PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଆଳୁ ଖୋଳୁ ଖୋଳୁ ମହାଦେବ: ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କ ହନୁମାନ ପଇସା ଲିଙ୍କ୍

ଆଠଗଡ, ୨୪|୧୨:  ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣର ଗୁମର ଫିଟିବାରେ ଲାଗିଛି । ଆଠଗଡ଼ ବନଖଣ୍ଡରେ ହାଇଟେକ୍ ଉପାୟରେ ଚାଲିଥିବା ଏହି ମାଫିଆ ଗ୍ୟାଙ୍ଗର ଅଡ଼ୁଆ ସୂତାର ଖିଅ ଖୋଲୁ ଖୋଲୁ ବିଭାଗ ହାତରେ ଆଉ ଏକ ହାଇ ପ୍ରୋଫାଇଲ୍ ବିଚିତ୍ର ହନୁମାନ ପଇସା କାରବାରର ଲିଙ୍କ ଲାଗିଛି ।

ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଗିରଫ ହୋଇସାରିଥିଲା ବେଳେ ଦଶଜଣଙ୍କୁ ରିମାଣ୍ଡରେ ନେଇ ବନବିଭାଗ ଓ ଜାତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ପଚରାଉଚରା କରିଥିଲେ। ଏଥିରେ ସେମାନଙ୍କରେ ହାତରେ ବିଦେଶୀ ଲିଙ୍କର ପ୍ରମାଣ ଲାଗିଛି । ଅନ୍ୟ ପକ୍ଷରେ ଏହି ରାକେଟ ର ମାଷ୍ଟର ମାଇଣ୍ଡ ମାଧବ ନରସିଂହପୁର ଅଞ୍ଚଳରୁ ଗିରଫ ହେବା ପରେ ପଶ୍ଚିମବଙ୍ଗରୁ ଏହାର ଚେର ଚୀନ ମିଆଁମାର ଭିଏତନାମ ହୋଇ ମଙ୍ଗୋଲିଆ ପର୍ଯ୍ୟନ୍ତ ଲମ୍ବିଥିବା ଆଠଗଡ଼ ବନବିଭାଗ ସୂଚନା ଦେଇଛି ।

ଶଶୁର ଜ୍ୱାଇଁ ଗ୍ୟାଙ୍ଗ ଏହି ସବୁ କାରବାର କରୁଥିବା ବେଳେ ଏବେ ଏହି ବହୁଚର୍ଚ୍ଚିତ ବିଚିତ୍ର ତଥା ବିରଳ ହନୁମାନ ପଇସା କାରବାରର ପର୍ଦ୍ଦାଫାଶ କରିବା ପାଇଁ ଆଠଗଡ ବନବିଭାଗ ପୋଲିସର ସହାୟତା ନେବ ବୋଲି କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ।