‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଉଦ୍‌ଯାପିତ

ଭୁବନେଶ୍ୱର, ୧୦/୦୯: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ‘ବୟନିକା’ ପକ୍ଷରୁ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଅଗଷ୍ଟ ୨୭ ତାରିଖରୁ ୟୁନିଟ-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଥିଲା । ଏହି ମେଳାରେ ୩୯ଟି ଷ୍ଟଲ୍‌ରେ ‘ବୟନିକା’, ‘ସେରିଫେଡ଼୍‌’, ‘ସମ୍ବଲପୁରୀ ବସ୍ତ୍ରାଳୟ’, ‘ଉତ୍କଳିକା’ ୩୨ଟି ପ୍ରାଥମିକ ବୁଣାକାର ସମବାୟ ସମିତି, ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୋଟିଏ ଜାତୀୟ ପୁରସ୍କାର ବିଜେତା ଅଂଶଗ୍ରହଣ କରିଥିଲେ ।

 ଏହି ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ରେ ବୋମ୍‌କାଇ ଓ ଇକତ ସିଲକ୍‌ ଶାଢ଼ି, ସୂତା ଶାଢ଼ି, କଟନ ଶାଢ଼ି, ଡ୍ରେସ୍‌ କପଡ଼ା, ଟସର ଓ ଘିଚା ଶାଢ଼ି ଆଦି ହସ୍ତତନ୍ତ ସାମଗ୍ରୀ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ଏଥି ସହିତ ସର୍ବସାଧାରଣଙ୍କ ନିମନ୍ତେ ଖାଦ୍ୟକୋର୍ଟର ବ୍ୟବସ୍ଥା ହୋଇଥିଲା । ଏହି ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ରେ ପ୍ରାୟ ୫୦ ଲକ୍ଷ ଟଙ୍କାର ବିକି୍ରବଟା ହୋଇଥିଲା । ସେଥି ମଧ୍ୟରୁ ‘ବୟନିକା’ରେ ୧୫ ଲକ୍ଷ ଟଙ୍କାର ବିକ୍ରୟ ହୋଇଛି । ୪ଟି ବିଭିନ୍ନ ସଂସ୍ଥା ମଧ୍ୟରୁ ‘ବୟନିକା’ର ବିକ୍ରୟ ସର୍ବାଧିକ ହୋଇଥିଲା । ପ୍ରାଥମିକ ବୁଣାକାର ସମବାୟ ସମିତି ମଧ୍ୟରୁ ଜୟ ଜଗନ୍ନାଥ ବୁଣାକାର ସମବାୟ ସମିତି, କଟକର ବିକ୍ରୟ ସବୁଠାରୁ ଅଧିକ ଥିଲା । ଏହି ୧୫ ଦିନିଆ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ରେ ଏକ ଲକ୍ଷ ଦର୍ଶକ ମେଳା ପରିସରକୁ ଆସିଥିଲେ ବୋଲି ‘ବୟନିକା’ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ ଯେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍‌(ବୟନିକା) ଓଡ଼ିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା । ଏହା ୬୩ ବର୍ଷ ଧରି ଓଡ଼ିଶା ହସ୍ତକଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛି । ଓଡ଼ିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନକୁ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଦ୍ୱାରା ତ୍ୱରାନ୍ୱିତ କରାଯାଇପାରିଛି ।

   ସମ୍ବନ୍ଧିତ ଖବର


‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର