Amazon prime videoରେ ଅମିତାଭ-ଆୟୁଷ୍ମାନ୍‌ଙ୍କ ‘ଗୁଲାବୋ ସିତାବୋ’, ଜାଣନ୍ତୁ ରିଲିଜ୍‌ ଡେଟ୍

ମୁମ୍ବାଇ ୧୪।୫ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କୁ ପ୍ରଥମଥର ଲାଗି ଏକାଠି ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ। ସୁଜିତ୍‌ ସରକାରଙ୍କ ନିର୍ଦ୍ଦେଶିତ ‘ଗୁଲାବୋ ସିତାବୋ’ ଏକ କମେଡି ସିନେମା। ଫିଲ୍ମ ‘ପିକୁ’ ପରେ ସୁଜିତ୍‌ ଏବଂ ଅମିତାଭଙ୍କର ଏହା ଦ୍ୱିତୀୟ ସିନେମା। ‘ଗୁଲାବୋ ସିତାବୋ’ ପାଇଁ ଫ୍ୟାନ୍ସମାନେ କେବେଠୁ ଅପେକ୍ଷା କରି ବସିଥିଲେ କିନ୍ତୁ ଲକଡାଉନ୍‌ ସିନେମାଘର ପର୍ଯ୍ୟନ୍ତ ଏହି ଫିଲ୍ମକୁ ପହଞ୍ଚାଇବାକୁ ଦେଲାନାହିଁ। ଏବେ ମେକର୍ସ ଏହି ଫିଲ୍ମକୁ ଅନଲାଇନ୍‌ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିର୍ଦ୍ଦେଶକ ସୁଜିତ ସରକାରଙ୍କ ଏହି ଫିଲ୍ମ ଏବେ ଆମାଜନ୍‌ ପ୍ରାଇମ୍‌ ଭିଡ଼ିଓରେ ରିଲିଜ୍‌ ହେବାକୁ ଯାଇଛି। ଏହି ଫିଲ୍ମର ପ୍ରିମିୟର ୧୨ ଜୁନ୍‌ ହେବ। ଅଭିତାଭ ବଚ୍ଚନ ଏବଂ ଆୟୁଷ୍ମାନ୍‌ ଖୁରାନା ନିଜେ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି। ‘ଗୁଲାବୋ ସିତାବୋ’ର ଘୋଷଣା ଗତ ବର୍ଷ ମେ ମାସରେ ହୋଇଥିଲା। ସୁଜିତ ସରକାରଙ୍କ ଏହି ଫିଲ୍ମକୁ ଏହି ବର୍ଷ ୧୭ ଏପ୍ରିଲକୁ ରିଲିଜ୍ ହେବାକୁ ଥିଲା। କିନ୍ତୁ ଦେଶରେ ମାର୍ଚ୍ଚରୁ ହିଁ ଜାରି ରହିଥିବା ଲକ୍‌ଡାଉନ୍‌ ପରେ ଏହି ଫିଲ୍ମର ରିଲିଜ ହୋଇପାରିନାହିଁ। ଏମିତିରେ ଏବେ ମେକର୍ସ ଏହି ଫିଲ୍ମକୁ ଅନଲାଇନ୍‌ ରିଳିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ୍‌ ଖୁରାନାଙ୍କ ମଜାଦାର ଯୋଡ଼ି ନଜର ଆସିବାକୁ ବାକି ରହିଲା।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ