PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ତାରିଖ ସକାଳେ ସ୍ଥଳଭାଗ ବାତ୍ୟା ଛୁଇଁବ ବୋଲି ଏସଆରସିଙ୍କ ସୂଚନା।
  • ||
  • ଓମିକ୍ରନ୍ ଭୟ : ତାମିଲନାଡୁର ଏକ ସ୍କୁଲ୍‌ରେ କରୋନା ଆତଙ୍କ , ୨୫ ପିଲାଙ୍କୁ କୋଭିଡ୍‌ ପଜିଟିଭ୍
  • ||
  • ୨୯ ଦେଶକୁ ମାଡ଼ି ଗଲାଣି ଓମିକ୍ରନ୍ – ପ୍ରେସମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ଭାରତରେ ଓମିକ୍ରନ ,କର୍ଣ୍ଣାଟକରୁ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ , ପ୍ରେସ୍‌ମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ତେଲେଙ୍ଗାନାରେ ଚିହ୍ନଟ ହୋଇନି ଓମିକ୍ରନ , ଏ ନେଇ ଖବରକୁ ଖଣ୍ଡନ କଲା ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନ୍‌ ଫେରନ୍ତା ମହିଳା କୋଭିଡ୍‌ ପଜିଟିଭ ଚିହ୍ନଟ
  • ||
  • ଭାରତରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ , ତେଲେଙ୍ଗାନାରୁ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ମହିଳାଙ୍କର ବୟସ ୩୫ ବର୍ଷ , ଇଂଲଣ୍ଡରୁ ଫେରିଥିଲେ ସଂପୃକ୍ତ ମହିଳା
  • ||
  • କଟକ: ଗାଡ଼ି ଟଣା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ଉପରକୁ ବ୍ଲାଙ୍କ ଫାଇରିଙ୍ଗ୍ ଘଟଣା, ଦୁଇ ଅଭିଯୁକ୍ତକୁ ଧରିବା ପାଇଁ କଟକ ପୋଲିସ ଟିମ୍ ଗଞ୍ଜାମରେ
  • ||
  • ଅମ୍ବାଦଳା: ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ବାଇକ ସହ ୩ ଗିରଫ
  • ||
  • ବ୍ରହ୍ମପୁର: ବିଶିଷ୍ଟ ସିପିଏମ୍ ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ବିୟୋଗ
  • ||
  • ରାୟଗଡା: ୩ ବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ
  • ||
  • କାଶୀପୁର: ହାତଗୁଞ୍ଜା ବିନା ଘୁଞ୍ଚୁନି ଫାଇଲ, ପ୍ରାପ୍ୟ ପାଇବାରେ ହଇରାଣ ଅବସର ଶିକ୍ଷକ
  • ||
  • ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ବୃଦ୍ଧ ଗୁରୁତର!
  • ||
  • ସୁନ୍ଦରଗଡ଼: କୋଇଡାରେ ଥମୁନି ହାତୀ ଉପଦ୍ରବ, ଘରେ ଶୋଇଥିବା ବେଳେ ଟାଣି ଦଳି ଦେଲା ଦନ୍ତା, ଘଟଣା ସ୍ଥଳରେ ବୃଦ୍ଧଙ୍କ ଉଡିଗଲା ପ୍ରାଣ ବାୟୁ
  • ||
  • ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶର ଦ୍ବିତୀୟ ଦିନ, ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ, ୪ ଯାଏଁ ଗୃହ ମୁଲତବୀ
  • ||
  • ଭୁବନେଶ୍ୱର: ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରପୂ ନେବ ସମ୍ଭାବନା
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ଭୁବନେଶ୍ଵର: ୨୪ ଘଣ୍ଟାରେ ୨୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୫୯୭ ଜଣକୁ ବୃଦ୍ଧି
  • ||
  • ନୂଆଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ
  • ||
  • ସୋର: ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି
  • ||
  • କୋକସରା: ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
  • ||

ୟୁପିରେ ‘କାଣ୍ଟେ କୀ ଟକ୍କର୍‌’

ଉତ୍ତର ପ୍ରଦେଶରେ ଏଥର ‘କାଣ୍ଟେ କୀ ଟକ୍କର’ ଦେଖିବାକୁ ମିଳିବ । ଗତ ଲୋକସଭା ନିର୍ବାଚନରେ ବିଜେପି ୟୁପିରେ ଏକାକୀ ୭୧ ଆସନରେ ବିଜୟୀ ହୋଇଥିଲା । ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ରଣନୀତି ବେଶ୍‌ କାମ ଦେଇଥିଲା । କିନ୍ତୁ ଏଥର ପରିସ୍ଥିତି ଭିନ୍ନ ରହିଛି । ବିଜେପି ପାଇଁ ଅନେକ ଆହ୍ୱାନ ସୃଷ୍ଟି ହୋଇଛି । ବିଶେଷକରି ଏସ୍‌ପିବିଏସ୍‌ପି-ଆର୍‌ଏଲ୍‌ଡି ମେଣ୍ଟ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧିକୁ ପୂର୍ବ ଉତ୍ତର ପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯିବା ପରେ ଏବଂ ୩ଟି ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ଜିତିବା ପରେ ୟୁପିରେ ଏହାର ସ୍ଥିତିରେ ସୁଧାର ଆସିଛି । ତେଣୁ ୮୦ ଲୋକସଭା ଆସନବିଶିଷ୍ଟ ଉତ୍ତର ପ୍ରଦେଶରେ ଏଥର ବିଜେପି ଅଧିକ ଆସନ ହାତେଇ ପାରିବ ନାହିଁ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି । ଅନ୍ୟପକ୍ଷରେ ବିଜେପି ଟିକେଟ୍‌ ପାଉନଥିବା ନେତାମାନେ ଯଦି ଦଳ ଛାଡ଼ନ୍ତି, ତେବେ ଏହା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଏସ୍‌ପି-ବିଏସ୍‌ପି ମେଣ୍ଟରେ ଆର୍‌ଏଲ୍‌ଡି (ରାଷ୍ଟ୍ରୀୟ ଲୋକ ଦଳ) ସାମିଲ ହେବା ପରେ ବାଗ୍‌ପତ୍‌ ଆସନରେ ପୁଣି ଜିତିବା ବିଜେପି ପାଇଁ ମୁସ୍କିଲ୍‌ ହୋଇପଡ଼ିବ । ଏହି ଆସନରୁ ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧରୀ ନିର୍ବାଚନ ଲଢ଼ିପାରନ୍ତି ।
ଅନ୍ୟପକ୍ଷରେ ଆଲ୍ଲାହାବାଦ ଅ । ସ ନ େ ର ମଧ୍ୟ ବିଜେପି ସମସ୍ୟାର ସମ୍ମୁଖୀନ ହୋଇପାରେ । ସମାଜବାଦୀ ପାର୍ଟି (ଏସ୍‌ପି)ର ରେବତୀ ରମଣ ସିଂହ ୨୦୦୯ରେ ଏହ ିଆସନରୁ ଜତିଥିେିଲ । କନ୍ତିୁ ୨୦୧୪ରେ ସେ ବଡି ିବ୍ୟବସାୟୀ ଶ୍ୟାମା ଚରଣ ଗୁପ୍ତାଙ୍କଠାରୁ ପରାଜତି ହୋଇଥେିଲ ।
ବିଜେପିର ବିଦ୍ରୋହୀ ନେତ୍ରୀ ସାବିତ୍ରୀ ବାଈ ଫୁଲେ ବାହରାଇଚ୍‌ ସଂରକ୍ଷିତ ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ିପାରନ୍ତି । ତେବେ ଏଥର ସେ ନିର୍ବାଚନ ଜିତିବା ନେଇ ଅଧିକ ସମ୍ଭାବନା ରହିଛି । ବାହରାଇଚ୍‌ରେ କୁର୍ମି ସମ୍ପ୍ରଦାୟ ଲୋକଙ୍କ ସଂଖ୍ୟା ବେଶ୍‌ ଅଧିକ ରହିଛି । ଯଦି କୁର୍ମି ସମୁଦାୟ ନେତା ବେଣି ପ୍ରସାଦ ସାବିତ୍ରୀ ବାଈ ଫୁଲେଙ୍କୁ ସମର୍ଥନ ଦିଅନ୍ତି, ତେବେ ସେ ପୁଣି ଲୋକସଭା ସାଂସଦ ନିର୍ବାଚିତ ହେବାଟା ଥୟ । କଂଗ୍ରେସ ନେତା ପି ଏଲ୍‌ ପୁନିଆ ବାରାବାଙ୍କି ସଂରକ୍ଷିତ ଆସନରୁ ନିଜ ପୁଅ ତନୁଜଙ୍କୁ ଟିକେଟ୍‌ ଦେବାକୁ ଚାହୁଁଛନ୍ତି । ରାଜ୍ୟସଭା ସାଂସଦ ପୁନିଆ ୨୦୦୯ରେ ଏହି ଆସନରୁ ଲୋକସଭା ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୧୪ରେ ସେ ବିଜେପିର ପ୍ରିୟଙ୍କା ରାୱତ୍‌ଙ୍କଠାରୁ ପରାଜିତ ହୋଇଥିଲେ । ଏହି ଆସନରେ ଏଥର ଟକ୍କର ହେବାଟା ନିଶ୍ଚିତ । ଏହାବ୍ୟତୀତ ଉତ୍ତର ପ୍ରଦେଶର କ୍ୟାରାନା, ଫୁଲ୍‌ପୁର ଓ ଗୋରଖପୁର ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । କ୍ୟାରାନାରେ ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି
ମେଣ୍ଟର ସ୍ଥିତି ସୁଦୃଢ଼ ରହିଥିବାରୁ ଏହି ମେଣ୍ଟରୁ ଯିଏ ପ୍ରାର୍ଥୀ ହେବ, ଆସନ ତା’ ହାତକୁ ଯିବ ବୋଲି କୁହାଯାଉଛି । କିନ୍ତୁ ଏଭଳି ସ୍ଥିତିରେ ବିଜେପି ବଡ଼ ପଦକ୍ଷେପ ନେଇଛି । ଦଳୀୟ ନେତା ତଥା ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଏହି ଆସନରୁ ଟିକେଟ୍‌ ଦେବା ପାଇଁ ବିଜେପି ନିଷ୍ପତ୍ତି ନେଇଛି । ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି ଯେ ଉତ୍ତର ପ୍ରଦେଶର କାନପୁର ଆସନରେ ମଧ୍ୟ ବିଜେପି ପାଇଁ କାଣ୍ଟେ କୀ ଟକ୍କରର ସାମ୍ନା କରିବାକୁ ପଡ଼ିପାରେ । ଯଦି ବିଜେପି ନେତା ମୁରଲୀ ମନୋହର ଯୋଶୀ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଦଳକୁ ଝଟ୍‌କା ଲାଗିପାରେ । ଏହାର ବିକଳ୍ପ ସ୍ୱରୂପ ବିଜେପି ବିନୟ କଟିୟାର୍‌ଙ୍କୁ କାନପୁର ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି । କଂଗ୍ରେସ ନେତୃତ୍ୱାଧୀନ ୟୁପଏି ସରକାର ବେଳେ ମନ୍ତ୍ରୀ ରହିଥିବା ଶ୍ରୀପ୍ରକାଶ ଜୟସ୍ୱାଲ୍‌ କାନପୁରରୁ ବିଜେପିକୁ କଡ଼ା ଟକ୍କର ଦେଇପାରନ୍ତି । ଖାଲି ସେତିକି ନୁହେଁ, ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କ ଆକବରପୁର ଓ ଆମ୍ବେଦକର ଆସନରେ ବେଶ୍‌ ପ୍ରଭାବ ରହିଛି । ଏହାଦ୍ୱାରା ଏହି ଆସନ ଦ୍ୱୟରେ ବିଜେପିର ରାସ୍ତା କଠିନ ଦେଖାଯାଉଛି । ଏହାଛଡ଼ା ବଲିୟା, ଭଦୋହି, ଚନ୍ଦୋଲି, ଫତେପୁର ଏବଂ ଦେବରିୟାରେ ବିଜେପି ଓ ଏସ୍‌ପି ମଧ୍ୟରେ କଡ଼ା ମୁକାବିଲା ହେବ । ଏଠାରେ ଏସ୍‌ପି ନେତାମାନେ ପ୍ରଭାବଶାଳୀ ରହିଛନ୍ତି ।

ସମ୍ବନ୍ଧିତ ଖବର