PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ନୂଆ ଟ୍ରାଫିକ୍ ନିୟମ ପଡିଲା ଭାରି:୧୫ ହଜାର ଟଙ୍କାର ସ୍କୁଟି ପାଇଁ୨୩ ହଜାର ଜରିମନା,ନଦେବାରୁ ଗାଡ଼ି ଜବତ

ନୂଆଦିଲ୍ଲୀ,୩।୯: ନୂଆ ଟ୍ରାଫିକ ନିମୟ ଲାଗୁ ହେବାପରେ ଜରିମନା ବଢିବାର ନିର୍ଦେଶ ଲାଗୁ ହେବାପରେ ଦିଲ୍ଲୀର ଜଣେ ବ୍ୟକ୍ତି ଗୁରଗାଓଁରେ ୨୩ ହଜାର ଟଙ୍କାର ଚାଲାଣ କାଟିଛନ୍ତି। ଏହା ସହିତ ଗୁରଗାଓଁ ଟ୍ରାଫିକ୍ ପୋଲିସ ସ୍କୁଟିକୁ ସିଜ୍ କରିଦେଇଛି। ଏହାର ଚାଳକ ଏକ କପି  ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଯୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି।

ଦିଲ୍ଲୀର ଗୀତା କଲୋନୀ ନିବାସୀ ଦିନେଶ ମଦାନ କହିଛନ୍ତି,ସୋମବାର ଗୁରଗାଓଁକୁ କୌଣସି କାମରେ ସେ ଯାଇଥିଲେ। ଜିଲ୍ଲା ଅଦାଲତ କମ୍ପଲେକ୍ସ ସାମନାରେ ଥିବା ସର୍ଭିସ ରୋଡରେ ତାଙ୍କର ହେଲମେଟ୍ ବାହାର କରିଦିଆଯାଇଥିଲା।  ସେଠାରେ ଥିବା ପୋଲିସକର୍ମୀମାନେ ତାଙ୍କର ଗାଡି କାଗଜପତ୍ର ତାଙ୍କୁ ମାଗିଥିଲେ। କାଗଜପତ୍ର ନହେବା କାରଣରୁ ପୋଲିସ ୨୩ ହଜାର ଟଙ୍କାର ଚାଲାନ କାଟିଥିଲା।  ଦିନେଶ କହିଥିଲେ, ତାଙ୍କର ସ୍କୁଟି ଖୁବ୍ ପୁରୁଣା ହୋଇଥିବା କାରଣରୁ ଏବେ ମାତ୍ର ୧୫ ହଜାର ଟଙ୍କା ହିଁ ହେବ।

ଦିନେଶଙ୍କ ପାଖରେ ସ୍କୁଟିର ଆରସି, ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଥାର୍ଡ ପାର୍ଟି ବୀମା ଥିଲା। ୫ଟି ନିମୟ ଭାଙ୍ଗିବା କାରଣରୁ ତାଙ୍କ ଉପରେ ଟ୍ରାଫିକ୍ ପୋଲିସ ଏତେ ଟଙ୍କାର ଚାଲାନ କାଟିଥିଲା। ଦିନେଶ କହିଛନ୍ତି, ଟ୍ରାଫିକ୍ ପୋଲିସ ତାଙ୍କର ଚାଲାନ କାଟିବା ପରେ ସ୍କୁଟିକୁ ସିଜ୍ କରିଦେଇଥିଲେ। ନୂଆ ନିୟମ ଅନୁସାରେ ବିନା ଡ୍ରାଇଭିଂ ଲାଇସେନ୍ସ ୫ ହଜାର ଟଙ୍କା, ବିନା ଆର୍‌ସି ବୁକ୍‌  ୫ ହଜାର, ଇନସ୍ୟୁରେନସ୍‌  ୨ ରୁ ୩ର ହଜାର ଟଙ୍କା,ପ୍ରଦୁଷଣ ପାଇଁ ୧୦ ହଜାର ଟଙ୍କା,ହେଲମେଟ୍‌ ନଥିଲେ ୧ ହଜାର ଟଙ୍କା ଜରିମନା ଦେବାକୁ ହେବ ନୂଆ ଆଇନ ଅନୁସାରେ। ଏବେ ସେ ଗାଡିକୁ କୋର୍ଟରୁ ହିଁ ଛଡାଇ ଆଣିହେବ। ଏଥିପାଇଁ ପ୍ରଥମେ ଥାନାରେ କେସ୍ ହେବ ଓ ପରେ କୋର୍ଟରେ ହାଜର କରାଯିବ। ଏହା ସହିତ ଚାଲାନ ଭରିବା ବ୍ୟତୀତ ଜାମିନ୍ ମଧ୍ୟ ନେବାକୁ ହେବ। ଦିନେଶ କହିଛନ୍ତି ଏହା ହେବାପରେ ସେ ଖୁବ୍ ଚିନ୍ତିତ ଅଛନ୍ତି। ତେବେ ସେ ଏହି ସ୍କୁଟିକୁ ଏବେ ଆଣିବାକୁ ଯିବେ ନାହିଁ।

ସମ୍ବନ୍ଧିତ ଖବର