PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ରାଜଧାନୀରେ ସରକାରୀ କ୍ୱାଟର୍ସରୁ ବନ୍ଧୁକ କାରଖାନା ଠାବ, ଖୋଳତାଡ କରୁଛି ପୋଲିସ

source:newsodisha.in

ଭୁବନେଶ୍ୱର ୧୫/୪:  ସରକାରୀ କ୍ୱାଟର୍ସରେ ବନ୍ଧୁକ କାରଖାନା । ଓୟୁଏଟି କର୍ମଚାରୀଙ୍କ ସରକାରୀ କ୍ୱାଟର୍ସରୁ ବନ୍ଧୁକ କାରଖାନା ଠାବ ହୋଇଛି । ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହିତ ଅନେକ ସରଞ୍ଜାମ ଜବତ କରିଛି ପୋଲିସ । ବିପୁଳ ପରିମାଣରେ ବାରୁଦ  ଓ ଗୁଳି ମଧ୍ୟ ଜବତ ହୋଇଛି ।

ଘଟଣାଟି କିଛି ଏହିପରି । ସମ୍ପୃକ୍ତ ଓୟୁଏଟି କର୍ମଚାରୀ ଜଣଙ୍କ ହେଉଛନ୍ତି ନୃସିଂହ ନାୟକ । ଗତକାଲି ନୃସିଂହଙ୍କ ଘର ଭିତରୁ ଜୋରରେ ଏକ ଶବ୍ଦ ଶୁଭିଥିଲା । ଏହି ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଏହାପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ନୃସିଂହ ବନ୍ଧୁକ ଟେଷ୍ଟ କରିବା ସମୟରେ ଏହି ଶବ୍ଦ ହୋଇଥିଲା । ଘରୁ ୩ଟି ଅର୍ଧନିର୍ମିତ ବନ୍ଧୁକ ସହିତ ଅନେକ କଞ୍ଚାମାଲ ଜବତ ହୋଇଛି । ତେବେ ସରକାରୀ କ୍ୱାଟର୍ସରୁ ବନ୍ଧୁକ କାରଖାନା ଠାବ ହେବାପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବିଭିନ୍ନ ମହଲରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପୋଲିସର ଖୋଳତାଡ ପରେ ନୃସିଂହଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣାପଡିଛି ।

ନୃସିଂହଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । କାହାଠୁ ଏହାସବୁ ଆସୁଥିଲା ଏବଂ କେଉଁଠିକି ଏସବୁ ସପ୍ଲାଇ ହେଉଥିଲା ଏନେଇ ଖୋଳତାଡ ଜାରି ରହିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ।

ସମ୍ବନ୍ଧିତ ଖବର