PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଟିକା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ଆଉ ଏକ ବଡ ସଫଳତା, ଏବେ ଏହି ଫାର୍ମା କମ୍ପାନୀ ତିଆରି କରିବ Covaxin ଟିକା…

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ଆଉ ଏକ ପଦକ୍ଷେପ ନେଇଛି । କୋଭାକ୍ସିନ୍ ତିଆରି କରୁଥିବା ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଭାରତ ବାୟୋଟେକ୍ ସହିତ ଏକ ଟେକ୍ନୋଲୋଜି ସ୍ଥାନାନ୍ତର ବ୍ୟବସ୍ଥା ଅନୁଯାୟୀ ହାଫକିନ୍ ବାୟୋଫାର୍ମା ୨୨.୮ କୋଟି ଡୋଜ୍ କୋଭାକ୍ସିନ୍ ଉତ୍ପାଦନ କରିବ ।

କେନ୍ଦ୍ରର ସହାୟତାରେ ସମଗ୍ର ଯୋଗ୍ୟ ଜନସଂଖ୍ୟାକୁ ଶୀଘ୍ର ଟୀକାକରଣ କରିବା ପାଇଁ ଦେଶରେ ଘରୋଇ ଟୀକା ଉତ୍ପାଦନକୁ ଜୋରଦାର କରାଯାଉଛି । ଏହି ପଦକ୍ଷେପ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ ଆତ୍ମନିର୍ଭର ଭାରତ ୩.୦ ମିଶନ୍ କୋଭିଡ୍ ସୁରକ୍ଷା ଅଧୀନରେ ଥିବା ତିନୋଟି ସରକାରୀ ଉଦ୍ୟୋଗକୁ ସାହାଯ୍ୟ କରୁଛି । ଏହି କମ୍ପାନୀଗୁଡିକ ହେଉଛି: ହାଫକିନ୍ ବାୟୋଫାର୍ମାସ୍ୟୁଟିକାଲ୍ କର୍ପୋରେସନ୍ ଲିମିଟେଡ୍, ମୁମ୍ବାଇ, ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ ଲିମିଟେଡ୍, ହାଇଦ୍ରାବାଦ ଏବଂ ଭରତ ଇମ୍ୟୁନୋଲୋଜିକାଲ୍ ଆଣ୍ଡ ବାୟୋଲୋଜିକାଲ୍ ଲିମିଟେଡ୍, ବୁଲନ୍ଦଶାହର, ୟୁ.ପି ।

୧୨୨ ବର୍ଷ ପୁରୁଣା ହାଫକିନ୍ ପ୍ରତିଷ୍ଠାନର ଶାଖା ହାଫକିନ୍ ବାୟୋଫର୍ମା ହେଉଛି ମହାରାଷ୍ଟ୍ର ରାଜ୍ୟ ସାର୍ବଜନୀନ ଅନୁଷ୍ଠାନ ଯାହାକି ହାଇଦ୍ରାବାଦର ଭାରତ ବାୟୋଟେକ୍ ଲିମିଟେଡ୍ ସହିତ ଟେକ୍ନୋଲୋଜି ସ୍ଥାନାନ୍ତର ବ୍ୟବସ୍ଥାରେ କୋଭାକ୍ସିନ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି । ପାରେଲରେ ଥିବା କମ୍ପାନୀର କମ୍ପ୍ଲେକ୍ସରେ ଏହି ଟିକା ପ୍ରସ୍ତୁତ କରାଯିବ । ହଫକିନ୍ ବାୟୋଫାର୍ମା ପରିଚାଳନା ନିର୍ଦ୍ଦେଶକ ଡ ସନ୍ଦୀପ ରାଥୋଡ କହିଛନ୍ତି ଯେ କମ୍ପାନୀ ଗୋଟିଏ ବର୍ଷରେ ୨୨.୮ କୋଟି ଡୋଜ୍ କୋଭାକ୍ସିନ୍ ଉତ୍ପାଦନ କରିବାକୁ ପ୍ରସ୍ତାବ ଦେଇଛି । ସେ କହିଛନ୍ତି ଯେ ‘ହାଫକିନ୍ ବାୟୋଫାର୍ମା କେନ୍ଦ୍ର ଦ୍ବାରା ୬୫ କୋଟି ଟଙ୍କା ଏବଂ କୋଭକ୍ସିନ୍ ଉତ୍ପାଦନ ପାଇଁ ମହାରାଷ୍ଟ୍ର ସରକାର ୯୪ କୋଟି ଟଙ୍କା ଅନୁଦାନ ପାଇଛନ୍ତି ।’ କମ୍ପାନୀ ତରଫରୁ କୁହାଯାଇଛି ଯେ ଟିକା ଡୋଜ ଉତ୍ପାଦନ ପାଇଁ ଆଠ ମାସ ସମୟ ଦିଆଯାଇଛି, ତେଣୁ ଏହି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।