ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଗ୍ୟାଙ୍ଗଷ୍ଟାର ହାଇଦର କରୋନା ଆକ୍ରାନ୍ତ, ଅକଳରେ ପଡିଲା ପୁଲିସ

କଟକ, ୧୭/୦୪ : ଗ୍ୟାଙ୍ଗଷ୍ଟାର ହାଇଦର କରୋନା ଆକ୍ରାନ୍ତ। କୋର୍ଟ ଚାଲାଣ ହେବା ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରର କରୋନା ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ଏବେ ପଜିଟିଭ୍ ଆସିଛି। ତେବେ ହାଇଦର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଅକଳରେ ପଡିଛି ପୁଲିସ।

ସୂଚନାଥାଉକି, ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲରୁ ଏସସିବି ଆସିଥିଲା ହାଇଦର୍। ଗତ ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲରୁ ଗାର୍ଡଙ୍କୁ ଚକମା ଦେଇ ହାଇଦର୍ ଖସି ଯାଇଥିଲା। କମିଶନରେଟ୍‌ ପୋଲିସର ଅକ୍ଲାନ୍ତ ପରିଶ୍ରମ ଏବଂ ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରିଥିଲା ପୋଲିସ । ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଇଦରକୁ ଓଡିଶା ଅଣାଯାଇଥିଲା । ହାଇଦରକୁ ରିମାଣ୍ଡରେ ନେବା ପାଇଁ ଶୁକ୍ରବାର ହାଇଦରକୁ କୋର୍ଟରେ ହାଜର କରିଥିଲା କଟକ ପୁଲିସ। କୋର୍ଟକୁ ନେବା ପୂର୍ବରୁ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ଏବେ ପଜିଟିଭ୍‌ ଆସିଛି । ହାଇଦରର କରୋନା ଟେଷ୍ଟ ପଜିଟିଭ୍ ଆସିଥିବା ନେଇ ଡିସିପି ସୂଚନା ଦେଇଛନ୍ତି ।

ସେପଟେ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କଟକ ପୁଲିସକୁ ଅନୁମତି ଦେଇଛନ୍ତି JMFC। ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କଟକ ପୁଲିସ। ହେଲେ ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.