PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆଜି ହିଁ ବଦଳାନ୍ତୁ ଆପଣଙ୍କର ଏହି ଅଭ୍ୟାସ, ନହେଲେ ହୋଇପାରେ ହୃଦ୍‌ଘାତ

ଭୁବନେଶ୍ଵର, ୨୧/୦୯ : ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମର ଏଭଳି କିଛି ଅଭ୍ୟାସ ହୃଦ୍‌ଘାତର ଆଶଙ୍କା ବଢାଇଥାଏ। ତେବେ ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ ଏହି ଅଭ୍ୟାସକୁ ପରିବର୍ତ୍ତନ କରି ଏହି ବିପଦକୁ ଟାଳି ପାରିବେ। ହୃଦ୍‌ରୋଗ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କମ୍ ବୟସ୍କ ଏବଂ ଯୁବାବସ୍ଥାରେ ହୃଦ୍‌ଘାତ ହେତୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ଅଧ୍ୟୟନରେ ଜଣା ପଡ଼ିଛି ଯେ, ହୃଦ୍‌ରୋଗ ମାମଲାରେ ଭାରତ ପଶ୍ଚିମ ଦେଶ ଗୁଡିକ ତୁଳନାରେ ବହୁତ ଆଗରେ ରହିଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରାୟ ସମୟରେ ଆମେ ପୋଷ୍ଟ ହାର୍ଟ ଆଟାକ୍ ଉପରେ ଧ୍ୟାନ ଦେଇଥାଉ। ହେଲେ ହୃଦ୍‌ଘାତ ପୂର୍ବରୁ ଆମକୁ ସଜାଗ ରହିବା ଜରୁରୀ। ଏପରି କଲେ ହୁଏତ ଆମେ ଏକ ବଡ଼ ବିପଦକୁ ଟାଳିପାରିବା। ତେବେ ଜାଣନ୍ତୁ କିପରି ରହିବେ ସଜାଗ-

ଇନଫ୍ଲାମେସନ ଅଧିକ ବିପଜ୍ଜନକ- ବହୁତ ଲୋକ ଜାଣନ୍ତି କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସେରାଇଡ୍ ମାତ୍ରା ବଢି଼ଯିବା ହୃଦ୍‌ଘାତର ଏକମାତ୍ର କାରଣ। କୋଲେଷ୍ଟ୍ରଲ ସ୍ଥର ନିୟନ୍ତ୍ରଣ ରଖିବା ଜରୁରୀ କିନ୍ତୁ କୋଲେଷ୍ଟ୍ରଲ ହୃଦ୍‌ଘାତର ଏକମାତ୍ର କାରଣ ନୁହେଁ।

ବିଶୋଧିତ ତୈଳ- ବିଶୋଧିତ ତୈଳ ଅତ୍ୟଧିକ ପ୍ରଦାହଜନକ ଭାବରେ ବିବେଚନା କରାଯାଏ। ଏହା ଆପଣଙ୍କ ହାର୍ଟ ପାଇଁ କ୍ଷତିକାରକ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ସୁସ୍ଥ ରହିବା ପାଇଁ କୋଲ୍ଡ ପ୍ରେସଡ ତେଲକୁ ବିକଳ୍ପ ରୁପେ ବାଛନ୍ତୁ।

ସକ୍ରିୟ ରୁହନ୍ତୁ- ସୁସ୍ଥ ରହିବା ପାଇଁ ସକ୍ରିୟ ଜୀବନଶୈଳୀକୁ ଆପଣାନ୍ତୁ। ଚାଲିବା, ଯୋଗ କରିବା ଇତ୍ୟାଦି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। ସକ୍ରିୟ ରହିବାକୁ ହେଲେ ନୃତ୍ୟ, ଏରୋବିକ୍ସ, ପହଁରିବା ଆଦି କାର୍ଯ୍ୟ କରିବାକୁ ପଡ଼ିବ। ଯଦି ଆପଣ ଏହିଭଳି ପରିଶ୍ରମ ନକରୁଛନ୍ତି ତେବେ ହୃଦଘାତର ଆଶଙ୍କା ଅଧିକ ରହିଥାଏ।

ଶୋଇବା ରୁଟିନ ଠିକ ରଖନ୍ତୁ- ଅନେକ ଲୋକ ରାତିସାରା କାମ କରିଥାନ୍ତି କିମ୍ୱା ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ଯାହା ଫଳରେ ରାତିରେ ଶୋଇପାରନ୍ତି ନାହିଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଠିକ୍ ସମୟରେ ନିଦ ହେବା ଏବଂ ପର୍ଯ୍ୟାପ୍ତ ଶୋଇବା ଆପଣଙ୍କ ହୃଦୟ ପାଇଁ ଔଷଧ ଭଳି କାମ କରିଥାଏ। ଅନ୍ୟ ପକ୍ଷରେ ପର୍ଯ୍ୟାପ୍ତ ନିଦ ନହେବାଯୋଗୁ ହୃଦଘାତର ଆଶଙ୍କା ହୋଇପାରେ।