PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ରବିବାରରେ ହେବ ବ୍ୟବଚ୍ଛେଦ:ମୃତ ହାଇଦର୍‌ର ସ୍ତ୍ରୀ ଦେଲେ ଏମିତି ପ୍ରତିକ୍ରିୟା- ମୃତଦେହ ହସ୍ତାନ୍ତର ପାଇଁ କଲେ ଦାବି, କେନ୍ଦ୍ରାପଡା ସହରରେ ୧୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର/କେନ୍ଦ୍ରାପଡା – ପୋଲିସ ଗୁଳିରେ ହାଇଦର୍‌ର ମୃତ୍ୟୁ ।  ଚୌଦ୍ୱାର ଜେଲ୍‌ରୁ ବାରିପଦା ସ୍ଥାନାନ୍ତର ହେଉଥିବା ବେଳେ ସିମୁଳିଆ ନିକଟରେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଏନ୍‌କାଉଣ୍ଟରରେ ତାହାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାଲି ହାଇଦରର ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ପରିବାରତାହାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ହେଲେ ହାଇଦରକୁ ପୋଲିସ ଷଡଯନ୍ତ୍ର କରି ମାରି ଦେଇଥିବା ତାହାର ସ୍ତ୍ରୀ ହସିନା ବିବି ଅଭିଯୋଗ କରିଛନ୍ତି । ମୃତଦେହକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ।  କୌଣସି ଅଘଟଣକୁ ଆଶଙ୍କା କରି କେନ୍ଦ୍ରାପଡାରେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ହାଇଦରର ମଝିଆ ପୁଅ ସେକ୍‌ ସୁନେଇ ମଧ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି , ମୋ ବାପାଙ୍କୁ ଜିରୋ ପଏଣ୍ଟରୁ ମାରି ଦିଆଯାଇଛି । ଆଉ କମିଶନରେଟ୍‌ ପୁଲିସ୍‌ ଆମକୁ କହିଥିଲା କି ୨ରୁ ୩ ମାସ ଭିତରେ ହାଇଦାରକୁ ମାରିଦେବୁ ।

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର । ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ଖସିପଳାଇବାକୁ ଉଦ୍ୟମ କରିଥିଲା ହାଇଦର । ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା ପୋଲିସ ।  ଏଥିରେ ତାହାର ମୃତ୍ୟୁ ହୋଇଥିଲା ।

  ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର । ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ଏନକାଉଣ୍ଟର । ବାଟରେ ମଉକା ଦେଖି ପୋଲିସ କବ୍‌ଜାରୁ ଖସିଯିବାକୁ ଉଦ୍ୟମ କରିଥିଲା ହାଇଦର । ସୁରକ୍ଷାକର୍ମୀଙ୍କ ସହ ହୋଇଥିଲା ଧସ୍ତାଧସ୍ତି । ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା ପୋଲିସ । କଟକ ଚୌଦ୍ବାରା ଜେଲରୁ ଆଜି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲକୁ ନିଆଯାଉଥିଲା । ବାଲେଶ୍ବର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା କରିବା ବାହାନାରେ ଗାଡ଼ିରୁ ଓହ୍ଲାଇଥିଲା ହାଇଦର । ମଉକା ଦେଖି ପୋଲିସ କବ୍‌ଜାର ଖସିଯିବାକୁ ଉଦ୍ୟମ କରିଥିଲା । ଏମିତିକି ପାଖରେ ଜଗିଥିବା ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ପଳାଇବାକୁ ଚେଷ୍ଟା କରିଥିଲା । ପୂର୍ବରୁ ଏସସିବିରୁ ହାଇଦର ଚମ୍ପଟ ଅପବାଦକୁ ପୁଣି ଥରେ ରିପିଟ୍‌ ହେବାକୁ ଦେଇନଥିଲା ପୋଲିସ । ବାଧ୍ୟ ହୋଇ ଗ୍ୟାଙ୍ଗଷ୍ଟର ଉପରକୁ ଗୁଳି ଚଳାଇଥିଲେ ପାଖରେ ଥିବା ଇନ୍‌ସ୍‌ପେକ୍ଟର ।  ଏହାପରେ ହାଇଦରର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

  କିଛି ଦିନ ତଳେ କଟକ ଏସସିବି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମଉକା ପାଇ ସେଠାରୁ ଚମ୍ପଟ ମାରିଥିଲା  ହାଇଦର । ସେତେବେଳେ ଗ୍ୟାଙ୍ଗଷ୍ଟରକୁ ଧରିବାକୁ ପୋଲିସକୁ ଜୋରଦାର କସରତ କରିବାକୁ ପଡ଼ିଥିଲା । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତାକୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସର ସ୍ପେଶାଲ ଟିମ୍‌ । ସେଠାରୁ ତାକୁ ଓଡ଼ିଶା ଆଣିବା ପରେ ତାକୁ ଚୌଦ୍ବାର ଜେଲରେ ରଖାଯାଇଥିଲା । ଏବେ ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ପୁଣି ଥରେ ଚମ୍ପଟ୍‌ ମାରିବା ଚକ୍କରରେ ଥିଲା ହାଇଦର । ହାଇଦର ପେଟରେ ଗୁଳି ବାଜିଥିଲା ଏବଂ ସେଥିରେ ହାଇଦରର ମୃତ୍ୟୁ ହୋଇଥିଲା ।