PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

୨୦୧୪ ପରେ ପ୍ରଥମ ଥର ପାଇଁ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ୍ ଦେଲା ଏନ୍‌ଡିଏ; ବାପା-ବାପା ଓ ପୁଅ-ପୁଅ ମଧ୍ୟରେ ହେବ କଡ଼ା ଟକ୍କର

pic-ndtv

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ବିଜେପିର ଏକ ସହଯୋଗୀ ଦଳ ନିର୍ବାଚନ ଲଢ଼ିବା ପାଇଁ ମୁସଲମାନ ପ୍ରାର୍ଥୀ ଦେଇଛି। ଏନ୍‌ଡିଏ ସହଯୋଗୀ ଦଳ ଅପନା ଦଳ ରାମପରୁ ସ୍ୱାର ଆସନ ପାଇଁ ହୈଦର ଅଲୀ ଖାନଙ୍କୁ ଟିକେଟ୍ ଦେଇଛି। ହୈଦର ଅଲୀ ଆଜମ ଖାନଙ୍କ ପୁଅ ଅବ୍‌ଦୁଲ୍ଲା ଆଜମଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ୨୦୧୪ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବିଜେପି ସହଯୋଗୀ ଦଳ ଜଣେ ମୁସଲମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେଇଛି। ଏଥର ରାମପୁରରରେ ଦୁଇ ମୁସଲମାନ ଯୁବ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ନିକଟରେ ଜେଲ୍‌ରୁ ବାହାରିଛନ୍ତି। ଏଥର ବି ସପା ତାଙ୍କ ଉପରେ ଭରସା କରି ସ୍ୱାର ଆସନରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ଏପଟେ ହୈଦରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ହୈଦର କଂଗ୍ରେସ ନେତା କାଜୀମ ଅଲ୍ଲୀଙ୍କ ପୁଅ। କାଜୀମ ୨୦୧୭ରେ ସ୍ୱାର ଆସନରୁ ବିଏସ୍‌ପି ଟିକେଟ୍‌ରେ ନିର୍ବାଚନ ଲଢ଼ି ସପା ନେତା ଅବଦୁଲ୍ଲା ଆଜମଙ୍କ ଠାରୁ ୬୫ ହଜାର ଭୋଟ୍‌ରେ ପରାସ୍ତ ହୋଇଥିଲେ।

ହେଲେ ଏଥର କାଜୀମ ରାମପୁରରେ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ୁଥିବା ବେଳେ ସପା ତାଙ୍କ ବିପକ୍ଷରେ ଆଜମ ଖାନ୍‌ଙ୍କୁ ଟିକେଟ୍ ଦେଇଛି। ରାମପୁରରେ ଦୁଇ ବାପା ନିର୍ବାଚନ ଲଢ଼ିବାକୁ ଥିବା ବେଳେ ସ୍ୱାର ଆସନରୁ ଦୁଇ ପୁଅଙ୍କ ମଧ୍ୟରେ ନିର୍ବାଚନୀ ଯୁଦ୍ଧ ହେବ। ସୂଚନା ଥାଉକି ଜାନୁଆରୀ ୧୩ ତାରିଖରେ କଂଗ୍ରେସ ହୈଦଙ୍କୁର ସ୍ୱାର ଆସନ ପାଇଁ ଟିକେଟ୍ ଦେଇଥିଲା। ହେଲେ ହୈଦର କଂଗ୍ରେସ ଛାଡ଼ି ଆପନା ଦଳରେ ସାମିଲ ହୋଇଥିଲେ।

ଅପନା ଦଳ ବି ତାଙ୍କୁ ଉକ୍ତ ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେଇଛି। ହୈଦର ଦିଲ୍ଲୀର ମଡର୍ଣ୍ଣ ସ୍କୁଲରେ ପାଠ ପଢ଼ିସାରିବା ପରେ ବିଦେଶ ଯାଇ ଉଚ୍ଚଶିକ୍ଷା ସମାପ୍ତ କରିଛନ୍ତି। ୨୦୧୭ ସେ ବାପା କାଜୀମଙ୍କ ଖାନ୍‌ଙ୍କ ନିର୍ବାଚନ ପ୍ରଚାର ଦାୟିତ୍ୱ ସମ୍ଭାଳିଥିଲେ।