ମା’ଙ୍କ ସହିତ ଶାଗ କାଟୁଛନ୍ତି ହରଭଜନ, ଭିଡିଓ ଦେଖି ଛୁଟିଲା ଫ୍ୟାନ୍ସଙ୍କ ପ୍ରଶଂସା

ନୂଆଦିଲ୍ଲୀ ୧୩/୧: ସୋସିଆଲ ମିଡିଆରେ ଏବେ କ୍ରିକେଟର ହରଭଜନ ସିଂହଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ନିଜ ମାଙ୍କ ସହିତ ଶାଗ କାଟୁଥିବା ନଜର ଆସୁଛନ୍ତି । ଏହି ଭିଡିଓ ସେ ନିଜେ ସେୟାର କରିଛନ୍ତି । ଏପର୍ଯ୍ୟନ୍ତ  ଲକ୍ଷେରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି ଏବଂ ୨ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ଆସିସାରିଲାଣି । ଭିଡିଓର ବ୍ୟାକଗ୍ରାଉଣ୍ଡରେ ଫେମସ ପଞ୍ଜାବୀ ସିଙ୍ଗର ଗୁରୁଦାସ ମାନଙ୍କ ଗୀତ ‘ଅପନା ପଞ୍ଜାବ ହୋୱେ’ ମଧ୍ୟ ବାଜୁଛି ।

https://www.instagram.com/reel/CJvkAxYBHXc/?utm_source=ig_embed

ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି ଭିଡିଓ
ହରଭଜନଙ୍କ ଏହି ଭିଡିଓରେ ସେ ତାଙ୍କ ମାଙ୍କ ସହିତ ଶାଗ କାଡୁଛନ୍ତି । ଶାଗ କଟା ମେସିନରେ ଶାଗ କାଟିବାରେ ନିଜ ମାଙ୍କୁ ସାହାଯ୍ୟ କରୁଛନ୍ତି ହରଭଜନ । ଭିଡିଓରେ ହଜାରେରୁ ଅଧିକ କମେଣ୍ଟ ମଧ୍ୟ ଆସିସାରିଛି ।

କହିରଖୁଛୁ ପୂର୍ବରୁ ହରଭଜନ ଚାଷୀ ଆନ୍ଦୋଳନ ନେଇ ମଧ୍ୟ ଟ୍ୱିଟ୍ କରିସାରିଛନ୍ତି । ଏଥିରେ ସେ ଚାଷୀଙ୍କ କଥା ଶୁଣିବା ପାଇଁ ଅନୁରୋଧ କରିଥିଲେ । ଏହାର ସମାଧାନ ବାହାର କରିବା ପାଇଁ ଅନୁରୋଧ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସେ ଏହି ପୋଷ୍ଟରେ ପିଏମ୍ ମୋଦି ଓ ପିଏମଓକୁ ଟ୍ୟାଗ୍ ମଧ୍ୟ କରିଥିଲେ ।