ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ହାଣିଲା ଯୁବକ- ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି

ଟାଙ୍ଗୀ – ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଗାଁ ରାସ୍ତାରେ ଦୁଇ ଭାଇଙ୍କୁ ଜଣେ ଯୁବକ ଗୋଡାଇ ଗୋଡାଇ ହାଣି ଦେଇଛି । ଏମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ବସି ପ୍ରବଳ ରକ୍ତ ସ୍ରାବ ହୋଇଛି । ଏବେ ଏହି ଦୁଇ ଜଣ ଜୀବନ ମରଣ ଅବସ୍ଥାରେ । ଖୋର୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳ ବାଲିନାସୀ ଗ୍ରାମରେ ଏହି ଘଟଣା ଘଟିଛି ।
ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ୍ ଏବେ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।