PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

୨୦ ବର୍ଷ ପରେ ଘରେ ଜନ୍ମନେଲା ଝିଅ, ନୋଟ୍ ବର୍ଷା କରି ପରିବାର ଲୋକ କଲେ ସ୍ବାଗତ

ନୂଆଦିଲ୍ଲୀ,୧୬।୪: ବର୍ତ୍ତମାନ ସମୟରେ ଯେଉଁଠି ସାରା ଦେଶରେ କନ୍ୟାଭ୍ରୁଣ ହତ୍ୟା ମାମଲା ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ପରିବାରରେ ଝିଅଟିଏ ହେଲେ ଅନେକ ବାପା-ମା ବୋଝ ବୋଲି ଭାବିବାକୁ ପଛାଉ ନାହାଁନ୍ତି। କିନ୍ତୁ ଗୁଜରାଟର ମୋରବିରେ ଏଭଳି ଏକ ପରିବାର ରହିଛି ଯେଉଁଠି ୨୦ ବର୍ଷ ପରେ ଝିଅ ଜନ୍ମ ହେବାରେ ଘର ଲୋକଙ୍କ ଆନନ୍ଦ କହିଲେ ନସରେ। ପରିବାର ଲୋକ ଏତେ ଖୁସି ହୋଇଗଲେ ଯେ ଜୀବନସାରାର ଜମା ପୁଞ୍ଜିକୁ ଝିଅ ଉପରେ ଗଦାଇ ଦେଇଥିଲେ। କୁନି ଝିଅଟିକୁ ୨ ହଜାର ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟରେ ପୁରା ଘୋଡାଇ ଦେଇଥିଲେ।

ପରିବାର ଲୋକଙ୍କ କହିବା ଅନୁସାରେ ଘରକୁ ଝିଅ ନୁହେଁ ମା’ ଲକ୍ଷ୍ମୀ ଆସିଛନ୍ତି। ତେଣୁ ଝିଅକୁ ଜମାପୁଞ୍ଜି ଦେଇ ସ୍ବାଗତ କରାଗଲା। ଏହି ପରିବାରରେ ବିଗତ ୨୦ ବର୍ଷ ହେବ କେହି ଝିଅ ଜନ୍ମ ହେଉନଥିଲେ। ତେଣୁ ସେମାନେ ଝିଅପାଇବାକୁ ପୂଜା-ବ୍ରତ ଆରମ୍ଭ କରିଦେଇଥିଲେ। ଶେଷରେ ତାଙ୍କର ଦୀର୍ଘ ଦିନର ଇଛା ପୂରଣ ହୋଇଥିବାରୁ ସେମାନେ ଏଭଳି ଢଙ୍ଗରେ ଖୁସି ପାଳନ କରିଛନ୍ତି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ହରିୟାଣାର ଜିନ୍ଦ ଜିଲ୍ଲାର ଏକ ଗାଁରେ ମାଲଭିରେ ଝିଅ ଜନ୍ମ ହେବା ନେଇ ଖୁସି ମନାଯାଇଥିଲା। ଏହି ସମୟରେ ପରିବାର ଲୋକ ନିଜ ଝିଅର ପୋଷ୍ଟର ଚାରିଆଡେ ଲଗାଇବା ସହ ଧୁମଧାମରେ ପାଳନ କରିଥିଲେ ଝିଅର ଜନ୍ମଦିନ। କୌଣସି ପର୍ବଠାରୁ କମ୍ ନଥିଲା କୁନିଝିଅଟିର ଜନ୍ମଦିନ।