ରୋହିତଙ୍କୁ ହରଭଜନଙ୍କ ସାର୍ଟିଫିକେଟ୍, ‘ଅଷ୍ଟ୍ରେଲିଆ ପିଚରେ ରୋହିତଙ୍କ ବ୍ୟାଟରୁ ସେହଓ୍ବାଗଙ୍କ ଭଳି ଷ୍ଟ୍ରୋକ୍‌ ଦେଖିବେ କ୍ରିକେଟ ପ୍ରେମୀ’

ନୂଆଦିଲ୍ଲୀ,୨୦/ ୧୧: ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ। ଭାରତ-ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ସିରିଜ ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବ। ସିଡନୀରେ ଟିମ୍‌ ଇଣ୍ଡିଆର ଖେଳାଳି ଜୋରଦାର ପ୍ରାକ୍ଟସି କରୁଥିବା ବେଳେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍। ହ୍ୟାମଷ୍ଟ୍ରିଙ୍ଗ୍‌ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରୋହିତ ପ୍ରୟାସ ଜାରି ରଖିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ ସଂସ୍କରଣରେ ସେ ଆହତ ହୋଇଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ସ୍ଥାନ ପାଇନଥିବା ବେଳେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରେ ରୋହିତ ଶୀଘ୍ର ସୁସ୍ଥ ହୋଇ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ବୋଲି ସମସ୍ତଙ୍କ ଆଶା ଅଛି। ରୋହିତଙ୍କୁ ସମର୍ଥନ ଜଣାଇ ଟିମ୍‌ ଇଣ୍ଡିଆର ସ୍ପିନର ହରଭଜନ ସିଂହ ଦେଇଛନ୍ତି ବଡ଼ ବୟାନ।

ହରଭଜନ ସିଂହ ରୋହିିତଙ୍କୁ ନେଇ କହିଛନ୍ତି ଯେ, ଆହତ ସତ୍ତ୍ବେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ବଡ଼ ସ୍କୋର କରିପାରିବେ। ଯଦି ରୋହିତ କ୍ରିଜରେ ୫ ଓଭର ରହିଯାନ୍ତି ତେବେ ସେ ଅଷ୍ଟ୍ରେଲିଆ ବୋଲରଙ୍କୁ ଧୁଲେଇ କରିବେ ବୋଲି ହରଭଜନ କହିଛନ୍ତି। ରୋହିତ ଶର୍ମା ଦୀର୍ଘ ସମୟ ହେବ ଟିମ୍‌ ଇଣ୍ଡିଆର ଟେଷ୍ଟ ଟିମରୁ ବାହାରେ ରହିଥିଲେ। କେଏଲ ରାହୁଲଙ୍କ ସ୍ଥାନରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ସ୍ଥାନ ପାଇଥିଲେ। ପରେ ଟିମ୍‌ ପାଇଁ ଅପନିଙ୍ଗ୍‌ କରି ଲଗାତାର ଶତକ ଓ ରାଞ୍ଚି ମ୍ୟାଚରେ ଦ୍ବିଶତକ ମାରି ଟେଷ୍ଟ ଟିମରେ ନିଜ ସ୍ଥାନ ସୁରକ୍ଷିତ କରିଥିଲେ ବୋଲି ହରଭଜନ ସିଂହ କହିଛନ୍ତି।

ଷ୍ଟାର ସ୍ପୋର୍ଟସ୍‌ ସହ ଏକ ସାକ୍ଷାତକାର ଦେଇ ହରଭଜନ କହିଛନ୍ତି ଯେ, ରୋହିତ ଜଣେ ଉତ୍କର୍ଷ ଖେଳାଳି, ତାଙ୍କଠୁ ବହୁତ ଆଶା ରହିଛି। ଅଷ୍ଟ୍ରେଲିଆରେ ମଧ୍ୟ ପୂର୍ବଭଳି ରୋହିନ ରନ୍‌ ବନାନ୍ତୁ ବୋଲି କ୍ରିକେଟ ପ୍ରମେୀ ଆଶା ରଖିଥିବେ ନିଶ୍ଚୟ ବୋଲି ହରଭଜନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯଦି ରୋହିତଙ୍କୁ ବିପକ୍ଷ ଦଳ ୫ ଓଭର ଭିତରେ ଆଉଟ୍‌ ନ କରି ପାରିଲେ ତେବେ ବିପକ୍ଷ ଦଳ ପାଇଁ ବିପଦ୍ଦଜନକ ସାବ୍ୟସ୍ତ ହୋଇ ପାରନ୍ତି। ରୋହିତ କଟସ୍, ପୁଲ ଓ ବହୁତ ବଢ଼ିଆ ଡ୍ରାଇଭ୍‌ ସଟ୍‌ ଖେଳନ୍ତି। ଅଷ୍ଟ୍ରେଲିଆରେ ରୋହିତଙ୍କ ଭଳି ବ୍ୟାଟସମ୍ୟାନ୍‌ ରନ୍‌ ବନାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ହରଭଜନ କହିଛନ୍ତି।

ରୋହିତଙ୍କୁ ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହଓ୍ବାଗଙ୍କ ତୁଳନା କରିଛନ୍ତି ହରଭଜନ। ସେ କହିଛନ୍ତି ଯେ, ନୂଆ ବଲକୁ ସାମ୍ନା କରିବା ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। ଯଦି ସେ ଭଲ ଖେଳିଳେ ତେବେ ବୀରେନ୍ଦ୍ରେ ସେହଓ୍ବାଗଙ୍କ ଭଳି ସ୍କୋର ଦେଖିବାକୁ ମିଳିପାରେ। ରୋହିତ ଟିମ୍‌ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି। ମୋର ଆଶା ଅଛି ଯେ ଟେଷ୍ଟ ସିରିଜ ପୂର୍ବରୁ ସେ ପୁରା ଫିଟ୍‌ ହୋଇଯିବେ ବୋଲି ହରଭଜନ ସିଂହ କହିଛନ୍ତି।

   ସମ୍ବନ୍ଧିତ ଖବର


ଏଠି ପ୍ରତିବର୍ଷ କୁକୁର ଓ ବିଲେଇ କରନ୍ତି Blood Donation, ବଞ୍ଚୁଛି ଅନେକ ଜୀବନ…

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ନଭେମ୍ବର ୩୦ରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ