PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆଜି ହଳଦିପାଣି ଉତ୍ସବ, ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାର ଶେଷ ପର୍ବ

ପୁରୀ,୦୪/୦୬: ଆଜି ହଳଦିପାଣି ଉତ୍ସବ ଅନୁଷ୍ଠିତ ହେବ । ଏହା ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାର ଶେଷ ପର୍ବ ଅଟେ । ଗୁରୁବାର ଶ୍ରୀକ୍ଷେତ୍ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଭଉଁରୀ ଉତ୍ସବ ପାଳିତ ହୋଇଛି । ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରା ଚାପରେ ଦଶଠାକୁରେ ୨୧ଥର ନୌବିହାର କରିଥିଲେ । ଅପରାହ୍ନରେ ବଡ଼ଦାଣ୍ଡରେ ଦେବ ଶୋଭାଯାତ୍ରା ଅନୁଷ୍ଠିତ ହେଲା । ବିମାନ ଓ ପାଲିଙ୍କିରେ ବିରାଜମାନ ହୋଇ ଦେବତାମାନେ ନରେନ୍ଦ୍ର ପରିସରରେ ପହଞ୍ଚି ଯଥାବିଧି ଦେବନୀତି ସମ୍ପନ୍ନ ହୋଇଥିଲା

ସବୁକିଛି ବିଧିପୂର୍ବକ । ଏତେ ବଡ଼ ଉତ୍ସବରେ ଶ୍ରୀମନ୍ଦିର, ବଡ଼ଦାଣ୍ଡ ତଥା ନରେନ୍ଦ୍ର ପରିସରରେ ଜନଗହଳି ନଥିଲା । ଶୁଭିଲାନି ଭକ୍ତଙ୍କର ହରିବୋଲ ହୁଳହୁଳି ଧ୍ୱନି । ବଡ଼ଦାଣ୍ଡରେ ନୃତ୍ୟ ସଙ୍ଗୀତର ସମ୍ଭାର ମଧ୍ୟ ନଥିଲା । କରୋନା କଟକଣା ଉତ୍ସବର ଆନନ୍ଦ ଛଡ଼ାଇନେଲା ବୋଲି ସହରରେ ଚର୍ଚ୍ଚା ଚାଲିଛି । ତେବେ ମହାପ୍ରଭୁଙ୍କ ଯଥାବିଧି ନୀତି ପାଳିତ ହୋଇଥିବାରୁ ସେବକମାନେ ଖୁସି ବ୍ୟକ୍ତ କରିଛନ୍ତି ।