କରୋନା ରୋଗୀ ଯାଇଥିବାରୁ କର କ୍ଲିନିକ୍‌ ନଯିବା ପାଇଁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ


ଭୁବନେଶ୍ୱର ମାର୍ଚ୍ଚ ୨୭- ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା ପରେ ତାଙ୍କ ରିପୋର୍ଟ କରୋନା ପଜେଟିଭ୍‌ ଆସିଛି । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଞ୍ଚିଛି ।

ଏହି ତୃତୀୟ କରୋନା ଆକ୍ରାନ୍ତ ପ୍ରଥମେ ଭୁବନେଶ୍ୱର କର କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥିଲେ । ଏହାର ସୂଚନା ମିଳିବା ପରେ ସାଧାରଣ ଲୋକଙ୍କୁ ଏବେ କର କ୍ଲିନିକ୍‌ ନଯିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଅନୁସାରେ ୬୦ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ଜଣଙ୍କ ୨୧ ତାରିଖରେ କର କ୍ଲିନିକ୍‌କୁ ଯାଇଥିଲେ । ସେଥିପାଇଁ କୌଣସି ବାହ୍ୟ ରୋଗୀ ଓ ଅନ୍ତ ରୋଗୀ , ଆଉଟ୍‌ ପେସେଣ୍ଟ ଏବଂ ଇନ୍‌ ପେସେଣ୍ଟ କର କ୍ଲିନିକ୍‌କୁ ଡାକ୍ତରଙ୍କ ପରାମର୍ଶ କିମ୍ବା ଚିକିତ୍ସା ପାଇଁ ନଯାଆନ୍ତୁ ବୋଲି ସୂଚନା ଦିଆଯାଇଛି।

ଏବେ କର କ୍ଲିନିକ୍‌ରେ ଥିବା ଡାକ୍ତର ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଉପରେ ନଜର ରଖାଯାଇଛି । ଏହି ବ୍ୟକ୍ତିଙ୍କର ଯେଉଁ ଡାକ୍ତର ଓ ନର୍ସ ଚିକିତ୍ସା କରିଥିଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ କରିବା ପାଇଁ କର କ୍ଲିନିକ୍‌ର ପରିଚାଳନା କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ