ଗୁଜରାଟର ଏହି ବ୍ୟକ୍ତି ମୋଦିଙ୍କ ଉପରେ ଲେଖିଲେ ଏକ ଅଦ୍ଭୁତ ବହି, ଯାହାର ଉଚ୍ଚତା, ଓଜନ ଏବଂ ପୃଷ୍ଠା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବାରଣାସୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତାଙ୍କର ସଂସଦୀୟ କ୍ଷେତ୍ର ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ପୂର୍ବରୁ ୨୫ ଅପ୍ରେଲରେ ତାଙ୍କର ଏକ ଭବ୍ୟ ରୋଡ ଶୋ’ ହେବ। ଯେଉଁଥିରେ ସାରା ଦେଶରୁ ମୋଦିଙ୍କ ପ୍ରଶଂସକ ଯୋଗ ଦେବେ। ପ୍ରଶଂସକମାନେ କାଶୀରେ ପହଁଞ୍ଚିବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏମାନଙ୍କ ଭିତରେ ରହିଛନ୍ତି ଗୁଜରାଟ ଅହମ୍ମଦାବାଦରୁ ଆସିଥିଲା ଅପୂର୍ବ ଶାହ। ଅପୂର୍ବ ଲେଖିଥିବା ପୁସ୍ତକ ‘ନରେନ୍ଦ୍ର ମୋଦି ଏକ ସକାରତ୍ମକ ସୋଚ୍’ ଖୁବ୍ ଚର୍ଚ୍ଚାରେ ରହିଛି। ସବୁଠାରୁ ବଡ କଥା ହେଉଛି, ଏହି ପୁସ୍ତକରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ କଟ୍ଆଉଟ୍ ଭଳି ଦେଖାଇଛନ୍ତି। ମୋଦିଙ୍କ ଉଚ୍ଚତା ୫ଫୁଟ ୭ଇଞ୍ଚ ଭଳି ଏହି ପୁସ୍ତକ ମଧ୍ୟ ସମାନ ଉଚ୍ଚତାର ରହିଛି।

ଅପୂର୍ବ କହିଛନ୍ତି, ମୋଦିଙ୍କ ବୟସ ୬୮ ତେଣୁ ଏହି ବହିରେ ମୋଟ ୬୮ ପୃଷ୍ଠା ରହିଛି। ତାଙ୍କର ଉଚ୍ଚତା ୫ଫୁଟ୍ ୭ ଇଞ୍ଚ ତେଣୁ ବହିର ଉଚ୍ଚତା ମଧ୍ୟ ସମାନ ରଖାଯାଇଛି। ମୋଦିଙ୍କ ଓଜନ ୭୭ କେଜି ହୋଇଥିବା ବେଳେ ବହିର ଓଜନ ସେତିକି ରଖାଯାଇଛି। ଅପୂର୍ବଙ୍କ କହିବା ଅନୁସାରେ ଏଭଳି ବହି ସମ୍ପୂର୍ଣ୍ଣ ଭାବରେ ପ୍ରଥମ। ତେଣୁ ସେ ଗିନିଜ ବୁକ୍ ଅଫ୍ ରେକର୍ଡ ପାଇଁ ପଠାଇ ଦେଇଛନ୍ତି।

ନିଜର ବହି ସମ୍ପର୍କରେ ଅପୂର୍ବ କୁହନ୍ତି, ପ୍ରଧାନମନ୍ତ୍ରୀ ଯେଉଁଭଳି ସୃଜନଶୀଳ ଚିନ୍ତାଧାରର, ସେଭଳି ମଧ୍ୟ ମୋର ଚିନ୍ତାଧାରା ଥିଲା କିଛି ଅଲଗା କରିଦେଖାଇବାକୁ। ଏହି ବହି ପ୍ରଧାନମନ୍ତ୍ରୀଙ୍କ ଜୀବନି ଉପରେ  ଲେଖାଯାଇଛି, ଯାହାକି ଲୋକଙ୍କୁ ପ୍ରେରଣା ଦେବ। ତାଙ୍କ ଭିତରେ ଥିବା ଆତ୍ମବିଶ୍ବାସକୁ ଦର୍ଶାଉଛି ଯେ, ଆପଣଙ୍କ ଚିନ୍ତାଧାରା ଯେତେ ସକାରତ୍ମକ, ତାହା ଦ୍ବାରା କଠିନରୁ କଠିନ କାମ ମଧ୍ୟ ସହଜ ହୋଇପାରିବ। ଏହି ବଡ ବହି ସହିତ ସମାନ ଭାବରେ ଏକ ଛୋଟ ବହି ମଧ୍ୟ ତିଆରି କରିଛି ବୋଲି ସେ କହିଛନ୍ତି। ଏଭଳି କରି ଲୋକଙ୍କ ନିକଟରେ ସକାରତ୍କମ ଚିନ୍ତାଧାରା ଜନସାଧାରଣଙ୍କ ପାଖରେ ରହିପାରିବ।  

   ସମ୍ବନ୍ଧିତ ଖବର


ଆଜି ଭାରତ ବନ୍ଦ, ଧର୍ମଘଟ ଯୋଗୁ ପ୍ରଭାବିତ ହେବ ବ୍ୟାଙ୍କ ସେବା

ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ