ଜରିମନାରୁ ବଞ୍ଚିବା ପାଇଁ ଏହି ବ୍ୟକ୍ତିଜଣକ ହେଲମେଟରେ ଲଗାଇଲେ ଗାଡିର ଜରୁରୀ କାଗଜପତ୍ର,ପୋଲିସ ଦେଖି ମଧ୍ୟ ଚକିତ

ବଡଦୋରା,୧୦।୯ : ମୋଟର ବାହାନ ସଂଶୋଧନ ବିଲ୍ ୨୦୧୯ ଗତ ୧ ତାରିଖରୁ ସାରା ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହୋଇଛି। ଟ୍ରାଫିକ ନିୟମକୁ ନେଇ ସୋସିଆଲ ମିଡିଆରେ ଚାରିଆଡେ ଚର୍ଚ୍ଚା ଚାଲିଛି। କେହି ଏହି ଆକ୍ଟକୁ ସମାଲୋଚନା କରୁଛି ତ ଆଉ କେହି ଏଥରୁ ବଞ୍ଚିବା ପାଇଁ ଉପାୟ ଖୋଜୁଛନ୍ତି। ଏହା ଭିତରେ ଗୁଜରାଟର ବଡଦୋରାରେ  ରାମ ଶାହ ନାମକ ଜଣେ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୁଜରାଟର ବଡଦୋରା ଏହି ବ୍ୟକ୍ତିଙ୍କର ଯେପରି ଚାଲାନ ନକାଟେ ଏଥିପାଇଁ ଏଭଳି ଏକ ଉପାୟ ବାହାର କରାଯାଇଛି, ଯାହାକୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ତାହା ହେଲା ବ୍ୟକ୍ତିଜଣକ ନିଜର ହେଲମେଟରେ ଗାଡିର ସମସ୍ତ କାଗଜପତ୍ର ଲଗାଇକି ରଖିଛନ୍ତି।

ଏହି ବ୍ୟକ୍ତିଜଣକ ନିଜର ହେଲମେଟରେ ଆରସି ବୁକ୍, ବୀମା ସ୍ଲିପ୍, ଡ୍ରାଇଭିଂ ଲାଇସେନ୍ସ ସହିତ ଜରୁରୀ କାଗଜପତ୍ର ଲଗାଇକି ରଖିଛନ୍ତି। ଏହି କାଗଜପତ୍ର ଯେପରି ବର୍ଷା ପାଣିରେ ଭିଜିନଯାଏ ଏଥିପାଇଁ ତାକୁ ପ୍ଲାଷ୍ଟିକ୍ କୋଟ୍ ଦେଇ ହେଲମେଟରେ ପେଷ୍ଟ କରିଦେଇଛନ୍ତି। ସ୍ତାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଚାଲାନରୁ ବଞ୍ଚିବା ପାଇଁ ବ୍ୟକ୍ତିଜଣଙ୍କର ଏଭଳି ଅଭିନବ ଉପାୟ ଦେଖି ଟ୍ରାଫିକ ପୋଲିସ ମଧ୍ୟ ଖୁବ୍ ଖୁସି। ଏବେ ରାମ ଶାହଙ୍କୁ ଯେତେବେଳେ ପୋଲିସ ଅଟକାଏ ସେ ସମୟରେ ସେ କେବଳ ନିଜ ହେଲମେଟରେ ଲାଗିଥିବା କାଗଜପତ୍ର ଦେଖାଇଥାନ୍ତି, ଏହାପରେ ପୋଲିସ ତାଙ୍କୁ ସେଠାରୁ ଯିବାକୁ ଦେଇଥାଏ। ରାମ ଶାହ ପେଶାରେ ଜଣେ ଇନସ୍ୟୁରାନ୍ସ ଏଜେଣ୍ଟ। ସେ ପ୍ରତିଦିନ ବାଇକରେ ସାରା ସହର ବୁଲିଥାନ୍ତି।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌