ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି: ଗୁପ୍‌ଚୁପ୍‌ ବ୍ୟବସାୟୀ ଗୁରୁତର, କାରଣ ଅସ୍ପଷ୍ଟ

ବ୍ରହ୍ମପୁର,୨୨/୧୧: ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି । ଘଟଣା ଘଟିଛି ବାଲିପଦର ବଜାରରେ । ବଜାର ଜନଗହଳି ରହିଥିବାବେଳେ ଗୁଳିକାଣ୍ଡ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଗୁଳି ମାଡ଼ରେ ଆହତ ହୋଇଥିବା ଯୁବକ ମଧ୍ୟପ୍ରଦେଶ ଅଞ୍ଚଳର ଧାନେନ୍ଦ୍ର ସିଂ ।

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା । ଗୁପ୍‌ଚୁପ୍‌ ଦୋକାନ ବନ୍ଦ କରି ଘରକୁ ବାହାରୁଥିଲେ ଧାନେନ୍ଦ୍ର । ଏହି ସମୟରେ ସ୍ଥାନୀୟ ଜଣେ ଯୁବକ ବାଇକ୍‌ରେ ଆସି ହଠାତ୍‌ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲା । ସେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିବା ବେଳେ ଯୁବକ ଜଣଙ୍କ ଆଖି ପିଛୁଳାକେ ଦ୍ରୁତ ଗତିରେ ଚମ୍ପଟ୍‌ ମାରିଥିଲା । ଗୁଳିମାଡ଼ ଦେଖି ଲୋକମାନେ ଦୌଡ଼ିବାକୁ ଲାଗିଲେ । କିଛି ସମୟ ପରେ ସ୍ଥାନୀୟ ଲୋକ ଧାନେନ୍ଦ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଧାନେନ୍ଦ୍ରଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଳି ମାଡ଼ କରିଥିବା ଯୁବକ ଜଣଙ୍କ ଭାଇର ସାଙ୍ଗ ବୋଲି ଧାନେନ୍ଦ୍ର ନିଜେ କହିଛନ୍ତି ।