ଶୁଣିଲାନି ନଗର ନିଗମ, ଶେଷରେ ମେୟରଙ୍କ ସ୍ବାମୀ ସଫା କଲେ ନଳାରୁ ମଇଳା

ହରିଦ୍ବାର,୧୮।୪: ମେଟ୍ରୋ ସିଟି ହେଉ କିମ୍ବା ଛୋଟ ସହର। ଯେଉଁଆଡେ ଦେଖିବ ସେଠାରେ ପରିମଳ ବ୍ୟବସ୍ଥାକୁ ନେଇ ଜାଣିହେବ ନଗର ନିଗମର ଅଧିକାରୀମାନେ କିଭଳି କାମ କରୁଛନ୍ତି। ରାସ୍ତା ଉପରେ ଅଳିଆ ଆବର୍ଜନା ହେଉ କିମ୍ବା ଡ୍ରେନେଜ ବ୍ୟବସ୍ଥା ସବୁଥିରେ ଅବ୍ୟବସ୍ଥାକୁ ବାରି ହେବ। ଏଭଳି  ଘଟଣା  ହରିଦ୍ବାର ରେଳଷ୍ଟେସନରେ ଦେଖିବାକୁ ମିଳିଛି।  ରେଳ ଷ୍ଟେସନ ସାମନାରେ ଥିବା ଏକ ନଳାରେ ଦୀର୍ଘ ଦିନ ଧରି ମଇଳା ଜମି ରହିଥିଲା। ସେହି ବାଟ ଦେଇ ଯିବାଆସିବା କରୁଥିବା ଲୋକ ଦୁର୍ଗଦ୍ଧରେ ସମସ୍ୟାରେ ପଡିଥିଲେ  ମଧ୍ୟ ନଗର ନିଗମର କୌଣସି ଅଧିକାରୀ ଏହାର ସଫେଇ କରିବା ନେଇ କୌଣସି ପଦକ୍ଷେପ ନେଇନଥିଲେ। କିନ୍ତୁ ଏହି ସମୟରେ ସେଠାରେ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଛନ୍ତି  ସ୍ଥାନୀୟ ମେୟରଙ୍କ ସ୍ବାମୀ।

ରେଲଓ୍ବେ ଷ୍ଟେସନ୍ ସାମନାରେ ଥିବା ନଳାରେ ମଇଳା ଜମି ରହିଥିବାର ଖବର ସେଠାକାର ମେୟର ଅନିତା ଶର୍ମାଙ୍କ ସ୍ବାମୀ ଅଶୋକ ଶର୍ମା ନଗର ନିଗମକୁ ଦେଇଥିଲେ। ସେ ଅଧିକାରୀଙ୍କୁ ଫୋନ୍ କରି ଡାକିଥିଲେ ମଧ୍ୟ ନଗରନିଗମ ପକ୍ଷରୁ କୌଣସି କର୍ମଚାରୀ ପଠାଯାଇନଥିଲା। ଏହାପରେ ଅଶୋକ ନିଜେ ନାଳ ଭିତରକୁ ମଇଳା ବାହାର କରିବା ପାଇଁ ବାହାରି ପଡିଥିଲେ। ତାଙ୍କ ଉଦ୍ୟମରେ ନାଳ ଭିତରୁ ମଇଳା ବାହାର ହୋଇଥିଲା। ତାଙ୍କର ଏଭଳି ନିସ୍ବାର୍ଥପର ଉଦ୍ୟମ ପାଇଁ ସବୁଆଡେ ପ୍ରଶଂସା କରାଯାଉଛି।

   ସମ୍ବନ୍ଧିତ ଖବର


ଆଜି ଭାରତ ବନ୍ଦ, ଧର୍ମଘଟ ଯୋଗୁ ପ୍ରଭାବିତ ହେବ ବ୍ୟାଙ୍କ ସେବା

ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ