ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ମକର ସଂକ୍ରାନ୍ତିରେ ପରଦାକୁ ଆସିବ ‘ହାତୀ ମେରେ ସାଥୀ’

ମୁମ୍ବାଇ ୨୨/୧୦: ଲୋକପ୍ରିୟ ସାଉଥ୍‌ଷ୍ଟାର ରାଣା ଡଗୁବାତୀ ଏବଂ ପୁଲକିତ ସମ୍ରାଟଙ୍କ ଅଭିନୀତ ଫିଲ୍ମ ‘ହାତୀ ମେରେ ସାଥୀ’ର ରିଲିଜ୍‌ ଡେଟ୍‌ ଏବେ ସାମ୍ନାକୁ ଆସିଛି । ଆସନ୍ତାବର୍ଷ ମକର ସଂକ୍ରାନ୍ତି ଅବସରରେ ତାହା ରିଲିଜ୍‌ ହେବ । ନିଜେ ରାଣା ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ଏଥିସହିତ ସେ ଫିଲ୍ମର ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।

wp:html
/wp:html

ସେଥିରେ ତାଙ୍କୁ ଦାଢ଼ି ରଖିଥିବା ଦେଖାଯାଉଛି । ପୁଲକିତ ତାଙ୍କ ନିକଟରେ ଛିଡ଼ା ହୋଇଛନ୍ତି । ଏହାଛଡ଼ା ଏକ ଭଙ୍ଗା ପ୍ରାଚୀର ମଧ୍ୟ ପୋଷ୍ଟରରେ ଦେଖାଯାଉଛି ଯାହାର ଆରପଟେ ହାତୀମାନେ ରହୁଛନ୍ତି । ପ୍ରଭୁ ସୋଲୋମନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ବିଗ୍‌ ବଜେଟର ମୁଭି । ହାତୀ ଓ ମଣିଷର ସଂପର୍କ ଉପରେ ଏହାର କାହାଣୀ ପର୍ଯ୍ୟବସିତ । ଇରୋସ୍‌ ମୋସନ୍‌ ପିକ୍‌ଚରସ ଦ୍ୱାରା ନିର୍ମିତ ଏହି ଫିଲ୍ମ ହିନ୍ଦୀ, ତେଲଗୁ ଓ ତାମିଲ ଭାଷାରେ ରିଲିଜ୍‌ ହେବ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.