PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଭାରତୀୟ ମହିଳା ହକି ଟିମ୍ କୋଚ୍‌ଙ୍କୁ ଶାହାରୁଖଙ୍କ ମେସେଜ୍: ଗୋଲ୍ଡ ଆଣିବେ, ଧନତେରସ୍ ପାଳିବା…

https://www.indiatoday.in

ନୂଆଦିଲ୍ଲୀ,୨।୮: ଟୋକିଓ ଅଲିମ୍ପିକରେ ସୋମବାର ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ମହିଳା ହକି ଟିମ୍ ପ୍ରଥମ ଥର ଅଲିମ୍ପିକର ସେମିଫାଇନାଲରେ ପହଁଞ୍ଚି ଇତିହାସ ରଚିଛନ୍ତି ଓ ଏହି ଟିମ୍‌ର ସଫଳତାର ଉତ୍ସବ ସାରା ଦେଶରେ ପାଳନ କରାଯାଉଛି। କିନ୍ତୁ ଏହି ଉତ୍ସବ ଭିତରେ ସୋସିଆଲ ମିଡିଆରେ ଦୁଇ କୋଚ୍‌ଙ୍କ ଭିତରେ ପରସ୍ପର ସହିତ ହୋଇଥିବା ଆଲୋଚନା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଏହି ଚାଟ୍ ଫିଲ୍ମର ହକି କୋଚ୍ କବିର ଖାନ୍‌ ଅର୍ଥାତ ଶାହାରୁଖ ଖାନ୍‌ ଓ ମହିଳା ହକି ଟିମ୍‌ର କୋଚ୍ ଶୋର୍ଡା ମରିନଙ୍କ ଭିତରେ। କୋଚ୍ ଶୋର୍ଡଙ୍କ ଏକ ମେସେଜ୍ ଉପରେ ରିପ୍ଲାଇ କରି ଶାହାରୁଖ ଖାନ୍ ଗୋଲ୍ଡ ନେଇ ଆସନ୍ତୁ ଧନତେରସ୍ ପାଳନ କରିବା କଥା କହିଛନ୍ତି।

ଉଲ୍ଳେଖନୀୟ ଯେ, ହକି ଟିମ୍‌ର ସେମିଫାଇନାଲରେ ପହଁଞ୍ଚିବାର ଖବର ଶୁଣିବା ମାତ୍ରେ ଲୋକଙ୍କୁ ଫିଲ୍ମ ଦୁନିଆର କୋଚ୍ ‘କବିର ଖାନ୍’ ମନେପଡିଲେ,ଯିଏକି କିଛ ଏଭଳି ଭାବରେ ନିଜ ଟିମ୍‌ ଉପରେ ଭରସା ରଖିଥିଲେ। ତାଙ୍କର ଏହି ଭରସା ହକିର ଓ୍ବାର୍ଲ୍ଡକପ୍ ଜିତାଇଥିଲା। ସୁପରହିଟ୍ ଫିଲ୍ମ ‘ଚକ୍ ଦେ ଭାରତ’ର ମହିଳା ହକି ଟିମ୍ ବିଶ୍ବକପ୍ ଜିତିବାର କାହାଣୀ କୁହେ। ଏହି ଫିଲ୍ମରେ ଶାହାରୁଖ କୋଚ୍ ଭୂମିକାରେ ଅଭିନୟ କରିଥିଲେ। ଏଭଳି ସ୍ଥିତିରେ ଯେତେବେଳେ ପ୍ରକୃତ ମହିଳା ହକି ଟିମ୍ ସେମିଫାଇନାଲରେ ପ୍ରବେଶ କରିଥିଲା ସମସ୍ତଙ୍କୁ ଫିଲ୍ମର କୋଚ୍ କବିର ଖାନ୍‌ଙ୍କ କଥା ମନେପଡିଥିଲା।

ଉଲ୍ଲେଖନୀୟ ଯେ, କୋଚ୍ ଶୋର୍ଡ ମାରିନ୍ ଦିନକ ତଳେ ଯେତେବେଳେ ଟୁଇଟ୍ କରିଥିଲେ, ମୋତେ କ୍ଷମା କରିଦେବେ ମୋ ପରିବାର, ମୁଁ ଏବେ ଘରକୁ ଆହୁରି ବିଳମ୍ବରେ ଫେରିବି। ମାରିନଙ୍କ ଏହି ଟ୍ବିଟ ଉପରେ ଶାହାରୁଖ୍ ରିପ୍ଲାଇ ଦେଇଥିଲେ, ହଁ ହଁ କିଛି ଅସୁବିଧା ନାହିଁ… ବାସ୍ ଆସିବା ବେଳେ କୋଟି କୋଟି ଲୋକଙ୍କ ପରିବାର ପାଇଁ ଅଳ୍ପ ସୁନା ନେଇ ଆସିବ। ଏଥର ଧନତେରସ୍ ମଧ୍ୟ ୨ ନଭେମ୍ବରରେ ରହିଛି- ଏକ୍ସ କୋଚ୍ କବିର ଖାନ୍‌ଙ୍କ ପକ୍ଷରୁ…। ଶାହାରୁଖଙ୍କ ଏହି ଅପିଲକୁ କୋଚ୍ ମାରିନ୍ ଖୁନ୍ ମଜାଦାର ଅନ୍ଦାଜରେ ଜବାବ୍ ଦେଇଥିଲେ। ଶାହାରୁଖଙ୍କ ଟ୍ବିଟ୍ର ରିପ୍ଲାଇ ଦେଇଥିଲେ, ଆପଣଙ୍କ ଭଲପାଇବା ପାଇଁ ଧନ୍ୟବାଦ… ଆମେ ସବୁ କିଛି ଫେରାଇ ଆଣିବୁ.- ଅସଲି କୋଚ୍‌ଙ୍କ ପକ୍ଷରୁ…।  

ସମ୍ବନ୍ଧିତ ଖବର