PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଶିଳ୍ପା ଶେଟ୍ଟୀଙ୍କ ସପକ୍ଷରେ ବାହାରିଲେ ଫିଲ୍ମମେକର , ବଲିଉଡ୍‌ର ନିରବତା ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ – ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଓ ତାଙ୍କର ପତି ରାଜ୍‌ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି କେସ୍‌ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀଙ୍କର ବ୍ୟବସାୟୀ ପତିଙ୍କ ଉପରେ ପର୍ଣ୍ଣ ଫିଲ୍ମ ନିର୍ମାଣ କରିବା ଓ ଏହାକୁ ବିକ୍ରି କରିବା ଅଭିଯୋଗ ଲାଗିଛି । ରାଜ୍‌ ଏହି ସମୟରେ ୧୪ ଦିନର ନ୍ୟାୟିକ ହେପାଜତରେ ଅଛନ୍ତି । ଏହି ମଧ୍ୟରେ ଅଭିନେତ୍ରୀ ଶିଳ୍ପାଙ୍କୁ ମଧ୍ୟ ସୋସିଆଲ ମିଡ଼ିଆରେ ଟ୍ରୋଲ୍ସର ଶିକାର ହେବାକୁ ପଡ଼ିଛି । ୟୁଜରଙ୍କର ପ୍ରତିକ୍ରିୟା ଦେଖି ଫିଲ୍ମମେକର ହଂସଲ ମେହଟା ଅଭିନେତ୍ରୀଙ୍କର ସପକ୍ଷରେ ବାହାରିଛନ୍ତି ।

ତାଙ୍କର କହିବା ହେଲା ଅଭିନେତ୍ରୀଙ୍କୁ କିଛି ସ୍ପେସ୍ ଦିଅନ୍ତୁ ଏବଂ ତାଙ୍କର ପ୍ରାଇଭେସିକୁ ଭଙ୍ଗ କରିବାକୁ ଚେଷ୍ଟା କରନାହିଁ । କାହାକୁ ଦୋଷୀ କରାଅ ନାହିଁ । ଏବେ ତାଙ୍କ ଉପରେ ଅଭିଯୋଗ ଲାଗିଛି । ପ୍ରମାଣ ହେବାକୁ ଦିଅ , ତାଙ୍କୁ ନ୍ୟାୟ ମିଳିବାକୁ ସମୟ  ଦିଅ । ଏହା ପରେ ଯାଇ କିଛି ଭୁଲ୍‌ ଜିନିଷ ଲେଖ ।  

ଶିଳ୍ପା ଶେଟ୍ଟୀଙ୍କର ସପକ୍ଷରେ ଟ୍ୱିଟ୍ କରି ହଂସଲ ମେହଟା ଲେଖିଛନ୍ତି – ଯଦି ଆପଣ ତାଙ୍କ ପାଇଁ ଛିଡ଼ା ହୋଇ ପାରିବେ ନାହିଁ ତ ତାଙ୍କୁ ଏକଲା ଛାଡ଼ିଦିଅ । କିଛି ବି ଭୁଲ୍‌ କଥା କୁହ ନାହିଁ ।