ସ୍ବାଧୀ ପ୍ରଜ୍ଞା ଯଦି ଆଝାରକୁ ଅଭିଶାପ ଦେଇଥାନ୍ତେ ତେବେ ସର୍ଜିକାଲ ଷ୍ଟ୍ରାଇକ ଦରକାର ପଡିନଥାନ୍ତା: ଦିଗବିଜୟ ସିଂହ

ଭୋପାଳ, ୨୮।୪,କଂଗ୍ରେସର ବରିଷ୍ଠ ନେତା ଓ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ତାଙ୍କ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ସାଧ୍ଵୀ ପ୍ରଜ୍ଞା ଠାକୁରଙ୍କୁ ଟାର୍ଗେଟ କରିଛନ୍ତି। ସେ ସ୍ବାଧିୀପ୍ରଜ୍ଞାଙ୍କୁ   କଡ଼ା  କରି କହିଛନ୍ତି, ଯଦି ସାଧ୍ଵୀ ପ୍ରଜ୍ଞାଙ୍କ  ଅଭିଶାପରେ ହେମନ୍ତ କରକରେଙ୍କ ମୃତ୍ୟୁ ହୋଇଛି। ତେବେ ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଅଭିଶାପ କାହିଁକି ଦେଉନାହାନ୍ତି। ଯଦି ସେ ମାସୁଦକୁ ଅଭିଶାପ ଦେଇଥାନ୍ତେ,ତେବେ ଆତଙ୍କବାଦୀଙ୍କୁ ମାରିବାକୁ ଆଉ ସର୍ଜିକାଲ ଷ୍ଟ୍ରାଇକ ଆବଶ୍ୟକତା ପଡ଼ନ୍ତା ନାହିଁ।

ଭୋପାଳର ଅଶୋକା ଗାର୍ଡେନ ଅଞ୍ଚଳରେ ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରିବା ଅବସରରେ ଦିଗବିଜୟ କହିଥିଲେ, ପ୍ରଧାନମନ୍ତ୍ରୀ କହୁଛନ୍ତି ଆତଙ୍କବାଦୀଙ୍କୁ ନର୍କରୁ ଖୋଜି ବାହାର କରିବେ। କିନ୍ତୁ ମୁଁ ତାଙ୍କୁ ପଚାରିବାକୁ ଚାହେଁ ଦେଶରେ ଯେତେବେଳେ ପୁଲଓ୍ବାମା, ପଠାନକୋଟ ଓ ଉରି ଆକ୍ରମଣ ହୋଇଥିଲା ସେତେବେଳେ ମୋଦି କେଉଁଠି ଥିଲେ। ସେ ଆହୁରି କହିଥିଲେ, ହିନ୍ଦୁ, ମୁସଲିମ, ଶିଖ୍‌ ଏବଂ ଖ୍ରୀଷ୍ଟିଆନ ଭାଇ-ଭାଇ। କିନ୍ତୁ ଏମାନେ ହିନ୍ଦୁମାନଙ୍କୁ କହୁଛନ୍ତି ତୁମ ପ୍ରତି ବିପଦ ରହିଛି, ଏକାଠି ହୋଇଯାଅ। ଏହି ଦେଶକୁ ମୁସଲମାନମାନେ ୫୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ। ସେ ସମୟରେ କୌଣସି ଧର୍ମର କିଛି କ୍ଷତି ହୋଇ ନ ଥିଲା। ଧର୍ମକୁ ବିକୁଥିବା ଏପରି ଲୋକଙ୍କ ପ୍ରତି ସାବଧାନ ରହିବାକୁ ଦିଗବିଜୟ ପରାମର୍ଶ ଦେଇଥିଲେ।

 

 

 

   ସମ୍ବନ୍ଧିତ ଖବର


ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍

ଭୟଙ୍କର ରୂପ ନେଲା ବାତ୍ୟା ‘ନିବାର’: ଚେନ୍ନାଇରେ ପ୍ରବଳ ବର୍ଷା ପରେ ରାସ୍ତାଘାଟ ଜଳମଗ୍ନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌

କରୋନା: ସକ୍ରିୟ ମାମଲାରେ ୭ମ ସ୍ଥାନରେ ଭାରତ, ସୁସ୍ଥ ହେଲେଣି ୯୩.୭୪% ରୋଗୀ

ଆମେରିକାରେ ଅଣାୟତ୍ତ କରୋନା, ସପ୍ତାହକେ ମଧ୍ୟରୁ ଗଲାଣି ୧୦ ହଜାରରୁ ଅଧିକ ଜୀବନ

୨୨୨ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା, ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଟିକା