ରାଜଧାନୀରେ ବନ୍ଧୁକ ଡିଲ୍‌ ବେଳେ ମହିଳା ସମେତ ୩ ଗିରଫ, ଖସିଗଲେ ବିକିବାକୁ ଆସିଥିବା ବ୍ୟବସାୟୀ


ଭୁବନେଶ୍ବର ୨୫।୯ : କଳ୍ପନା ଛକରେ ବନ୍ଧୁକ ଡିଲ୍‌ ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବଡଗଡ ଥାନା ପୋଲିସ। ମହିଳା ସମେତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୪ ରାଉଣ୍ଡ ଗୁଳି ଓ ସ୍କର୍ପିଓ ଜବତ ହୋଇଛି।

ବନ୍ଧୁକ ଡିଲ୍‌ ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବଡଗଡ ଥାନା ପୋଲିସ। ୪୫ ହଜାର ଟଙ୍କାରେ ଡ଼ିଲ ହେଉଥିଲା ଏହି ବନ୍ଧୁକ। ବିକିବାକୁ ଆସିଥିବା ବ୍ୟବସାୟୀ ଫେରାର ଥିବା ଏସଟିଏଫ ଓ ପୋଲିସ କହିଛି। ୨ ଯୁବକଙ୍କ ଘର କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ହୋଇଥିବା ବେଳେ ମହିଳା ଜଣଙ୍କର ଘର ନିମାପଡା ବୋଲି ପୋଲିସ କହିଛି। ୩ ଜଣଙ୍କ ଅପରାଧିକ ରେକର୍ଡକୁ ଯାଞ୍ଚ କରୁଛି ଏସଟିଏଫ ଓ ବଡଗଡ ଥାନା ପୋଲିସ।

   ସମ୍ବନ୍ଧିତ ଖବର


ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୯୧୩ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଡେଇଁଲା

୨୦୨୧ରେ ୨୯ ଦିନ ସରକାରୀ ଛୁଟି, କର୍ମଚାରୀଙ୍କ ୯ଟି ଛୁଟି ବେକାର ଯିବ