ସ୍ତ୍ରୀ ରାମ୍ପ ଓ୍ବାକ୍ କରୁଥିବା ସମୟରେ ଗୁଳି ମାରି ତଳେ ପକାଇଦେଲା ସ୍ବାମୀ, ରାଗରେ ଆସି କାହିଁକି ଏଭଳି କଲା ଜାଣନ୍ତୁ…

ନୂଆଦିଲ୍ଲୀ ୧।୫: ଫ୍ୟାସନ ଶୋ’ରେ ଅଂଶଗ୍ରହଣ କରି ରାମ୍ପ ୱାକ୍‌ କରୁଥିଲେ ସ୍ତ୍ରୀ। ମାତ୍ର ସ୍ବାମୀ ଏସବୁ ସହିନପାରି ରାଗରେ ଆସି ସ୍ତ୍ରୀ ଆଣ୍ଠୁରେ ମାରିଥିଲା ଗୁଳି। ଏଭଳି ଏକ ଘଟଣା ଘଟିଛି ଗୁଡ଼ଗାଓଁର ଏକ ସ୍କୁଲରେ।

ସ୍କୁଲ ଦ୍ବାରା ଆୟୋଜିତ ଏକ ଫ୍ୟାସନ ଶୋ’ରେ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ସ୍ବାମୀ ତାଙ୍କୁ ଘରକୁ ଯିବାକୁ କହିବାରୁ ସ୍ତ୍ରୀ ମନା କରିଦେଇଥିଲେ। ସେଠାରେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ରାମ୍ପ ଶୋ’ ଚାଲିଥିବାବେଳେ ସ୍ବାମୀ ବନ୍ଧୁକ ବାହାର କରି ପ୍ରଥମେ ଲାଇଭ ଟେଲିକାଷ୍ଟ କରୁଥିବା ସ୍କ୍ରିନକୁ ଗୁଳି ମାରିଥିଲେ। ଏହାପରେ ନିଜ ସ୍ତ୍ରୀର ଆଣ୍ଠୁରକୁ ଗୁଳି ମାରିଥିଲା।

ସୂଚନାଯୋଗ୍ୟ ଯେ, ୩୨ବର୍ଷ ବୟସ୍କ ଆଶାରାଣୀ ଏକ ଘରୋଇ ସ୍କୁଲରେ କିଛି ଦିନ ହେବ ପଢ଼ାଉଥିଲେ। ପାଖାପାଖି ୧୦ବର୍ଷ ପୂର୍ବରୁ ସେ ଇନ୍ଦ୍ରଜିତଙ୍କୁ ବିବାହ କରିଥିଲେ। ଗତ ରବିବାର ସୋହନା ରୋଡସ୍ଥିତ ଏକ କ୍ଲବରେ ସ୍କୁଲ ତରଫରୁ ପାର୍ଟି ଚାଲିଥିଲା। ଏଥିରେ ଫ୍ୟାସନ ଶୋ’ ମଧ୍ୟ ଥିଲା। ଆଶା ଫ୍ୟାସନ ଶୋ’ରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ। କିନ୍ତୁ ସ୍ବାମୀ ଏଥିରେ ରାଜି ନଥିଲା। କିନ୍ତୁ ସେ ପାର୍ଟିରେ ସାମିଲ ହେବାକୁ ଅନୁମତି ଦେଇଥିଲା।

ରବିବାର ରାତି ୮ଟାବେଳେ ଆଶା ସ୍ବାମୀଙ୍କୁ ଫୋନ୍ କରି କହିଥିଲେ ଯେ ସେ ପାର୍ଟିକୁ ଯିବା ପାଇଁ ଘରୁ ବାହାରୁଛନ୍ତି। ରାତି ୧୧.୩୦ଟା ବେଳେ ଇନ୍ଦ୍ରଜିତ ତା ବନ୍ଧୁ ଜିତୁ ସହ ସେକ୍ଟର ୨୫ରେ ଥିବା ସ୍କୁଲକୁ ଯାଇ ଦେଖିଲା ସେଠାରେ ତାଲା ପଡ଼ିଛି। ସ୍ବାମୀ ସ୍ତ୍ରୀ ଆଶାକୁ ଫୋନ୍ କରି ସେ ତାକୁ ମିଛ କଥା କହିଥିବା ଅଭିଯୋଗ କରିଥିଲା। ସ୍ତ୍ରୀ ସ୍ବାମୀକୁ ହ୍ବାଟସଆପରେ ଲୋକେସନ ପଠାଇ ସେ ପାର୍ଟିରେ ଥିବାର ପ୍ରମାଣ ଦେଇଥିଲା। ଏହାପରେ ଇନ୍ଦ୍ରଜିତ କ୍ଲବରେ ପହଞ୍ଚିଥିଲା ଏବଂ ସ୍ତ୍ରୀଙ୍କୁ ଫୋନ୍ କରି ସାଙ୍ଗରେ ଘରକୁ ଯିବାକୁ କହିଥିଲା। କିନ୍ତୁ ଆଶା ଯିବାକୁ ମନା କରି ଦେଇଥିଲେ। ସେହି ସମୟରେ ଆଶା ରାମ୍ପ କରୁଥିବା ବଡ ସ୍କ୍ରିନରେ ଲାଇଭ ଦେଖାଯାଉଥିଲା। ତେଣୁ ଏଥିରେ ସ୍ବାମୀ ରାଗିଯାଇ ବନ୍ଧୁକ ବାହାର କରି ଗୁଳି ମାରିଥିଲେ।

ପୋଲିସଙ୍କ କହିବାନୁସାରେ ଆଶା ରକ୍ତାକ୍ତ ହୋଇ ତଳେ ପଡ଼ିଥିଲେ। କିନ୍ତୁ ତାଙ୍କୁ ବଞ୍ଚାଇବା ଲାଗି କେହି ସ୍କୁଲ କର୍ମଚାରୀ ଆଗକୁ ଆସିନଥିଲେ।

ପରେ ସ୍କୁଲ କର୍ମଚାରୀଙ୍କ ବୟାନକୁ ଆଧାର କରି ଇନ୍ଦ୍ରଜିତ ଏବଂ ଜିତୁ ବିରୁଦ୍ଧରେ ପୋଲିସ୍ ଆଇପିସିର ଧାରା ୩୦୭ ଏବଂ ଆର୍ମସ ଆକ୍ଟ ଅନୁସାରେ ମୋକଦ୍ଦମା ରୁଜୁ କରିଥିଲା। ପୋଲିସ୍ ଘଟଣାସ୍ଥଳର ସିସିଟିଭି ଫୁଟେଜ ମଧ୍ୟ ମଗାଇଛନ୍ତି। ପୂର୍ବରୁ ମଧ୍ୟ ଇନ୍ଦ୍ରଜିତ ବିରୋଧରେ ଦିଲ୍ଲୀରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଆର୍ମସ ଆକ୍ଟ ଅନୁସାରେ ୩ଟି ମାମଲା ରହିଛି। ଏବେ ଇନ୍ଦ୍ରଜିତ ଓ ଜିତୁ ଫେରାର ଅଛନ୍ତି ।   

   ସମ୍ବନ୍ଧିତ ଖବର


ମିଳିଳା ୫୦୦ ବର୍ଷ ପୁରୁରା ହ୍ବିଲ୍ ମାଛର କଙ୍କାଳ, ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…