PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ରୋଷେଇ ଘରେ କାମ କରୁଛନ୍ତି ଶାହାରୁଖଙ୍କ ଝିଅ, ସେୟାର କଲେ ଫଟୋ

https://www.aajtak.in/

ମୁମ୍ୱାଇ : ଶାହାରୁଖ ଖାନ୍‌ଙ୍କର ଝିଅ ସୁହାନା ଖାନ୍‌ ସବୁଠୁ ପ୍ରସିଦ୍ଧ ଷ୍ଟାର କିଡ୍ସଙ୍କ ମଧ୍ୟରୁ ଜଣେ। ସୁହାନା ଅଧିକାଂଶ ସମୟ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରହିଥାନ୍ତି। କେତେବେଳେ ଆପଣ ତାଙ୍କୁ ପାର୍ଟି କରିବାର ଦେଖିପାରିବେ ତ କେବେ ବନ୍ଧୁଙ୍କ ସହ ମଧ୍ୟ ନଜର ଆସି ଥାନ୍ତି । ସେ ନିଜର ଫଟୋ ଓ ଭିଡ଼ିଓ ମାଧ୍ୟମରେ ପ୍ରଶଂସକଙ୍କ ସହ ବହୁତ ଯୋଡ଼ି ରୁହନ୍ତି।

ମହାମାରୀ ପରେ ଏବେ ସୁହାନା ନିଜର ପାଠପଢ଼ା ପାଇଁ ନ୍ୟୁୟର୍କ ପୁଣି ଫେରି ଯାଇଛନ୍ତି, ଯେଉଁଠାରୁ ସେ ନିଜର ଫଟୋ ସେୟାର କରିବା ନଜର ଆସିଛି। ଏହି ସମୟରେ ସୁହାନା ନିଜର ଏକ ଫଟୋ  ଶେୟାର କରିଛନ୍ତି , ଯେଉଁଥିରେ ସେ କିଚନ୍‌ର କିଛି କାମ କରିବା ନଜର ଆସୁଛନ୍ତି।

ସୁହାନା ନିଜର ଏହି ଫଟୋ  ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର  କରିଛନ୍ତି। ଯାହା କି ଖୁବ୍‌ ଶୀଘ୍ର  ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଫଟୋରେ ଆପଣ ଦେଖି ପାରିବେ ସୁହାନା ପୂର୍ବ ପରି ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। 

ସୁହାନା ନିଜର ପାଠପଢ଼ା ଶେଷ କରି ଖୁବ୍‌ ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏକ ସାକ୍ଷାତ୍‌କାରରେ ଶାହାରୁଖ୍ ଖାନ୍‌ ଏହା ସ୍ପଷ୍ଟ କରି କରି ଥିଲେ । ସେ କହିଥିଲେ କୌଣସି ଭୂମିକା ନିଭାଇବା ପୂର୍ବରୁ ବହୁତ କିଛି ଜିନିଷ ଶିଖିବାକୁ ହେବ ଓ ପରିଶ୍ରମ କରିବାକୁ ପଡ଼ିବ । ଶାହାରୁଖ କହିଥିଲେ ସୁହାନା ଅଭିନୟ କରିବା ପୂର୍ବରୁ ୩ରୁ ୪ବର୍ଷ  ଅଭିନୟ ଶିଖିବାକୁ ପଡ଼ିବ ।