PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ହାଇଦର୍‌କୁ ଏନ୍‌କାଉଣ୍ଟର ! ମୃତ

ହାଇଦର୍‌କୁ ଏନ୍‌କାଉଣ୍ଟର- ଗୁରୁତର ହୋଇଥିବା ସୂଚନା । ତାକୁ ନିଆଯାଉଥିବା ବେଳେ ସେ ଖସିଯାଉଥିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି ।

ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌ ନିଆଯାଉଥିଲା । ରାସ୍ତାରେ ସେ ଖସିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ କିଛିମାସ ପୂର୍ବରୁ ହାଇଦର କଟକ ଏସ୍‌ସିବି ମେଡିକାଲ୍‌ରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଯାଇଥିଲା । ପୋଲିସ୍‌ ତାକୁ ହାଇଦ୍ରାବାଦରୁ ଗିରଫ କରିଥିଲା ।

ଜାଣନ୍ତୁ ଗତ ଫେରାର ହେବାର ଯୋଜନା ବିଷୟରେ –

ଗତ ଥର ଫେର ପାଇଁ ଯୋଜନା କଟକ ସହର ଭିତରେ, ଜଣେ କବାଡ଼ି ବ୍ୟବସାୟୀଙ୍କ ଘରେ ହିଁ ତିଆରି ହୋଇଥିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ହାଇଦର୍‌ ଫେରାର୍‌ ଷଡ଼ଯନ୍ତ୍ରର ଚୂଡ଼ାନ୍ତ ବ୍ଲୁ-ପ୍ରିଣ୍ଟ୍‌ । ଏ ନକ୍‌ସା ପ୍ରସ୍ତୁତ କରିଥିଲେ ହାଇଦର୍‌ର ଜ୍ୱାଇଁ ଓ ପୁଅ ଦୁହେଁ ମିଶି । ଏହି ଷଡ଼ଯନ୍ତ୍ରରେ ରାଜ୍ୟର ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର୍‌ର ପ୍ରଚ୍ଛନ୍ନ ସମର୍ଥନ ବି ଥିଲା । ଯୋଜନା କାର୍ଯ୍ୟକାରୀ କରାଯିବା ବେଳେ ଉକ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ର ପୁରୁଣା ଏଜେଣ୍ଟ୍‌ଙ୍କ ସମେତ ହାଇଦର୍‌ର ପୁଅ, ପୁତୁରା, ଶଳା ଆଦି ସଂପର୍କୀୟଙ୍କୁ ଦାୟିତ୍ୱ ବଣ୍ଟାଯାଇଥିଲା । ଏହାର ସୁରାକ ମିଳିବା ପରେ ପୋଲିସ ହାଇଦରକୁ ହାଇଦ୍ରାବାଦରୁ ଗିରଫ କରିଥିଲା

ହାଇଦର୍‌କୁ ଖସାଇ ନେବାକୁ ସମ୍ବଲପୁର ଜେଲ୍‌ରେ ହିଁ ପ୍ରାୟ ଚାରି ମାସ ତଳୁ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ର, ଯାହାକୁ କାର୍ଯ୍ୟକାରୀ କରାଗଲା ଏସ୍‌ସିବିରେ । ଖାସ୍‌ ଏହି ଷଡ଼ଯନ୍ତ୍ରକୁ ସଫଳ କରାଇବା ପାଇଁ ହିଁ ବିଗତ ୩ ମାସ ଭିତରେ ତୃତୀୟ ଥର ପାଇଁ ହାଇଦର୍‌ ଆସିଥିଲା କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ବାହାନାରେ । ପୂର୍ବ ଦୁଇ ଥର ଆସିବା ଭିତରେ ରେକି କରାଯାଇଥିଲା, ଏଜେଣ୍ଟ୍‌ମାନଙ୍କ ସହ ଯୋଗାଯୋଗ କରାଯାଇ ପଳାୟନର ପଥ ପରିଷ୍କାର କରାଯାଇଥିଲା । ତୃତୀୟ ଥର ଗତ ମାର୍ଚ୍ଚ ୨୩ରେ ହାଇଦର୍‌ ଆସି ସର୍ଜରୀ କ୍ୟାବିନ୍‌ରେ ରହିବା ପରେ ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା ।


କଟକର ଉକ୍ତ ଘରେ ଫେରାର୍‌ ହେବାର ନକ୍ସା ଚୂଡ଼ାନ୍ତ ହୋଇଥିଲା । ଏବେ ଜେଲ୍‌ରେ ଥିବା ଜଣେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର୍‌ ସହ ହାଇଦର୍‌ର ବଡ଼ ପୁଅ ହାତ ମିଳାଇବା ପରେ ଉକ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ନିଜ ଏଜେନ୍‌ସି ଜରିଆରେ ସହଯୋଗର ହାତ ବଢାଇଥିଲା । ହାଇଦର୍‌କୁ ବାହାରକୁ ବାହାର କରିବା ପରେ ତା ନାଁରେ ବଡ଼ ବଟି ଆଦାୟ କରାଯିବ ଏବଂ ବାଣ୍ଟକୁଣ୍ଟରେ ଠିକାଦାରି, ବଟି କାରବାର ଚାଲିବ ବୋଲି ଉଭୟ ପକ୍ଷ ଭିତରେ ବୁଝାମଣା ବି ହୋଇଥିଲା ।

ତଦନୁସାରେ ଯୋଜନାକୁ ହାଇଦର୍‌ର ପୁଅ, ପୁତୁରା, ଜ୍ୱାଇଁ, ଶଳା, ସଂପର୍କୀୟ ଓ ଅନୁଗତମାନେ କାର୍ଯ୍ୟକାରୀ କରିଥିଲେ ଏବଂ ଉକ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ର ଏଜେଣ୍ଟମାନେ ସବୁ ପ୍ରକାରର ସମର୍ଥନ ଯୋଗାଇ ଦେଇଥିଲେ । ବେଶ କିଛି ଦିନ ତଳୁ ଏ ପ୍ରକାରର ଏକ ଅସାଧୁ ବୁଝାମଣା ହୋଇ ଅନେକ ଠିକାଦାରି, ବାଲିଘାଟର ଟେଣ୍ଡର୍‌ ଫିକ୍ସିଂ କରାଯାଉଥିବା, ଲାଭାଂଶ ବାଣ୍ଟକୁଣ୍ଟ ହେଉଥିବାର ମଧ୍ୟ ଆଭାସ ମିଳୁଥିଲା । ଲାଭାଂଶ ଅର୍ଥର ସିଂହଭାଗ ପରୋକ୍ଷ ଭାବେ ହାଇଦର୍‌ ଭାଗକୁ ଯାଉଥିବା ଏବଂ ଏ କ୍ଷେତ୍ରରେ ଅପର ଗ୍ୟାଙ୍ଗ୍‌ର ସଂପୂର୍ଣ୍ଣ ସମର୍ଥନ ରହୁଥିବା କଥା ମଧ୍ୟ ଅତୀତରେ ଚର୍ଚ୍ଚାର ପରିଧିକୁ ଆସିଥିଲା ।

ଡାକ୍ତରଖାନା କର୍ମଚାରୀଙ୍କୁ ବି ଯଚାଯାଇଥିଲା ବିରିଆନି।

ଏହାକୁ ନେଇ ଡାକ୍ତରଖାନାର ଅନେକ କର୍ମଚାରୀ ଛାନିଆ ହୋଇପଡ଼ିଥିଲେ । କର୍ମଚାରୀମାନେ ପୁଲିସକୁ ଏକଥା କହିଛନ୍ତି କି’ ହାଇଦର୍‌ର ରହଣି ମଧ୍ୟରେ ସର୍ଜରୀ ୫ ନମ୍ବର କ୍ୟାବିନ୍‌ରେ ସୁରକ୍ଷା ବ୍ୟବସ୍ଥା ବୋଲି ବିଶେଷ କିଛି ନଥିଲା । କିଏ ସୁରକ୍ଷା କର୍ମୀ, କିଏ ହାଇଦରର ସମ୍ପର୍କୀୟ, ତାହା ଆମେ ଭଲରେ ଜାଣି ପାରୁନଥିଲୁ । ହାଇଦରର ଚିକିତ୍ସା କିଛି ନଥିବାରୁ କ୍ୟାବିନ୍‌କୁ ଆମର ସେତେ ଯାଆସ ନଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ କେତେବେଳେ କେମିତି ହାଇଦରର ରକ୍ତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବାକୁ ତା ପାଖକୁ ଆମେ ଯାଉଥିଲୁ । ହାଇଦର୍‌ ଆମକୁ ହାତମୁଠାରେ ରଖିବା ପାଇଁ ଅନେକ ଥର ଆମ ଖାଇବା ବନ୍ଦୋବସ୍ତ କରାଇବା ପାଇଁ କହିଛି । ମାତ୍ର ଆମେ ରାଜି ହୋଇନଥିଲୁ । ହାଇଦର କଥାରେ ରାଜି ହୋଇ ବିରିଆନି ଖାଇଥିଲେ ହୁଏତ ଆମେ ବି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କର୍ମଚାରୀଙ୍କ ପରି ଅଡୁଆରେ ପଡିଥାନ୍ତୁ ବୋଲି ସର୍ଜରୀ ବିଭାଗର ୨ ଜଣ କର୍ମଚାରୀ ପୁଲିସକୁ କହିଥିଲେ ।

ପରେ ହାଇଦ୍ରାବାଦ ପୋଲିସ ସହାୟତାରେ ହାଇଦରକୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା । ତାକୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଥିଲା । ବାରପଦା ଜେଲ୍‌ ସ୍ଥାନାନ୍ତର ସମୟରେ ସେ ଖସିଯିବାକୁ ଚେଷ୍ଟା କରିଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର