PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ମ୍ୟାଚ ପୂର୍ବରୁ ଶ୍ରୀଲଙ୍କା ଖେଳାଳିଙ୍କୁ ବ୍ୟାଟ୍‌ ଉପହାର ଦେଲେ, ପରେ ଶ୍ରୀଲଙ୍କାର ଜାତୀୟ ସଂଗୀତ ଗାନ କରି ଚର୍ଚ୍ଚାରେ ଷ୍ଟାର ହିଟର ହାର୍ଦ୍ଦିକ

କଲମ୍ବୋ: ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଶ୍ରୀଲଙ୍କା ଦଳକୁ ୩୮ ରନରେ ପରାସ୍ତ କରି ସିରିଜନରେ ୧-୦ରେ ଆଗୁଆ ରହିଛି ଶିଖର ବାହିନୀ। ଭାରତୀୟ ଷ୍ଟାର ପେସ୍‌ ବୋଲର ଭୁବନେଶ୍ବର କୁମାର ୪ ଟି ଓ୍ବିକେଟ ନେବା ସହ ମ୍ୟାଚର ହିରୋ ସାବ୍ୟସ୍ତ ହୋଇଛନ୍ତି। ଭୁବିଙ୍କ ବୋଲିଂକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବେଶି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ସିରିଜରେ ଖାସ୍‌ ପ୍ରଦର୍ଶନ କରି ପାରିନାହାନ୍ତି। ଏସବୁ ସତ୍ତ୍ବେ କ୍ରିକେଟ ପ୍ରେମୀଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ସେ। ରବିବାର ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ପୂର୍ବରୁ ଉଭୟ ଶ୍ରୀଲଙ୍କା ଓ ଭାରତୀୟ ଦଳ ପ୍ରାକ୍ଟିସ୍‌ କରିଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ଖେଳାଳି ଚାମିକା କରୁଣାରତ୍ନେଙ୍କୁ ଏକ ବ୍ୟାଟ୍‌ ଗିଫ୍ଟ କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଇଶାନଙ୍କ ଦ୍ବାରା ତାଙ୍କ ବ୍ୟାଟ ମଗାଇଥିଲେ। ଆଉ ପରେ ଶ୍ରୀଲଙ୍କା ଖେଳାଳିଙ୍କୁ ଗିଫ୍ଟ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ବ୍ୟାଟ୍‌ ନେଇ ସାରିବା ପରେ ଶ୍ରୀଲଙ୍କା ଖେଳାଳି ଭାରି ଖୁସି ହୋଇଥିଲେ। ଏହାପରେ ହାର୍ଦ୍ଦିକଙ୍କ ସହ ମିଶି କରୁଣାରତ୍ନେ ବ୍ୟାଟରେ ସୋଡୋ ପ୍ରାକ୍ଟିସ୍‌ କରିଥିଲେ। ହାର୍ଦ୍ଦିକଙ୍କ ଏଭଳି ବ୍ୟବହାରକୁ ନେଇ ପ୍ରଶଂସା କରଯାଉଛି।

କେବଳ ସେତିକି ନୁହେଁ ମ୍ୟାଚ୍ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପରି କିଛି କରିଥିଲେ ଯାହା ଶ୍ରୀଲଙ୍କା ପ୍ରଶଂସକଙ୍କୁ ମଧ୍ୟ ଖୁସି କରିଦେଇଥିଲା । ମ୍ୟାଚ୍ ଆରମ୍ଭ ପୂର୍ବରୁ ଗ୍ରାଉଣ୍ଡରେ ଉଭୟ ଦଳର ଜାତୀୟ ସଂଗୀତ ଗାନ କରାଯାଇଥିଲା । ପଡ଼ିଆରେ ସବୁ ଖେଳାଳି ନିଜ ନିଜ ଦେଶର ଜାତୀୟ ସଂଗୀତ ଗାନ କରିଥିଲେ । ହେଲେ କେବଳ ପାଣ୍ଡ୍ୟା ଜଣେ ଖେଳାଳି ଯିଏ କି, ଭାରତର ଜାତୀୟ ସଂଗୀତ ଗାଇବା ପରେ ଶ୍ରୀଲଙ୍କାର ଜାତୀୟ ସଂଗୀତ ବି ଗାନ କରିଥିଲେ। ଯାହାକୁ ନେଇ ମଧ୍ୟ ଚର୍ଚ୍ଚାରେ ପାଣ୍ଡ୍ୟା।

ସମ୍ବନ୍ଧିତ ଖବର