୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି

ଛପରାଲି ୨୨/୧୦: ରଠୋଡା ଗାଁରେ ଏକ ମଦ ଦୋକାନରେ ୫ ଟଙ୍କାର ବିବାଦକୁ ନେଇ ଜଣେ ଯୁବକ ସେଲ୍ସମ୍ୟାନଙ୍କୁ ଗୁଳି ମାରିଦେଲା । ପୋଲିସ ଗୁରୁତର ସେଲ୍ସମ୍ୟାନକୁ ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କଲା । ରଠୋଡା ଗାଁର ନିବାସୀ ଗୌରବ ଏକ ମଦ କାଉଣ୍ଟରରେ ସେଲ୍ସମ୍ୟାନ୍ ଭାବେ କାମ କରନ୍ତି । ବୁଧବାର ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ଜଣେ ଯୁବକ ତାକୁ ଗୁଳି ମାରି ଫେରାର ହୋଇଗଲା । ଘଟଣାସ୍ଥଳରେ ପୋଲିସ ଗୁରୁତର ଗୌରବକୁ ହସ୍ପିଟାଲରେ ଭର୍ତ୍ତି କଲା । ତେବେ ଆକ୍ରମଣକାରୀକୁ ଚିହ୍ନଟ କରାଯାଇପାରିନାହିଁ ।

ଏସପି ଅଭିଷେକ ସିଂହଙ୍କ କହିବାନୁସାରେ ଅଙ୍କିତ ନାମକ ଜଣେ ଯୁବକକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି । ପୂର୍ବରୁ ୫ ଟଙ୍କା ପାଇଁ ସେଲ୍ସମ୍ୟାନ୍ ଓ ଅଙ୍କିତ ନାମକ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ସେ ହୁଏତ ଏ କାମ କରିଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏନେଇ ଏକ ଟିମ୍ ଗଠନ କରାଯାଇଛି । ଖୁବ ଶୀଘ୍ର ଦୋଷୀକୁ ଦଣ୍ଡ ମିଳିବ ବୋଲି କହିଛି ପୋଲିସ ।

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା