ଫାର୍ମହାଉସ୍‌ରେ ହାଇପ୍ରୋଫାଇଲ ରେଭ୍ ପାର୍ଟି: ନିଶାଶକ୍ତ ଅବସ୍ଥାରେ ୩୪ ଯୁବକ ଓ ୯ ଯୁବତୀ ଉଦ୍ଧାର, ୬ ଗିରଫ

ଗୁରୁଗ୍ରାମ ୧୪/୯: ଫରିଦାବାଦର ଗୁରୁଗ୍ରାମ ଅଞ୍ଚଳରେ ଏକ ହାଇପ୍ରୋଫାଇଲ ରେଭ୍ ପାର୍ଟି ଚାଲୁଥିବା ଘଟଣା ସମ୍ନାକୁ ଆସିଛି। ଗୁରୁଗ୍ରାମ ପୁଲିସ୍ ସୂଚନା ମୁତାବିକ, ଶନିବାର ଭୋର ୩ଟା ସମୟରେ ପୁଲିସ୍ ସ୍ବତନ୍ତ୍ର ଟିମ୍ ଫାର୍ମଂହାଉସ୍ ଉପରେ ଚଢ଼ାଉ କରିଥିଲେ। ସେଠାରୁ ୩୪ଜଣ ଯୁବକ ଏବଂ ୯ଜଣ ଯୁବତୀଙ୍କୁ ନିଶାଶକ୍ତ ଅବସ୍ଥାରେ ଉଦ୍ଧାର କରି ଥାନକୁ ଆଣିଥିବା ସୂଚନା ରହିଛି। ପରେ ଏହି ୪୩ ଜଣଙ୍କୁ ଚେତାବନି ଦେଇ ଛାଡି ଦେଇଥିଲା ପୁଲିସ।

ବିନା ଅନୁମତିରେ ଫାର୍ମହାଉସ୍‌ରେ ମଦପଇ ରେଭ୍ ପାର୍ଟି କରୁଥିବା ଅଭିଯୋଗରେ ୬ଜଣଙ୍କ ନାଁରେ ଡିଏଲଏଫ୍ ଫେଜ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ୍ ଏମାନଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି।  ଡିଜିପି ଇଷ୍ଟ ଚନ୍ଦ୍ରମୋହନଙ୍କ କହିବାନୁସାରେ ବଧବାଡି ଗାଁର ଅଞ୍ଚଳରରେ ମକ୍ଷତ ପାର୍କ ପୁଲ ସାଇଡ୍ ଫାର୍ମହାଉସ୍‌ରେ ରେଭ୍ ପାର୍ଟି ଚାଲୁଥିବା ନେଇ ପୁଲିସ୍ ଗୁପ୍ତ ସୂଚନା ପାଇବା ପରେ ଚଢ଼ାଉ କରାଯାଇଥିଲା।

ପୋଲିସର ଏହି ଚଢ଼ାଉ କରିବା ସମୟରେ ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ପୁଲିସର ତଦନ୍ତରୁ ଜଣା ପଡିଛି ଲୋକମାନଙ୍କୁ ୧୦୦୦ ଟଙ୍କା କୁପନ୍ ଦେଇ ରେଭ୍ ପାର୍ଟକୁ ଡକାଯାଇଥିଲା। ବର୍ତ୍ତମାନ ତଦନ୍ତ ଜାରି ରହିଛି ବୋଲି ପୁଲିସ୍ ସୂଚନା ଦେଇଛି।

   ସମ୍ବନ୍ଧିତ ଖବର


ମନର ମଣିଷ ଖୋଜୁଛନ୍ତି କିଆରା, ତେବେ ଏମିତି ହୋଇଥିବା ଦରକାର ଜୀବନସାଥୀ…

ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…