ଭାରତର ସେହି ମନ୍ଦିର ଯେଉଁଠି ଶୂନ୍ୟରେ ଝୁଲି ରହିଛି ସମସ୍ତ ସ୍ତମ୍ଭ, କାରଣ ଆଜି ବି ଅଜଣା

ନୁଆଦିଲ୍ଲୀ ୧୩/୯: ଭାରତରେ ଅନେକ ମନ୍ଦିର ରହିଛି । ତେବେ ଆମ ଦେଶରେ ଏମିତି ଅନେକ ମନ୍ଦିର ଅଛି ଯାହା ନିଜର ଭବ୍ୟତା ଓ ଅଜବ ମାନ୍ୟତା ପାଇଁ ପାଇଁ ପରିଚିତ । ଏମିତି ଏକ ଅଜବ ମନ୍ଦିର ରହିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ । ଏହି ମନ୍ଦିରର ସବୁଠାରୁ ଖାସ୍ ଏବଂ ରହସ୍ୟମୟୀ କଥା ହେଉଛି ଏହାର ଖୁମ୍ବ(ସ୍ତମ୍ଭ) ଶୂନ୍ୟରେ ଲଟକି ରହିଛି । କିନ୍ତୁ ଏହାର ରହସ୍ଯ ଆଜି ପର୍ଯ୍ଯନ୍ତ କେହି ଜାଣିପାରୁନାହାଁନ୍ତି  ।

ଏହି ମନ୍ଦିରର ନାମ ଲୈପାକ୍ଷୀ ମନ୍ଦିର । ଏହାକୁ ହ୍ୟାଙ୍ଗିଙ୍ଗ୍ ପିଲର ଟେମ୍ପଲ ମଧ୍ୟ କୁହାଯାଏ । ଏହି ମନ୍ଦିରରେ ସମୁଦାୟ ୭୦ ପିଲାର ଅଛି ଯାହା ଭୂମି ସହିତ ଯୋଡି ହୋଇନି । ଏଗୁଡିକ ରହସ୍ଯମୟୀ ଭାବେ ଶୂନ୍ୟରେ ଲଟକି ରହିଛନ୍ତି ।

କୁହାଯାଏ ଏହି ମନ୍ଦିରର ଖୁମ୍ବ ପୂର୍ବରୁ ଭୂମି ସହିତ ଯୋଡି ହୋଇଥିଲା କିନ୍ତୁ ଜଣେ ବ୍ରିଟିଶ୍ ଇଞ୍ଜିନିୟର ଏହା ଜାଣିବା ପାଇଁ ଚାହୁଁଥିଲା ଯେ ଏହା ମନ୍ଦିର ପିଲାରରେ କେମିତି ଯୋଡି ହୋଇଛି । ଏହା ଜାଣିବା ପାଇଁ ସେ ସେହି ଖୁମ୍ବକୁ ହଲାଇ ଦେଲା । ସେବେଠାରୁ ଏହି ଖୁମ୍ବ ଶୂନ୍ୟରେ ଝୁଲି ରହିଛି ।  

ଏହି ମନ୍ଦିରର ଇଷ୍ଟଦେବ ଭଗବାନ ଶିବଙ୍କ କ୍ରୁର ରୂପ ବୀରଭଦ୍ର । ବୀରଭଦ୍ର  ମହାରାଜ ଦକ୍ଷଙ୍କ ଯଜ୍ଞ ପରେ ଅସ୍ତିତ୍ୱକୁ ଆସିଥିଲେ । ଏହା ବ୍ୟତୀତ ଏଠାରେ ଭଗବାନ ଶିବଙ୍କ ଅନ୍ୟ ରୂପ ଅର୍ଦ୍ଧନାରୀଶ୍ୱର, କଙ୍କାଳ ମୂର୍ତ୍ତି, ଦକ୍ଷିଣମୂର୍ତ୍ତି ଓ ତ୍ରିପୁରାତକେଶ୍ୱର ମଧ୍ୟ ଉପସ୍ଥିତ ଅଛନ୍ତି । ଏଠାରେ ବିରାଜମାନ ଥିବା ମାତାଙ୍କୁ ଭଦ୍ରକାଳୀ କୁହାଯାଏ ।

କୁର୍ମୀସେଲସର ପାହାଡରେ ନିର୍ମିତ ଏହି ମନ୍ଦିରର ଆକାର ବିଲୁକୁଲ୍ ଏକ କଇଁଛ ଭଳି । କୁହାଯାଏ ଏହି ମନ୍ଦିରର ନିର୍ମାଣ ବିରୁପତ୍ରା ଓ ବିରତ୍ରା ନାମଙ୍କୁ ୨ ଭାଇ ଷୋଡଶ ଶତାବ୍ଦୀରେ ନିର୍ମାଣ କରାଇଥିଲେ । ସେମାନେ ବିଜୟନଗରର ରାଜାଙ୍କ ନିକଟରେ କାମ କରୁଥିଲେ । ଅବଶ୍ୟ ପୌରାଣିକ ମାନ୍ଯତା ଅନୁସାରେ ଏହି ମନ୍ଦିରକୁ ଋଷି ଅଗସ୍ତ୍ୟ ନିର୍ମାଣ କରାଇଥିଲେ ।

ମାନ୍ୟତା ଅନୁସାରେ ଏହି ମନ୍ଦିର ସମ୍ପର୍କରେ ରାମାୟଣରେ ମଧ୍ୟ ବର୍ଣ୍ଣନା ରହିଛି । ଏହା ହେଉଛି ସେହି ସ୍ଥାନ ଯେଉଁଠି ରାବଣ ସହିତ ଯୁଦ୍ଧ କରିବା ପରେ ଜଟାୟୁ ଆହତ ହୋଇ ଖସି ପଡିଥିଲେ ଏବଂ ରାମଙ୍କୁ ରାବଣ ସମ୍ପର୍କରେ ସୂଚନା ଦେଇଥିଲେ ।  ।

ମନ୍ଦିରରେ ଏକ ବଡ ପାଦ ଚିହ୍ନ ମଧ୍ୟ ରହିଛି ଯାହାକୁ ତ୍ରେତୟା ଯୁଗର ବୋଲି କୁହାଯାଏ । କେହି କେହି ଏହାକୁ ଭଗବାନ ରାମଙ୍କ ପାଦ ଚିହ୍ନ ବୋଲି କହିଥାନ୍ତି ଏବଂ କେହି କେହି ମାତା ସୀତାଙ୍କ ପାଦ ଚିହ୍ନ ବୋଲି କହିଥାନ୍ତି ।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ