ଚିକିତ୍ସା ପରେ କରୋନା ରୋଗୀଙ୍କଠାରୁ ୧୨ ଲକ୍ଷ ଟଙ୍କା ଆଦାୟ କଲା ହସ୍ପିଟାଲ

ସୁରଟ,୧୦।୬: କରୋନା ମହାମାରୀ ସହ ଲଢେଇ ବେଳେ ଯୋଦ୍ଧା ଭାବରେ ଡାକ୍ତରଙ୍କର ଜୋରଦାର ଭାବରେ ପ୍ରଶଂସା ହେଉଛି। କରୋନା ରୋଗୀଙ୍କୁ ମାଗଣା​‌ରେ ଚିକିତ୍ସା କରାଯାଉଛି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବିକତା କିଛି ଅଲଗା। ହସ୍ପିଟାଲ ଗୁଡିକ ଏଭଳି ବିପଦର ସମୟରେ ନିଜର ଲୋଭ ଛାଡି ପାରୁନାହାନ୍ତି। ସେମାନେ ଏବେ ରୋଗୀଙ୍କଠାରୁ ଲକ୍ଷାଧିକ ଟଙ୍କା ଅର୍ଥ ଆଦାୟ କରୁଛନ୍ତି। ଏଭଳି ଏକ ଘଟଣା ଗୁଜରାଟରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ କରୋନା ରୋଗୀଙ୍କଠାରୁ ହସ୍ପିଟାଲ ପକ୍ଷରୁ ୧୨ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

ଏଭଳି ଏକ ଘଟଣା ସୁରଟର ଝାପା ବଜାରରେ ରହୁଥିବା ୫୦ ବର୍ଷୀୟ ଗୁଲାମ ହାଇଦର ଶେଖଙ୍କ କ୍ଷେତ୍ରରେ ଘଟିଛି। ୧୩ ମଇରେ ଥଣ୍ଡା-କାଶ ଆଦି ବିଭିନ୍ନ ପ୍ରକାର ସମସ୍ୟା ପରେ ଗୁଲାମ ହାଇଦର ନିଜର ଫ୍ୟାମିଲି ଡାକ୍ତରଙ୍କ ପାଖକୁ ଯାଇଥିଲେ। କରୋନା ଲକ୍ଷଣ ଦେଖାଯାଇଥିବାରୁ ଗୁଲାମଙ୍କୁ ସୁରଟର ଏକ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲର ଡାକ୍ତରମାନେ ରୋଗୀଙ୍କ ପରିବାର ଲୋକଙ୍କୁ କହିଥିଲେ, ଗୁଲାମ ହାଇଦରଙ୍କ ସ୍ଥିତି ଖୁବ୍ ଗୁରୁତର। ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ହେବ। ଡାକ୍ତରମାନେ ତାଙ୍କର କରୋନା ଟେଷ୍ଟ କରିଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ ଆସିଥିଲା।ଅନ୍ୟପକ୍ଷେ ଏହାର ୪୮ ଘଣ୍ଟା ପରେ ରିପୋର୍ଟ ନେଗେଟିଭ ଆସିଥିଲା।

ଏହି ସମୟରେ ହସ୍ପିଟାଲର ଆଇସୋଲେସନ୍ ଓ୍ବାର୍ଡରେ ଗୁଲାମ ହାଇଦରଙ୍କୁ ରଖାଯାଇଥିଲା। ପରିବାର ଲୋକଙ୍କୁ ଦେଖାକରିବାର ଅନୁମତି ନଥିଲା। ମୋବାଇଲରୁ ଭିଡିଓ କଲିଂ କରି କଥା ବାର୍ତ୍ତା କରାଯାଇଥିଲା। ହାକ୍ତରମାନେ ପରିବାର ଲୋକଙ୍କୁ କହିଥିଲେ ଯେ, ଗୁଲାମଙ୍କ ଫୁସଫୁସ୍ ଖରାପ ଅଛି। ୧୪ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖିବା ପରେ ଶନିବାର ସେ ସୁସ୍ଥ ହେବାପରେ ତାଙ୍କୁ ଛୁଟି ଦିଆଯାଇଛି। କିନ୍ତୁ ବିଲ୍ ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ତାଙ୍କର ଚିକିତ୍ସାରେ ୧୨.୨୩ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ