ୍ତ ବନ୍ଦରରେ ହାଇଆର୍ଲଟ ଜାରି

ନୂଆଦିଲ୍ଲୀ,୨୯।୮: ଜମ୍ମୁ-କଶ୍ମୀର ପ୍ରସଙ୍ଗ ନେଇ ଭାରତ ଉପରେ ରାଗ ସୁଝାଇବା ପାଇଁ ପାକିସ୍ତାନ ପ୍ରତିଦିନ ନୂଆ ନୂଆ ଯୋଜନା କରୁଛି। ଏବେ ପୁଣିଥରେ ପାକିସ୍ତାନ ଏଭଳି ଆଉ ଏକ ଯୋଜନା ପ୍ରସ୍ତୁତ କରି ଭାରତରେ ସାଂପ୍ରଦାୟିକ ଦଙ୍ଗା ଓ ଆତଙ୍କୀ ହମ୍‌ଲା କରିବା ପାଇଁ ଷଡଯନ୍ତ୍ର ରଚିଛି।  ଜଳପଥ ଦେଇ ପାକିସ୍ତାନର କମାଣ୍ଡୋ ଏବଂ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତି କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଗୁଜରାଟର ସମସ୍ତ ବନ୍ଦରକୁ ଆର୍ଲଟ କରିଦିଆଯାଇଛି। ଆତଙ୍କବାଦୀମାନେ  ବିଶେଷ କରି ଗୁଜରାଟକୁ ଟାର୍ଗେଟ କରିବେ ବୋଲି ଖବର ମିଳିଛି।

ଗୁଜରାଟର ସମସ୍ତ ବନ୍ଦରରେ ହାଇଆଲର୍ଟ ଜରି କରାଯାଇଥିବା ବେଳେ   କଣ୍ଡଲା ଓ ମୁଣ୍ଡ୍ରା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେଭଳି କଚ୍ଛ ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠାନ ଗୁଡ଼ିକ ଉପରେ  ସୁରକ୍ଷାକର୍ମୀମାନେ ତୀକ୍ଷ୍ଣ ନଜର ରଖାଯାଇଛି। ପାକିସ୍ତାନର ଏଭଳି ନୂଆ ଚକ୍ରାନ୍ତ ବିଷୟରେ କେବଳ ଗୁଇନ୍ଦା ବିଭାଗ ନୁହେଁ,  ଏ ସମ୍ପର୍କରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ମଧ୍ୟ ସୂଚନା ଦେଇ ସାରିଛନ୍ତି। ପାକିସ୍ତାନରୁ ଟ୍ରେନିଂ ନେଇଥିବା ଏହି କମାଣ୍ଡୋମାନେ ଛୋଟଛୋଟ ଡଙ୍ଗା ଜରିଆରେ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି।  

ଗୁଜରାଟରେ ମୁଣ୍ଡ୍ରା ବନ୍ଦର  ଦେଶର ସବୁଠାରୁ ବଡ଼ ବନ୍ଦର। ସେହିପରି କଣ୍ଡଲା ବନ୍ଦର ମଧ୍ୟ ସର୍ବଦା ଚଳଚଞ୍ଚଳ ରହିଥାଏ। ଏହି ଦୁଇଟି ଯାକ ବନ୍ଦର କଚ୍ଛ ଜିଲ୍ଲାରେ ରହିଛି। ଏହି କଚ୍ଛ ଜିଲ୍ଲାର ସୀମାନ୍ତ ପାକିସ୍ତାନକୁ ଲାଗିଛି। କେବଳ ସେତିକି ନୁହେଁ ଏହି ଅଞ୍ଚଳରେ ବିଶ୍ୱର ସବୁଠାରୁ ବଡ଼ ତୈଳ ବିଶୋଧନାଗାର ରହିଛି। ତେଣୁ ଆତଙ୍କବାଦୀମାନେ ଗୁଜରାଟରେ ବଡ ଧରଣର ଆକ୍ରମଣ କରିବାର ଷଡଯନ୍ତ୍ର କରିଛନ୍ତି।

ସମ୍ବନ୍ଧିତ ଖବର