PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏହି ଅଭିନେତ୍ରୀଙ୍କ ସହ ଫଟୋ ସେୟାର କଲେ ପାଣ୍ଡ୍ୟା, କ୍ୟାପ୍ସନ ଲେଖିଲେ…

ମୁମ୍ବାଇ ୧/୧: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଯୋଗୁଁ ଏବେ ଟିମଠୁ ଦୂରରେ ଅଛନ୍ତି ସୋସିଆଲ ମିଡିଆରେ ଚର୍ଚ୍ଚାଠୁ ଦୂରରେ ନାହାଁନ୍ତି । ସେ ଅଧିକାଂଶ ସୋସିଆଲ ମିଡିଆରେ ନିଜ ବୋଲ୍ଡ ଅନ୍ଦାଜ ଓ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି । ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ସେଥିରେ ତାଙ୍କ ସହ ଅଭିନେତ୍ରୀ ନତାଶା ନଜର ଆସିଛନ୍ତି ।

ଷ୍ଟାର୍ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଅଭିନେତ୍ରୀ ନତାଶାଙ୍କ ସହିତ ନଜର ଆସିଛନ୍ତି । ଏହି ଫଟୋରେ ହାର୍ଦ୍ଦିକ ନତାଶାଙ୍କ ହାତ ଧରିଛନ୍ତି । ହାର୍ଦ୍ଦିକ ଓ ନତାଶା ଅନେକ ଥର ଏକାଠି ନଜର ଆସିଛନ୍ତି । ନତାଶା ଡ୍ୟାନ୍ସ ରିୟଲିଟି ଶୋ ନଚ ବଲିଏ-୯ରେ ଭାଗ ନେଇସାରିଛନ୍ତି । ସେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନତାଶାଙ୍କ ପାଇଁ ଭୋଟ୍ ମଧ୍ୟ ମାଗିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟ ୪ ମାସ ହେବ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ଗତ ବର୍ଷ ବିଶ୍ୱ କପ ସମୟରେ ହାର୍ଦ୍ଦିକ ଆହତ ହୋଇଥିଲେ । ଅକ୍ଟୋବରରେ ଏନେି ସର୍ଜରୀ ମଧ୍ୟ କରାଇଥିଲେ । ହାର୍ଦ୍ଦିକ ଏପର୍ଯ୍ଯନ୍ତ ୧୧ ଟେଷ୍ଟ, ୫୪ ୱନଡେ ଓ ୪୦ ଟି-୨୦ ଅନ୍ତର୍ଜାତୀୟ ଖେଳି ସାରିଛନ୍ତି ।

ସମ୍ବନ୍ଧିତ ଖବର