PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବାହାରୁ ସୁନ୍ଦର ଦେଖାଯାଉ ଥିବା ଏହି ଘର ଭିତରୁ ଖୁବ ଭୟଙ୍କର, ଦୁର୍ବଳ ହାର୍ଟ ଥିବା ଲୋକକୁ ଯିବାକୁ ମନା

ଲଣ୍ଡନ,୨।୬:ଇଂଲଣ୍ଡର ୱେଷ୍ଟ ୟର୍କଶାୟାରର ହଲିଫ୍ୟାକ୍ସରେ ଥିବା ତିନି ବେଡ଼ରୁମ ଘର ବାହାରୁ ସ୍ୱାଭାବିକ ଦେଖାଯାଉଛି, କିନ୍ତୁ ଭିତର ପଟରେ ଏତେ ଖରାପ ଭାବରେ ଜଳି ଯାଇଛି ଯେ କାନ୍ଥଗୁଡ଼ିକ ସମ୍ପୂର୍ଣ୍ଣ କଳା ହୋଇଯାଇଛି। ବେଡରୁମ ଭାଙ୍ଗ ଗଛରେ ପରିପୂର୍ଣ୍ଣl

‘ଦ ସନ’ର ରିପୋର୍ଟ ଅନୁଯାୟୀ, ଏହି ଘରର ଅଧିକାଂଶ ରୁମ ପ୍ଲାଷ୍ଟିକ୍ ସିଟ୍ ଦ୍ୱାରା ଆଚ୍ଛାଦିତ ହୋଇଥିଲାଏବଂ ଏହାର ଚାରିପଟେ ପ୍ଲାଣ୍ଟର ପଟ ରଖା ଯାଇଥିଲା, ଯେଉଁଥିରେ ପୂର୍ବରୁ ଭାଙ୍ଗ ଚାଷ କରାଯାଉଥିଲାl
ହଲିଫାକ୍ସର ସଟକ୍ଲିଫ୍ ଷ୍ଟ୍ରିଟରେ ଥିବା ଏହି ଘରକୁ ଜଣେ ରିଏଲ୍ ଇଷ୍ଟେଟ୍ ଏଜେଣ୍ଟ ବର୍ତ୍ତମାନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହାର ମୂଲ୍ୟ ୪୯ ହଜାର ପାଉଣ୍ଡ ଅର୍ଥାତ୍ ପ୍ରାୟ ୫୦.୫୩ ଲକ୍ଷ ଟଙ୍କାl ଏଜେଣ୍ଟ ଏହାକୁ “ଦୁର୍ବଳ ହାର୍ଟ ଲୋକଙ୍କ ପାଇଁ ନୁହେଁ” ବୋଲି କହିଛନ୍ତିl

ପ୍ରୋଥେରୋ ପ୍ରପର୍ଟିର ଆଡାମ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘରକୁ ବୁଲି ଦେଖିଥିଲେ ଯଦିଓ ତାଙ୍କୁ ପୂର୍ବରୁ କୁହାଯାଇ ନଥିଲା ଯେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଛି। ସେ କହିଥିଲେ ଯେ ‘ଏହା ଅତ୍ୟନ୍ତ ଭୟଙ୍କର ଓ ଧୋକା ଦେବା ଭଳି ଘରl ଆଡାମ କହିଛନ୍ତି ଘରଟି ସମ୍ପୂର୍ଣ ଭାବରେ ଜଳି ଯାଇଛିl ମରାମତି ହେବା ପରେ ମୁଁ ଏହି ଘରକୁ ଦେଖିବାକୁ ପସନ୍ଦ କରିବିl ଏହାକୁ ମରାମତି କରିବାକୁ ଅଧିକ ସମୟ ଲାଗିବ ନାହିଁl ମୁଁ ଏହାକୁ ଏକ ମାସ ମଧ୍ୟରେ ଠିକ କରିପାରିବି। ‘