ବ୍ରିସବେନ୍ ଟେଷ୍ଟରେ ଧିମା ବ୍ୟାଟିଂର କାରଣ ଖୋଲିଲେ ପୂଜାରା: କହିଲେ- କେବଳ ୪ଟି ଆଙ୍ଗୁଳିରେ ଧରିଥିଲି ବ୍ୟାଟ୍, ପୂର୍ବ ମ୍ୟାଚ୍ରେ…

https://sports.ndtv.com/
ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍କୁ ନିଜ ମାଟିରେ ହରାଇବା ଭାରତୀୟ ଦଳ ପାଇଁ ଏତେ ସହଜ ନଥିଲା। ଟେଷ୍ଟ ସିରିଜ ଜିତିବା ପାଇଁ ଭାରତୀୟ ଟିମ୍ର ଖେଳାଳିଙ୍କୁ କରିବାକୁ ପଡିଛି ଅନେକ କଷ୍ଟ। ବ୍ରିସବେନ୍ ଟେଷ୍ଟର ୫ମ ଦିନରେ ଚେତେଶ୍ବର ପୂଜାରା ସମ୍ପୂର୍ଣ୍ଣ ସାହାସିକତାର ସହ ୫୬ ରନର ଇଂନିସ ଖେଳିଥିଲେ। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପୂଜାରାଙ୍କ ଶରୀରକୁ ଲଗାତାର ଟାର୍ଗେଟ କରି ବୋଲିଂ କରୁଥିଲେ, କିନ୍ତୁ ଏସବୁ ପରେ ବି ସେ ଖେଳୁଥିଲେ। ପୂଜାରାଙ୍କ ଶରୀରରେ ୧୧ଟି ବଲ୍ ମାଡ ହୋଇଥିଲା। ଏତେ କଷ୍ଟ ଅନୁଭବ ହେଉଥିଲେ ମଧ୍ୟ ବ୍ୟାଟିଂ ଜାରି ରଖିଥିଲେ। ପୂଜାରାଙ୍କ ପାଇଁ ଖେଳିବାର କେବଳ ଗୋଟିଏ ଲକ୍ଷ୍ୟ ଥିଲା ଯେପରି ସେ ଆଉଟ୍ ନହୁଅନ୍ତି।

ଏହି ସିରିଜରେ ବହୁ କ୍ରିକେଟ୍ ବିଶେଷଜ୍ଞ ପୂଜାରାଙ୍କର ଧିମା ବ୍ୟାଟିଂକୁ ସମାଲୋଚନା କରିଥିଲେ। ଏଥିରେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ମଧ୍ୟ ସାମିଲ ଥିଲେ। ନିଜର ସମାଲୋଚନା ନେଇ ପୂଜାରା କହିଛନ୍ତି, ଜଣେ ବ୍ୟାଟସମ୍ୟାନ୍ ଭାବରେ ମୁଁ ଜାଣେ ଟିମ୍ ପାଇଁ କ’ଣ ଦରକାର ଥିଲା। ଆପଣଙ୍କୁ ବାସ୍ ନିଜ ଉପରେ ଭରସା ରଖିବା ଦରକାର। ସେତେବେଳେ ମୋ ଅଙ୍ଗୁଳିରେ ବଲ୍ ବାଜିବା କାରଣରୁ ମୋର ବ୍ୟାଟିଂ କରିବା ସହଜ ନଥିଲା। ମେଲବୋର୍ଣ୍ଣରେ ଟ୍ରେନିଂ ବେଳେ ଆଘାତ ଲାଗିଥିଲା। ସିଡନି ଓ ବ୍ରିସବେନରେ ବ୍ୟାଟିଂ କରିବା ବେଳେ ବ୍ୟାଟ୍ ଧରିବା ସମ୍ଭବ ହେଉନଥିଲା। ଆଉ ବ୍ରିସବେନରେ ଯେତେବେଳେ ପୁଣି ସେହି ଆଙ୍ଗୁଳିରେ ବଲ୍ ବାଜିଥିଲା ଆହୁରି କଷ୍ଟ ବଢିଯାଇଥିଲା। ମୁଁ କେବଳ ଚାରୋଟି ଅଙ୍ଗୁଳିରେ ବ୍ୟାଟକୁ ଧରିଥିଲି, ଯାହାକି ମୋ ପାଇଁ ସହଜ କଥା ନଥିଲା।’