PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବନ୍ଧୁକ ଦେଖାଇ ବହି ଦୋକାନରୁ ଲୁଟ୍‌: ସିସିଟିଭିରେ ଲୁଟେରାଙ୍କ କାରନାମା

ଭୁବନେଶ୍ୱର ୨୭/୮ : ୧୬ ନମ୍ବର ଜାତୀୟ ରାଜପଥ କଡ଼ ପାତ୍ରପଡ଼ା ଭେନସ୍‌ ରେଷ୍ଟୁରାଣ୍ଟ୍‌ ନିକଟରେ ଥିବା ଏକ ବହି ଦୋକାନରେ ଗତକାଲି ରାତିରେ ୩ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି । ଲୁଟେରାଙ୍କ କାର୍‌ନାମା ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଉତ୍ତୋଳିତ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବାପରେ ପୁଲିସ ସିସିଟିଭି ଫୁଟେଜରୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତନାଘନା ଚଳାଇଛି ।

ମିଳିଥିବା ଅଭିଯୋଗ ଅନୁଯାୟୀ, ପାତ୍ରପଡ଼ାରେ ରହୁଥିବା ହରମୋହନ ବେହେରା ଓ ତାଙ୍କ ଭିଣୋଇ କମଳ ଲୋଚନ ମଲ୍ଲ ଭେନସ୍‌ ରେଷ୍ଟୁରାଣ୍ଟ୍‌ ନିକଟରେ ‘ହରେକୃଷ୍ଣ ଏୟାର ବୁକ୍‌ ଷ୍ଟୋର’ କରିଛନ୍ତି । ଗତକାଲି ରାତି ୧୦ଟାରେ ହରମୋହନ ଦୋକାନର କାରବାର ଟଙ୍କା ନେଇ ଘରକୁ ଯାଇଥିଲେ । ଦୋକାନରେ ଭିଣୋଇ କମଳ ଲୋଚନ ଶୋଇବାକୁ ଯାଉଥିଲେ । ରାତି ପ୍ରାୟ ସାଢ଼େ ୧୦ଟାରେ ସେ ଦେକାନ ସଟର ଅଧା ପକାଇ ଓଳାଉଥିଲେ ।

ଏହି ସମୟରେ ଏକ ବାଇକ୍‌ରେ ୩ ଯୁବକ ସେଠାରେ ପହଞ୍ଚିଥିଲେ । ଦୁଇ ଯୁବକ ଦୋକାନ ଭିତରେ ପଶି କମଳଲୋଚନଙ୍କୁ ବନ୍ଧୁକ ଦେଖାଇ ତାଙ୍କ ମୋବାଇଲ ଫୋନ୍‌ ଓ କ୍ୟାସ୍‌ ବାକ୍ସରୁ ୨୧ ଶହ ଟଙ୍କା ନେଇ ପଳାଇଥିଲେ । ଭୟଭୀତ କମଳଲୋଚନ ଏନେଇ ହରମୋହନଙ୍କୁ ଫୋନ୍‌ କରି ଜଣାଇଥିଲେ । ହରମୋହନ ଦୋକାନରେ ପହଞ୍ଚି ଘଟଣା ବିଷୟରେ ଜାଣି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଆଜି ପୁଲିସ ତାଙ୍କ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା ।

ସିସିଟିଭି ଫୁଟେଜ୍‌ରୁ ଏକ ବାଇକ୍‌ରେ ୩ ଲୁଟେରା ଖଣ୍ଡଗିରି ପଟୁ ସର୍ଭିସ ରୋଡରେ ଆସି ତାଙ୍କ ଦୋକାନ ସମ୍ମୁଖରେ ରଖିଥିଲେ । ବାଇକ୍‌ରୁ ପ୍ରଥମେ ଜଣେ ବନ୍ଧୁକଧାରୀ ଯୁବକ ଓହ୍ଲାଇ ଦୋକାନ ଭିତରେ ପଶିଥିଲା । ଅନ୍ୟ ଜଣେ ତାଙ୍କ ପଛେ ପଛେ ପଶିଥିଲା । ଜଣେ ଯୁବକ ବାଇକ୍‌ ଷ୍ଟାର୍ଟ କରି ବାହାରେ ଅପେକ୍ଷା କରିଥିଲା । ଲୁଟ୍‌ପାଟ ପରେ ୩ ଲୁଟେରା ବାଇକ୍‌ରେ ତମାଣ୍ଡୋ ଆଡ଼େ ପଳାଇଥିବା ଜଣା ପଡ଼ିଥିଲା । ସିସିଟିଭି ଫୁଟେଜରୁ ପୁଲିସ ଲୁଟେରାଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।