ଏଫ୍‌ଏଟିଏଫ୍‌ ଗ୍ରେ-ଲିଷ୍ଟରେ ରହିବ ପାକିସ୍ତାନ

ନୂଆଦିଲ୍ଲୀ,୨୨ ।୨(ଏଜେନ୍ସି): ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବା ଦିଗରେ କାର୍ଯ୍ୟ କରୁଥିବା ପ୍ୟାରିସ୍‌ ସ୍ଥିତ ଆନ୍ତର୍ଜାତିକ ସଙ୍ଗଠନ ଏଫଏଟିଏଫ (ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ) ପାକିସ୍ତାନକୁ ବର୍ତ୍ତମାନ ଏହାର ଗ୍ରେ-ଲିଷ୍ଟରେ ରଖିବାକୁ ନିଷ୍ପତ୍ତି ନେଇଛି । ଫଳରେ ଆନ୍ତର୍ଜାତିକ ବାଣିଜ୍ୟ କାରବାର ଓ ନିବେଶ କ୍ଷେତ୍ରରେ ପାକିସ୍ତାନ ଉପରେ କଟକଣା ରହିବ । ପୁଲୱାମା ଆକ୍ରମଣ ପରିପ୍ରେକ୍ଷୀରେ ଭାରତର କୂଟନୈତିକ ଚାପ ଯୋଗୁ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ପାକିସ୍ତାନକୁ ଏହି ତାଲିକାରେ ରଖାଯିବ । ଏହା ପରେ ତାହାର ପଦକ୍ଷେପକୁ ଦୃଷ୍ଟିରେ ରଖି ତାକୁ ତାଲିକାରୁ ବାଦ୍‌ ଦିଆଯିବ କି ନାହିଁ ନିଷ୍ପତ୍ତି ନିଆଯିବ ।

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବାରେ ପାକିସ୍ତାନ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନକରିବା ଏବଂ ନିଜ ଦେଶରେ ସକ୍ରିୟ ଥିବା ଆତଙ୍କୀ ସଙ୍ଗଠନ ଜମାତ୍‌-ଉଦ-ଦାୱା, ଲସ୍କର-ଇ-ତୋଇବା, ଜୈସ୍‌-ଇ-ମହମ୍ମଦ ଓ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେବା କାରଣରୁ ଏହାକୁ ଗ୍ରେ-ଲିଷ୍ଟରେ ସାମିଲ କରାଯାଇଥିବା ଏଫଏଟିଏଫ ଦର୍ଶାଇଛି । ଆସନ୍ତା ଅକ୍ଟୋବର ସୁଦ୍ଧା ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଏଫଏଟିଏଫ ପାକିସ୍ତାନକୁ ପରାମର୍ଶ ଦେଇଛି । ଯଦି ପାକିସ୍ତାନ ଏଥିରେ ବିଫଳ ହେବ ତେବେ ଏହା କଳାତାଲିକାଭୁକ୍ତ ହେବ ବୋଲି କୁହାଯାଇଛି । ଭାରତ ଯୁକ୍ତି ବାଢ଼ିଥିଲା ଯେ ପାକିସ୍ତାନ ଲଗାତାର ଭାବେ ଆତଙ୍କୀ ସଙ୍ଗଠନକୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେଉଛି । ଏଫଏଟିଏଫ ଆଇନକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବାରୁ ପାକସ୍ତାନକୁ ଗ୍ରେ-ଲିଷ୍ଟରୁ ହଟାଯିବ ନାହିଁ ବୋଲି ପୂର୍ବରୁ ଫ୍ରାନ୍ସ କହିଥିଲା । ତେବେ ପୁଲୱାମା ଆକ୍ରମଣ ପରେ ଭାରତର ଚାପ ଯୋଗୁ ପାକିସ୍ତାନ ଅଡୁଆରେ ପଡିଯାଇଥିଲା । ତାଲିକାରୁ ହଟିବା ଲାଗି ପାକିସ୍ତାନ ଉଦ୍ୟମ କରିଥିଲା । ଦର୍ଶାଇଥିଲା ଯେ ଏହାର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ କଟକଣା ଯୋଗୁ ଆହୁରି କ୍ଷତିଗ୍ରସ୍ତ ହେବ ।

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ