ଆମେରିକୀୟ ରିପୋର୍ଟ: ଇମ୍ରାନଙ୍କ ପାଇଁ ନୱାଜଙ୍କୁ ଜେଲ୍‌

ନୂଆଦିଲ୍ଲୀ,୨୯ ।୮(ଏଜେନ୍ସି): ଏକ ଆମେରିକୀୟ ରିପୋର୍ଟରେ କୁହାଯାଇଛି କି ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ ଉପରେ ସେଠାକାର ସେନାର ପୂର୍ଣ୍ଣ ପ୍ରଭାବ ରହିଛି । ପାକିସ୍ତାନର ବିଦେଶ ଓ ପ୍ରତିରକ୍ଷା ନୀତି କିଭଳି ହେବ, ତାହା ପାକ୍‌ ସେନା ନିର୍ଦ୍ଧାରଣ କରୁଛି । ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବି ପାକ୍‌ ସେନାର ଦବଦବା ରହିଛି ।

ଆମେରିକୀୟ କଂଗ୍ରେସ ପାଇଁ ଏହାର ଏକ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ମଧ୍ୟ ଦାବି କରାଯାଇଛି କି ପାକିସ୍ତାନରେ ସଂସଦୀୟ ନିର୍ବାଚନ ପୂର୍ବରୁ ଏବଂ ସମୟରେ ପାକ୍‌ ସେନା ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବ୍ୟାପକ ହସ୍ତକ୍ଷେପ କରି ନୱାଜ ସରିଫ ଏବଂ ତାଙ୍କ ଦଳକୁ କ୍ଷମତାସୀନ ହେବାରୁ ବଞ୍ଚିତ କରିଥିଲା । ପାକ୍‌ ସେନା ଓ ସେଠାକାର ବିଚାର ବିଭାଗ ମଧ୍ୟରେ ଲିଙ୍କ୍‌ ରହିଛି । ଏହି ଲିଙ୍କର ଉପଯୋଗ କରି ପାକ୍‌ ସେନା ନୱାଜଙ୍କୁ ଜେଲକୁ ପଠାଇ ଦେଇଥିଲା । ଏହା ପରୋକ୍ଷରେ ଇମ୍ରାନ ଖାନଙ୍କୁ ପୁଣି ଥରେ କ୍ଷମତାସୀନ ହେବାରେ ସହାୟତା କରିଥିଲା । ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଇମ୍ରାନଙ୍କର ପୂର୍ବରୁ ସରକାର ଚଳାଇବାର କୌଣସି ଅଭିଜ୍ଞତା ନାହିଁ । ତେଣୁ ସେନା ଏହାର ଫାଇଦା ଉଠାଉଛି ଏବଂ ସରକାରୀ ନୀତିରେ ହସ୍ତକ୍ଷେପ କରୁଛି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଅନେକ ରାଜନୈତିକ ଦଳ ଓ ସଂଗଠନ ପୂର୍ବରୁ ଅଭିଯୋଗ କରିଆସୁଛନ୍ତି କି ଗତ ବର୍ଷ ସେଠାରେ କରାଯାଇଥିବା ସଂସଦୀୟ ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଛି । ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ପାକ୍‌ ସେନା ମତଦାନ ଓ ଗଣତିରେ ହସ୍ତକ୍ଷେପ କରିଥିଲା । ତା’ ପୂର୍ବରୁ ମିଥ୍ୟା ମାମଲାରେ ନୱାଜ ସରିଫଙ୍କୁ ଛନ୍ଦି ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ଏବେ ଆମେରିକୀୟ ରିପୋର୍ଟରୁ ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ