PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ଘରୋଇ ଉପାୟରେ କେମିତି କରିବେ ହେୟାର ଷ୍ଟ୍ରେଟନିଂ ଜାଣନ୍ତୁ

ହେୟାର ଷ୍ଟ୍ରେଟନିଂଅର୍ଥାତ୍କେଶକୁ ସିଧା କରିବାର ଫ୍ୟାସନ୍ ଏବେ ଯୁବପିଢ଼ିଙ୍କୁ ବାୟା କରିଛି। ପୁରୁ​‌ଷ ହୁଅନ୍ତୁ କି ମହିଳା ସମସ୍ତଙ୍କ ପସନ୍ଦ କୁଂଚୁକୁଂଚୁଆ କେଶକୁ କିଭଳି ସିଧା କରିବେ। ମାତ୍ର ପୁରୁ​‌ଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଚାହାନ୍ତି ନିଜକୁ ଟିକେ ସଜେଇ ହେବା ପାଇଁ। କେବଳ ପୋଷାକ କି ତ୍ବଚା ନୁହେଁ ନିଜ କେଶର ଯତ୍ନ ମଧ୍ୟ ବହୁତ ଭଲ ଭାବେ ନେଇଥାନ୍ତି।

ଯେମିତି କି କେଶକୁ ସିଧା କରିବା। କେଶକୁ ସିଧା କରିବା ପାଇଁ କିଏ କେମିକାଲ୍ ବ୍ୟବହାର କରୁଛି ତ କିଏ ଘରୋଇ ଉପାୟରେ ସିଧା କରୁଛି। କେହି କେହି ଷ୍ଟ୍ରେଟନିଂ ମେସିନ ଦ୍ବାରା ମଧ୍ୟ କେଶକୁ ସିଧା କରୁଛନ୍ତି। ମାତ୍ର ଏମିତି କରିବା ଦ୍ବାରା କେଶ ଖରାପ ହୋଇଯିବାର ବହୁତ ସମ୍ଭାବନା ରହିଥାଏ। ଯଦି ଆପଣ ଘରୋଇ ଉପାୟରେ କେଶକୁ ସିଧା କରୁଛନ୍ତି ତେବେ କେଶ ଖରାପ ହେବାର କୈାଣସି ସମ୍ଭାବନା ରହିନଥାଏ।

ପ୍ରକୃତି ଆମକୁ ବହୁତ କିଛି ଉତ୍ପନ୍ନ ଦ୍ରବ୍ୟ ଦେଇଛି ଯାହା ସାହାଯ୍ୟରେ ଆପଣ ଘରେ ହିଁ ନିଜ କେଶକୁ ସିଧା କରିପାରିବେ। ଯଦି ଆପଣ ଘରେ କେଶକୁ ସିଧା କରିବାକୁ ଚାହୁଁଛନ୍ତି ତେବେ ପ୍ରାକୃତିକ ଉପାୟରେ ହିଁ କେଶକୁ ସିଧା କରନ୍ତୁ। ଏହା ଦ୍ବାରା କେଶ ଉପରେ କୈାଣସି କୁପ୍ରଭାବ ପଡ଼ିବନାହିଁ। ତେବେ ଆସନ୍ତୁ ଜାଣିବା କେମିତି କରିବେ ହେୟାର ଷ୍ଟ୍ରେଟନିଂ।

କ୍ଷୀର ଓ ମହୁ ଏକ ପ୍ରାକୃତିକ ଷ୍ଟ୍ରେଟନର ରୂପରେ କାମ କରିଥାଏ। ୧କପ୍ କ୍ଷୀରରେ ଦୁଇ ବଡ଼ ଚାମଚ ଓ ଅଳ୍ପ ଷ୍ଟ୍ରବେରିକୁ ପେଷ୍ଟ କରି ମିଶାନ୍ତୁ। ଏହି ପେଷ୍ଟକୁ କେଶରେ ଲଗାଇ ୨ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଶୁଖିଲା ପରେ ସାମ୍ପୁରେ କେଶ ଧୋଇ ଦିଅନ୍ତୁ। ପରେ ନଡ଼ିଆ ତେଲକୁ ପାପୁଲିରେ ଅଳ୍ପ ପାଣି ଦେଇ ମୁଣ୍ଡରେ ମସାଜ୍ କରନ୍ତୁ। ଏହାଦ୍ବାରା କେଶର ଚମକ ଆସିବା ସହ କେଶ ସିଧା ହୋଇଯିବ।

ଏକ ସଫା ବୋତଲରେ ତିନି କପ୍ ପାଣି ଏବଂ ଅଳ୍ପ କ୍ଷୀର ମିଶାଇ ଦିଅନ୍ତୁ। ଗାଧୋଇବାର ୧ ଘଣ୍ଟା ପୂର୍ବରୁ ଏହି ପେଷ୍ଟକୁ ଲଗାନ୍ତୁ। କିଛି ସମୟ ପରେ ବଡ଼ ମୁହଁ ଥିବା ପାନିଆରେ କୁଣ୍ଡାଇ ଦିଅନ୍ତୁ। ପରେ ସାମ୍ପୁରେ ଧୋଇ ଦିଅନ୍ତୁ। ଦ୍ବିତୀୟ ଥର ସାମ୍ପୁ କରିବା ପର୍ଯ୍ୟନ୍ତ କେଶ ସିଧା ହୋଇ ରହିଥିବ।

୧ କପ୍ ମୁଲତାନୀ ମାଟିରେ ଗୋଟିଏ ଅଣ୍ଡା ଏବଂ ପାଂଚ ଚାମୁଚ ଚାଉଳର ଅଟାକୁ ଗୋଳାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁଣ୍ଡରେ ଲଗାଇ କେଶକୁ ସିଧା ରଖିବାକୁ ଚେଷ୍ଟା କରନ୍ତୁ। ୪୦ମିନିଟ୍ ପରେ ଯେତେବେଳେ ପେଷ୍ଟ ଶୁଖିଯିବ ସେତେବେଳେ କେଶକୁ ସାଧା ପାଣିରେ ଧୋଇ ଦିଅନ୍ତୁ। ପେଷ୍ଟ ଲଗାଇବା ପୂର୍ବରୁ ଅର୍ଥାତ୍ ପୂର୍ବ ଦିନ ରାତିରେ କେଶରେ ତେଲ ଲଗାଇ ଦିଅନ୍ତୁ।

ଦୁଇଟି ଅଣ୍ଡାକୁ ଫଟାଇ ସେଥିରେ ଦୁଇ ଚାମଚ ଅଲିଭ ତେଲ ମିଶାଇ ଦିଅନ୍ତୁ। ବ୍ରଶ୍ ସାହାଯ୍ୟରେ ଏହି ପେଷ୍ଟକୁ କେଶରେ ଲଗାନ୍ତୁ। ୧ ଘଣ୍ଟା ପରେ ସାମ୍ପୁରେ ଧୋଇ ଦିଅନ୍ତୁ। ଏହା ଦ୍ବାରା କେଶ ସିଧା ହେବା ସହିତ ମଜବୁତ୍ ମଧ୍ୟ ହେବ।

ଦୁଇଟି ପାଚିଲା କଦଳୀକୁ ଭଲ ଭାବେ ପେଷ୍ଟ କରି ସେଥିରେ ଦୁଇ ଚାମଚ ମହୁ, ଦହି ଏବଂ ଅଲିଭ ତେଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କେଶରେ ଲଗାଇ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ପରେ ଭଲ ଭାବେ ଧୋଇଦିଅନ୍ତୁ। ଏହା ଲଗାଇବା ଦ୍ବାରା କେଶର ଚମକପଣ ଆସିବା ସହିତ ସିଧା ହୋଇ ରହିବ।

ନଡ଼ିଆ ପାଣି ଏବଂ ଲେମ୍ବୁ ରସକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଗୋଟିଏ ଦିନ ଫ୍ରିଜ୍ ରେ ରଖିଦିଅନ୍ତୁ। ଏହା ପରେ ପେଷ୍ଟକୁ ମୁଣ୍ଡରେ ଲଗାଇ ଭଲ ଭାବେ ମସାଜ୍ କରନ୍ତୁ। ଏକ ଘଣ୍ଟା ପରେ ପୁଣି ଥରେ ଧୋ​ଇ ଦିଅନ୍ତୁ। ଏହି ପ୍ରକ୍ରିୟାକୁ ସପ୍ତାହରେ ତିନିଥର କରିପାରିବେ।