PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ରିଲିଜ ହେଲା ‘ଗୁମନାମୀ’ର ଟ୍ରେଲର

ମୁମ୍ବାଇ ୮/୯: ନେତା ଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ ତାଙ୍କ ମୃତ୍ୟୁର ରହସ୍ଯ ଆଜି ବି ଲୋକଙ୍କ ମଧ୍ଯରେ ଏକ ବଡ ପ୍ରଶ୍ନ ସାଜିଛି । ଏହି ବିଷୟରେ ନିର୍ମାଣ ହେଉଥିବା ଫିଲ୍ମ ‘ଗୁମନାମୀ’ ମଧ୍ଯ ଅନେକ ସମୟରୁ ବିବାଦରେ ଫସିଛି । କିନ୍ତୁ ଏବେ ଅନେକ ବିରୋଧ ସତ୍ତ୍ୱେ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି ।

ଜଣେ ବ୍ୟକ୍ତି ଯିଏ ୧୯୭୦/୮୦ ଦଶକରେ ଉତ୍ତର ପ୍ରଦେଶର ଫୈଜାବାଦରେ ଏକ ହିନ୍ଦୁ ସନ୍ତଙ୍କ ରୂପେ ଜୀବନ ଜୀଇଲେ, ସେ ‘ଗୁମନାମୀ ବାବା’ ରୂପେ ପରିଚିତ ହେଲେ । ତାଙ୍କ ସହିତ ମିଶିଥିବା ଲୋକମାନେ କୁହନ୍ତି ଯେ ସେ ଅନ୍ଯ କେହି ନୁହଁନ୍ତି ସେ ହେଉଛନ୍ତି ନେତାଜୀ ବୋସ୍, ଯାହାଙ୍କ ମୃତ୍ଯୁ ୧୯୪୫ରେ ଏକ ବିମାନ ଦୁର୍ଘଟଣାରେ ହୋଇଥିବା କୁହାଯାଉଥିଲା । ଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଏହି ସମସ୍ତ ଘଟଣାବଳୀ ଫିଲ୍ମରେ ଦେଖିବାକୁ ମିଳିବ ।

ଏହି ଟ୍ରେଲର ଦେଖି ଜଣା ପଡୁଛି ଯେ ଏହି ଫିଲ୍ମକୁ ନିର୍ମାଣ କରିବା ପାଇଁ ଅନେକ ରିସର୍ଚ୍ଚ ଓ ଡକ୍ଯୁମେଣ୍ଟରୁ ମିଳିଥିବା ତଥ୍ଯର ସାହାଯ୍ଯ ନିଆଯାଇଛି । ଏଥିରେ ଗଠନ ହୋଇଥିବା କମିଶନ ସମ୍ପର୍କରେ ମଧ୍ଯ ଫୋକସ୍ କରାଯାଇଛି । ପ୍ରୋସେନଜିତ୍ ଚାଟାର୍ଜୀଙ୍କ ଫିଲ୍ମରେ ଦମଦାର ଆକ୍ଟିଂ କରୁଥିବା ନଜର ଆସିବେ ।

ଜାତୀୟ ପୁରଷ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ଶ୍ରୀଜିତ୍ ମୁଖାର୍ଜୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଏବଂ ଫେମସ୍ ଅଭିନେତା ପ୍ରୋସେନଜିତ୍ ଚାଟାର୍ଜୀ ଫିଲ୍ମର ମୁଖ୍ଯ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଗାନ୍ଧୀ ଜୟନ୍ତୀରେ ରିଲିଜ ହେବ ।