ନିର୍ବାଚନ ଖବର
  • ନୂଆଦିଲ୍ଲୀ : କିଏ ଗଢ଼ିବ ସରକାର ? ସନ୍ଧ୍ୟାରେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ
  • ||
  • ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ୧୬ ଫାୟାର ବ୍ରିଗେଡ୍ ଗାଡ଼ି ନିୟୋଜିତ
  • ||
  • ଭୁବନେଶ୍ଵର : ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ, ପାଗ ଅନୁକୂଳ
  • ||
  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର
  • ||

ସାଇ ସୁଦର୍ଶନ ଓ ଗିଲ୍‌ଙ୍କ ଧ୍ବସ୍ତବିଧ୍ବସ୍ତ ଶତକୀୟ ପାଳି; ଚେନ୍ନାଇ ଆଗରେ ୨୩୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ

Image source: Cricbuzz

ଅହମ୍ମଦାବାଦ,୧୦/୦୫: ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍‌ ୨୦୨୪ର ୫୯ତମ ମ୍ୟାଚ୍‌ ଖେଳାଯାଇଛି। ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ। ତେବେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ‌‌ଥିଲା ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଗୁଜରାଟର ଇନିଂସ କିନ୍ତୁ ଦର୍ଶନୀୟ ଥିଲା। ପ୍ରଥମେ କ୍ରିଜ୍‌କୁ ଓହ୍ଲାଇଥିବା ସାଇ ସୁଦର୍ଶନ ଓ ଅଧିନାୟକ ଶୁବମନ ଗିଲ୍‌ଙ୍କ ବ୍ୟାଟ୍‌ ଗର୍ଜିଥିଲା। ଚେନ୍ନାଇ ବୋଲରଙ୍କୁ ଧ୍ବସ୍ତବିଧ୍ବସ୍ତ ଭାବେ ପିଟିଥିଲେ ଏହି ଦୁଇ ଯୁବ ତଥା ଅନୁଭବୀ ବ୍ୟାଟର। ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ ହରାଇ ୨୩୧ ରନ୍‌ କରିଥିଲା। ଏବେ ସିଏସ୍‌କେ ୨୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ମଇଦାନକୁ ଓହ୍ଲାଇବ। 

ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ସାଇ ସୁଦର୍ଶନ ଓ ଶୁବମନ ଗିଲ୍‌ ଦୁଇ ଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ। ସାଇ ସୁଦର୍ଶନ ୫୧ ବଲ୍‌ରେ ୭ ଛକା ଓ ୫ ଚୌକା ସହାୟତାରେ ୧୦୩ ରନ୍‌ର ଅର୍ଦ୍ଧଶତୀୟ ପାଳି ଖେଳିଥିଲେ। ସେହିପରି ଶୁବମନ ଗିଲ୍‌ ୫୫ ବଲ୍‌ରେ ୬ ଛକା ଓ ୯ ଚୌକା ସହାୟତାରେ ୧୦୪ ରନ୍‌ର ଦମଦାର ଇନିଂସ ଖେଳିଥିଲେ। ତେବେ ୧୭.୨ ଓଭରରେ ଦଳକୁ ପ୍ରଥମ ଝଟ୍‌କା ଲାଗିଥିଲା। ସାଇ ସୁଦର୍ଶନଙ୍କୁ ତୁଷାର ଦେଶପାଣ୍ଡେଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ କରିଥିଲେ ଶିବମ ଦୁବେ। ତେବେ ପରେ ପରେ ଦଳକୁ ଲଗାତର ଦ୍ବିତୀୟ ଝଟ୍‌କା ଲାଗିଥିଲା। ୧୭.୬ ଓଭରରେ ରବିନ୍ଦ୍ର ଜାଡ଼େଜାଙ୍କ ଦ୍ବାରା କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ ଶୁବମନ ଗିଲ୍‌। ତେବେ ସୁଦର୍ଶନଙ୍କ ପରେ ଡେଭିଡ ମିଲର ଓ ଗିଲ୍‌ଙ୍କ ପରେ ଶାହରୁଖ ଖାନ୍‌ କ୍ରିଜ୍‌କୁ ଆସିଥିଲେ। ତେବେ ଡେଭିଡ ମିଲର ୧୧ ବଲ୍‌ରେ ଗୋଟିଏ ଚୌକା ସହାୟତାରେ ୧୬ ରନ୍‌ କରି ଅପରାଜିତ ରହିଥିବା ବେଳେ ଶାହରୁଖ ଖାନ୍‌ ୩ ବଲ୍‌ରେ ୨ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୨୩୧ ରନ୍‌ କରିବାରେ ସକ୍ଷମ ହୋଇଛି।

ଚେନ୍ନାଇ ବୋଲିଂ: 

ଚେନ୍ନାଇ ପକ୍ଷରୁ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଡାରିଲ ମିଚେଲ ଓ ସମରଜିତ ସିଂହ। ସମରଜିତ ୪ ଓଭରରେ ୬୦ ରନ୍‌ ଦେଇଥିବା ବେଳେ ଡାରିଲ ମିଚେଲ ୪ ଓଭର ବୋଲିଂ କରି ୫୨ ରନ୍‌ ଦେଇ‌‌ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଚେଲ୍‌ ସନ୍ଥନର ୨ ଓଭର ବୋଲିଂରେ ୩୧ ରନ୍‌, ତୁଷାର ଦେଶପାଣ୍ଡେ ୪ ଓଭର ବୋଲିଂ ୩୩ ରନ୍‌, ସାଦ୍ଦୁଲ ଠାକୁର ୪ ଓଭର ବୋଲିଂ ୨୫ ରନ୍‌, ରବିନ୍ଦ୍ର ଜାଡ଼େଜା ୨ ଓଭରରେ ୨୯ ରନ୍‌ ଦେଇଥିଲେ। ଏବେ ଚେନ୍ନାଇ ଦଳ ୨୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବ।

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.