ଟେଲିଭିଜନ କାର୍ଯ୍ୟକ୍ରମରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ:ପାଣ୍ଡ୍ୟା, ରାହୁଲଙ୍କୁ ୨୦ ଲକ୍ଷ ଲେଖାଏଁ ଜରିମାନା

ନୂଆଦିଲ୍ଲୀ, ୨୦ା୪ (ଏଜେନ୍ସି): ବିସିସିଆଇ ଲୋକପାଳ ଡି.କେ ଜୈନ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ମାମଲାର ବିଚାର କରି ଶେଷରେ ଦଣ୍ଡବିଧାନ କରିଛନ୍ତି । ଉଭୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ହୋଇଛି । ଆଗାମୀ ୪ ସପ୍ତାହ ମଧ୍ୟରେ ଜରିମାନା ଅର୍ଥ ପ୍ରଦାନ କରିବାକୁ ଲୋକପାଳ ଉଭୟ କ୍ରିକେଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଟେଲିଭିଜନ କାର୍ଯ୍ୟକ୍ରମ ‘କଫି ୱିଥ୍‌ କରଣ’ରେ ଯୋଗଦେଇ ପାଣ୍ଡ୍ୟା ଓ ରାହୁଲ ମହଳିାଙ୍କ ଉପରେ ଆପତ୍ତଜିନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଉଭୟ ଘୋର ବିବାଦରେ ଛନ୍ଦି ହୋଇଥିଲେ । ଘଟଣା ପରେ ବସିସିଅିାଇ ସେମାନଙ୍କୁ ସାମୟିକ ବାସନ୍ଦ କରିବା ସହ ଅଷ୍ଟ୍ରେଲିଆ ଗସ୍ତରୁ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲା । ପରେ ଦୁଇଜଣ ବିସିସିଆଇ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଲୋକପାଳ ତାଙ୍କ ରାୟରେ କହିଥିଲେ, ପାଣ୍ଡ୍ୟା ଓ ରାହୁଲଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ରାଯାଇଛି । ଜରିମାନା ରାଶି ଚ୍ୟାରିଟି କାର୍ଯ୍ୟରେ ଲାଗବି । ସେମାନଙ୍କୁ ‘ଭାରତ କେ ବୀର ଆପ୍‌’ ଜରିଆରେ ୧୦ ଜଣ ସହଦିଙ୍କ ପତ୍ନୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ ଦ୍ୱାରା ଗଠତି ସହାୟତାରେ ପାଣ୍ଠେିର ୧୦ ଲକ୍ଷ ଟଙ୍କା ଲେଖାଏଁ ଜମା କରିବେ ।”

୪ ସପ୍ତାହ ମଧ୍ୟରେ ଜରମିାନା ରାଶି ପୈଠ କରିବାକୁ ନିର୍ଦ୍ଦେଶ ରହିଛି । ଯଦି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ଜମା କରିବାରେ ବିଫଳ ହୁଅନ୍ତି ତେବେ ବିସିସିଆଇ ସେମାନଙ୍କ ମ୍ୟାଚ୍‌ ଫି’ରୁ ଅର୍ଥ କାଟି ପାରିବ । ଯେହେତୁ ସେମାନେ ପୂର୍ବରୁ ସାମୟିକ ବାସନ୍ଦ ହୋଇଛନ୍ତି ଏବଂ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି, ତେଣୁ ସେମାନଙ୍କ ଉପରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ପାଣ୍ଡ୍ୟା ଓ ରାହୁଲ ବିବାଦରେ ଛନ୍ଦି ହେବା ପରେ ୫ଟି ଦିନିକିଆରୁ ଦୂରେଇ ରହିଥିଲେ । ପରେ ସେମାନଙ୍କୁ ପୁଣି ଖେଳିବାର ଅନୁମତି ମିଳିଥିଲା । ଏବେ ଉଭୟଙ୍କୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଛି ।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ୬୬ ରନରେ ଜିତିଲା କଙ୍ଗାରୁ ବାହିନୀ

ସିରାଜ ଓ ସାଇନିଙ୍କୁ କ୍ଷମା ମାଗିଲେ ଅଷ୍ଟ୍ରେଲିଆର ପୂର୍ବତନ ଓ୍ବିକେଟକିପର ଗିଲଖ୍ରୀଷ୍ଟ, କହିଲେ…

ନିଜ ରେକର୍ଡ ନିଜେ ଭାଙ୍ଗିଲେ ଚହଲ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ହାସଲ କଲେ ଅଲୋଡା ରେକର୍ଡ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍